ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଜରିମାନା: ୧ରୁ ଆଉ ଛାଡ଼ ନାହିଁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆଉ ଛାଡ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ନ ଥିଲେ ଗଣିବାକୁ ପଡିବ ଜରିମାନା। ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କଡାକଡି ଲାଗୁ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି। ଏଥିସହିତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଦେଉଥିବା ମାନୁଆଲ ପିୟୁସି ସାର୍ଟିଫିକେଟକୁ ଅବୈଧ ଘୋଷଣା କରାଯାଇଛି।

କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ୨୦୧୯ରୁ ‘ବାହନ’ ଅନଲାଇନ ବ୍ୟବସ୍ଥା ଜରିଆରେ ପିୟୁସି ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହାକୁ ଅକ୍ଟୋବାର ପହିଲା ଯାଏ ବୃଦ୍ଧି କରାଯାଇଥିଲା। ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ଇଲେକ୍ଟ୍ରୋନିକ ଫର୍ମାଟରେ ସାର୍ଟିଫିକେଟ ଇସ୍ୟୁ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସେହି ସାର୍ଟିଫିକେଟକୁ ଏମ.ପରିବହନ ଆପ୍‌ ମାଧ୍ୟମରେ ରଖି ଗାଡି ଯାଞ୍ଚ ବେଳେ ଚାଳକମାନଙ୍କୁ ଦେଖାଇବାକୁ ପଡିବ। ରାଜ୍ୟରେ ୧୬୩ଟି ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ସେଥିରୁ ୧୦୬ଟିକୁ ବାହନସହ ଲିଙ୍କ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡା ଆହୁରି ୧୪ଟି ନୂତନ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ପିୟୁସି ସାର୍ଟିଫିକେଟ ଦେବାକୁ ପଞ୍ଜୀକୃତ କରାଯାଇଛି। ପିୟୁସି ସାର୍ଟିଫିକେଟ ପାଇଁ ଦୁଇ ଚକିଆ ଓ ତିନି ଚକିଆ ଯାନବାହନ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାଲୁକା ଯାନ ପାଇଁ ୧୦୦ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ସାର୍ଟିଫିକେଟ ବାବଦରେ ୧୫୦ ଟଙ୍କା ସହ ଜିଏସଟି ଦେବାକୁ ଧାର୍ଯ୍ୟ କରାଯାଇଛି। କେଉଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ପଞ୍ଜୀକୃତ ହୋଇଛି ସେଗୁଡିକର ସମସ୍ତ ବିବରଣୀ www.odishatransport.gov.in ଏବଂ www.orissatransport.nic.inରେ ଉପଲବ୍ଧ। ଜନସାଧାରଣ ଏହାର ସହାୟତା ନେଇ ପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଓଡ଼ିଶାରେ ଲାଗୁ ହେବା ପରେ ଗାଡି କାଗଜ ପତ୍ର ନ ଥିବା ଚାଳକ ଓ ମାଲିକଙ୍କ ମନରେ ଛନକା ପଶି ଯାଇଥିଲା। ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଜନଅସନ୍ତୋଷ ଦେଖା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଯାଏ କୋହଳ କରିଥିଲେ। ଏହି ସମୟରେ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରି ଆସନ୍ତା ଅକ୍ଟୋବର ପହିଲାରୁ ପିୟୁସିକୁ ବାଧ୍ୟତାମୂଳକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri