ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ତଥା ଫିଲ୍ମ କ୍ରିଟିକଙ୍କ ପକ୍ଷରୁ ଭଲ ରେସପନ୍ସ ମିଳିଛି। କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ଏହା ସବୁଠାରୁ ବଡ ଓପନିଂ ଫିଲ୍ମ ବୋଲି କହିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ। ପ୍ରଥମ ଦିନର ବ୍ୟବସାୟରେ ଏହା ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପତ’କୁ ପଛରେ ପକାଇ ଦେଇଛି। ତେବେ ପ୍ରଥମ ଦିନରେ ‘ପତି ପତ୍ନୀ ଔର ଓ୍ବ’ ୯.୧୦ କୋଟି ଆୟ କରିଥିବା ଜଣାପଡିଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି। ୧୯୭୮ରେ ସଞ୍ଜିବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌରଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଏହା ରିମେକ। ଏହା ଏକ କମେଡି ଫିଲ୍ମ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ସେଲିବ୍ରେଟ କରିବାକୁ ଗୋଆରେ ପହଞ୍ଚିଲେ ମଲାଇକା

ମୁମ୍ବାଇ: ଆଉ କିଛି ସମୟ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ସାଧାରଣ ଲୋକଙ୍କଠାରୁ...

ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ...

ଏହି ଅଭିନେତ୍ରୀଙ୍କ ଜେଜେମା’ ୪ ସନ୍ତାନ ସତ୍ତ୍ୱେ ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ ତଥା କାଜଲଙ୍କ ଜେଜେମା’ ନିଜର ସୁନ୍ଦରତା ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୪ ସନ୍ତାନ ସତ୍ତ୍ୱେ...

ମଡେଲଙ୍କ ୟୁପିଏସ୍‌ସି ସଫଳତା

ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍‌ସି ପରୀକ୍ଷାରେ...

କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍‌ ସାଓ୍ବନ୍ତ ସଂକ୍ରମିତ

ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍‌ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌...

ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ପ୍ରିୟଙ୍କା

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ଖୁବ୍‌ କମ୍‌ ସମୟରେ ଏହା ଜଣଙ୍କ ପାଖରେ ନିଜର ମନ କଥା...

ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ...

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

Advertisement


Archives

Model This Week

Why Dharitri