ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ ସୋମବାର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଜିଲା କମିଟି ପକ୍ଷରୁ ଯାଜପୁର ଟାଉନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଥାଉକି, ୨୦୦୯ରୁ ସରକାର ପାସ୍‌ ଫେଲ ବ୍ୟବସ୍ଥା ଉଚ୍ଛେଦ ଆଇନ ଆଣିବା ପରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ ପକ୍ଷରୁ ଆଞ୍ଚଳିକ ଓ ବ୍ଲକ୍‌ସ୍ତରଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଥିଲା। ଦୀର୍ଘ ୧୦ବର୍ଷ ଧରି ଏହି ଆନ୍ଦୋଳନରେ ରାଜ୍ୟର ବହୁ ବୁଦ୍ଧିଜୀବୀ ସାମିଲ ହୋଇ ପାସ୍‌ ଫେଲ ବ୍ୟବସ୍ଥା ଉଚ୍ଛେଦ ଯୋଗୁ ଶିକ୍ଷାର ମାନ ହ୍ରାସ ପାଉଛି। ଏହି ଯୁକ୍ତିର ସଠିକତାକୁ ଉପଲବ୍ଧି କରି ଶକ୍ତିଶାଳୀ ଆନ୍ଦୋଳନ ଗଢ଼ିତୋଳିଥିଲେ। ଶେଷରେ ଆନ୍ଦୋଳନ ଚାପରେ ବାଧ୍ୟ ହୋଇ ସରକାର ଚଳିତ ବର୍ଷଠାରୁ ଦ୍ୱିତୀୟ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ଲାଗୁ କରିଛନ୍ତି। ହେଲେ ପ୍ରଥମ ଶ୍ରେଣୀରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଦଳପକ୍ଷରୁ ସାରା ରାଜ୍ୟବ୍ୟାପୀ ‘ଦାବି ଦିବସ’ ପାଳିତ ହେଉଛି। ଏହି ଅବସରରେ ଦଳର ଜିଲା କମିଟି ସମ୍ପାଦକ ତଥା ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଜିଲା କମିଟି ସଭ୍ୟ ସ୍ବୟଂପ୍ରଭା ନାୟକ, ଅଚ୍ୟୁତ ପ୍ରଧାନ, ସୁରେଶ ପ୍ରଧାନ, ଡିଏସ୍‌ଓର ସଙ୍ଗଠକ ନିରୁପମା ବେହେରା, ଦମୟନ୍ତୀ ମୁଦୁଲି, ସଂଯୁକ୍ତା ସାହୁ, ମନୋଜ ସେଠୀ, ସସ୍ମିତା ଯେନା ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ସ୍ଥାନୀୟ କୁସୁମା ଛକରୁ ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଲୱେ ଓଭରବ୍ରିଜ ଦାବି ତେଜିଲା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ବ୍ୟାସନଗର ମିଳିତ ମଞ୍ଚର ଲିଖିତ ଦାବି ଅନୁଯାୟୀ ମିଳିଥିବା ପ୍ରତିଶ୍ରୁତି ଅନୁସାରେ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା, ରେଲବାଇ ଓଭର ବ୍ରିଜ ଓ...

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି,...

୨୯ରୁ ଖୋଲିବ ବିରଜା ମନ୍ଦିର: ଜିଲାପାଳ

ଯାଜପୁର ଅଫିସ,୨୫ା୧୨: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି...

ଯାଜପୁର ସହର ମୁଖ୍ୟରାସ୍ତା ଯାତାୟାତ ଅନୁପଯୋଗୀ

ଯାଜପୁର ଟାଉନ,୨୦ା୧୦(ଡି.ଏନ.ଏ.): ଯାଜପୁର ସହରର ଅନେକ ରାସ୍ତାକୁ ପୌରସଂସ୍ଥାଠାରୁ ପୂର୍ତ୍ତ ବିଭାଗ ହାତକୁ ନେଇଛି। କିନ୍ତୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ...

ବଢୁଛି ସାର କଳାବଜାର,ଚିନ୍ତାରେ ଚାଷୀ

ଯାଜପୁର ରୋଡ,୨୬ା୭(ଡି.ଏନ.ଏ.):ବିଳମ୍ବିତ ମୌସୁମୀ ପ୍ରବାହ ଯୋଗୁ ଚଳିତ ଖରିଫ ଚାଷକୁ ପ୍ରଭାବିତ କରିଥିଲେ ମଧ୍ୟ ଯାଜପୁର ଜିଲାର ଚାଷୀ ଧାନ ଚାଷରୁ ଆଶା ହରାଇ ନାହାନ୍ତି...

ବଢୁଛି ମହିଳା ଅପରାଧୀଙ୍କ ସଂଖ୍ୟା

ଯାଜପୁର ଅଫିସ,୪ା୪: ରାଜ୍ୟରେ ମହିଳା ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ସେମାନେ ବିଭିନ୍ନ ଅପରାଧରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲ୍‌କୁ ଆସୁଛନ୍ତି ା ୨୦୧୦ରୁ...

ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ...

ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ...

Advertisement
Archives

Model This Week