ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି ଚାଲିଛନ୍ତି। କେବଳ ବିଜ୍ଞାପନ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ପ୍ରଥମ ଭାରତୀୟ ଭାବେ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଅନୁଗାମୀଙ୍କ ସଂଖ୍ୟା ୫୦ ମିଲିୟନ ଛୁଇଁଛି। ଏହି ମାମଲାରେ ସେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଅନୁଗାମୀ ସଂଖ୍ୟା ୪୯.୮ ମିଲିୟନ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ୪୪.୧ ମିଲିୟନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୪.୫ ମିଲିୟନ ଅନୁଗାମୀ ରହିଛନ୍ତି। ୨୦୦ ମିଲିୟନ ଅନୁଗାମୀଙ୍କ ସହ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଟପ୍‌-୧୦ ଭାରତୀୟ ସେଲିବ୍ରିଟି ମାନଙ୍କ ମଧ୍ୟ ବିରାଟ ଏକମାତ୍ର କ୍ରିକେଟର। ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ କରିବା ପାଇଁ ବିରାଟ ପାଖାପାଖି ୧ କୋଟି ୩୫ ଲକ୍ଷ ଟଙ୍କା ନେଉଛନ୍ତି। ଏପର୍ଯ୍ୟନ୍ତ ବିରାଟ ଇନଷ୍ଟାଗ୍ରାମରେ ମୋଟ ୯୩୦ଟି ପୋଷ୍ଟ କରିଥିବାବେଳେ ୧୪୮ ଜଣଙ୍କୁ ଫଲୋ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇଡର୍‌ମ୍ୟାନଙ୍କ ସଫେଇ ଅଭିଯାନ

ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେଶି ସ୍ଥିତ ପେରପେର୍‌ର ନିବାସୀ ଅଟନ୍ତି ରୁଡି ହାର୍ଟୋନା। ସେ ଏକ କାଫେରେ କାମ କରନ୍ତି। ସେ ସବୁବେଳେ ନିଜ ଘରଠାରୁ ଆରମ୍ଭ...

ମା’ ପାଖୁରୁ ଯାଇ ବତକକୁ ଗୋଡାଉଛି ଛୁଆ ହାତୀ, ପଡ଼ିଯିବାରୁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

‘ମୋ ପୁଅ ଆଜି ଯାହା ବି ସଫଳତା ପାଇଛି, ତାହା କେବଳ ଧୋନୀଙ୍କ ପାଇଁ’

ଭାରତୀୟ ପେସ୍‌ ବୋଲର୍‌ ଦୀପକ ଚହର ବାଂଲାଦେଶ ବିପକ୍ଷରେ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପୁଅର ଏଭଳି...

ମାଳବିକାଙ୍କୁ କ୍ୟାରିୟରର ପ୍ରଥମ ଟାଇଟଲ

ମାଲେ(ମାଳଦୀପ),୨୩।୯(ପିଟି): ଯୁବା ଭାରତୀୟ ଶଟଲର ମାଳବିକା ବନସୋଦ ସୋମବାର ମାଳଦୀପ ଅନ୍ତର୍ଜାତୀୟ ଫ୍ୟୁଚର ସିରିଜ୍‌ରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗର...

ଭେନୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ...

ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ...

ଆନନ୍ଦଙ୍କ ପ୍ରଥମ ବିଜୟ

ଇନ୍ଧୋଭେନ୍‌ (ନେଦରଲାଣ୍ଡ୍ସ), ୧୮ା୧ (ପି.ଟି.)-୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଶୁକ୍ରବାର...

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ, ୨୦।୮: ଇଂଲଣ୍ଡ-ପାକିସ୍ତାନ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ସ୍ଥାନୀୟ ରୋଜବାଓଲ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ବର୍ଷା ଯୋଗୁ...

Advertisement
Archives

Model This Week