Posted inଖେଳ

ପ୍ରଥମ ଦୁଇ ଦିନିକିଆରୁ ଓ୍ବିଲିୟମସନ ବାଦ୍‌

ହାମିଲଟନ, ୪।୨ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳକୁ ଝଟ୍‌କା ଲାଗିଛି। କହୁଣି ଆଘାତଜନିତ ସମସ୍ୟା ଲାଗି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ନିକଟରେ ସେଡେନ ପାର୍କରେ ଅନୁଷ୍ଠିତ ୩ୟ ଟି୨୦ ମ୍ୟାଚ୍‌ ଖେଳୁଥିବାବେଳେ ଓ୍ବିଲିୟମସନ ଆଘାତପ୍ରାପ୍ତ ହୋଇଥିଲେ। ଏହି କାରଣରୁ ସେ ଟି୨୦ ସିରିଜର ୪ର୍ଥ ଓ ୫ମ ମ୍ୟାଚ୍‌ ଖେଳିପାରି ନ ଥିଲେ। ତେବେ ଭାରତ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ସେ ଖେଳିବେ କି ନାହିଁ ସେନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ କିଓ୍ବି ଅଧିନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଓ୍ବିଲିୟମସନଙ୍କ ବଦଳ ଖେଳାଳି ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ମାର୍କ ଚାମ୍ପମ୍ୟାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସେହିଭଳି ଟମ୍‌ ଲଥାମ୍‌ଙ୍କୁ ଦଳର ନେତୃତ୍ୱ ଭାରତ ଦିଆଯାଇଛି। ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ହାମିଲଟନରେ ବୁଧବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ଜିତେନ୍ଦରଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୪ା୨ (ପି.ଟି.)- ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଜିତେନ୍ଦର କୁମାର ରୌପ୍ୟ ପଦକ ଲାଭ କରିଛନ୍ତି। ୭୪କେଜି ଶ୍ରେଣୀ ଫାଇନାଲରେ ସେ ଗତଥରର ଚାମ୍ପିୟନ...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ହାଇଦ୍ରାବାଦ୍‌ ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଦୁବାଇ, ୨୨।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ...

ମୋତେ ଦୁଃଖ ଲାଗୁଛି, କାହିଁକି ଏମିତି କହିଲେ ବିରାଟ କୋହଲି

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୦)ରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଦିଲ୍ଲୀଠାରୁ ପରାଜିତ ହେବାପରେ ବେଙ୍ଗାଲୁରୁ ଅଧିନାୟକ...

ଏଫଆଇଏଚ ହକି ପ୍ରୋ ଲିଗ୍‌: ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୯।୨- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ। ଚଳିତ ମାସ ୨୧...

ପଙ୍ଘାଲ, ସଞ୍ଜିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ (୫୨କେଜି) ଓ ସଞ୍ଜିତ (୯୧ କେଜି) ଫ୍ରାନ୍ସର ନାଣ୍ଟିସଠାରେ ଚାଲିଥିବା ଆଲେକ୍ସିସ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ...

ପାକିସ୍ତାନର ୧୦ ସଂକ୍ରମିତଙ୍କ ମଧ୍ୟରୁ ୬ ନେଗେଟିଭ୍‌

କରାଚୀ, ୨୮ା୬ (ପି.ଟି.)-ପାକିସ୍ତାନ ୨୦ ଖେଳାଳି ଓ ୧୧ ସପୋର୍ଟ ଷ୍ଟାଫ୍‌କୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବ। ୧୦ କରୋନା ସଂକ୍ରମିତ କ୍ରିକେଟରଙ୍କ ମଧ୍ୟରୁ ଦ୍ୱିତୀୟ...

Advertisement

BGU

Archives

Model This Week

Why Dharitri