Posted inଫୁରସତ

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ ବିବେକାନନ୍ଦ ମେମୋରିଆଲ୍‌ କଲେଜରେ ଆଇ.ଏସ୍‌ସି ଓ ପରେ ଇକୋନୋମିକ୍ସ ଅନର୍ସ ରଖି ଗ୍ରାଜୁଏଶନ୍‌ ସମାପ୍ତ କରିଥିଲି। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ଇଂଲିଶରେ ପିଜି କରିବା ପରେ କଟକ ମଧୁସୂଦନ ଲ’କଲେଜରେ ଏଲ୍‌ଏଲ୍‌ବି ପଢ଼ିଲି। ତା’ ସହିତ ସ୍କୁଲ୍‌ ପଢ଼ାବେଳୁ ଓଡ଼ିଶା ପ୍ରଶାସନିକ ସେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ ଚାକିରି କରିବାକୁ ଇଚ୍ଛା ରଖି ଘରେ ନିଜସ୍ବ ଚେଷ୍ଟାରେ ପଢ଼ାପଢ଼ି ବି କରୁଥିଲି। ସେହିପରି ଛାତ୍ର ଜୀବନରୁ ବକ୍ତୃତା, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତାରେ ଭାଗନେଇ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଥିଲି। ତନ୍ମଧ୍ୟରୁ ଗୋପବନ୍ଧୁ ଜୟନ୍ତୀ ଅବସରରେ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ୧୯୭୭ ମସିହାରେ ଜିଲାସ୍ତରରେ ପ୍ରଥମ ହେବା ଏବଂ ୧୯୮୧ରେ କଲେଜ ତରଫରୁ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହେବା ଥିଲା ଅନ୍ୟତମ। ତେବେ ସେ ଯାହା ହେଉ, ପାଠପଢ଼ା ସରିଲା ବେଳକୁ ମୁଁ ଓଏଏସ୍‌ ପାଇଗଲି। ୧୯୮୭ ମାର୍ଚ୍ଚ ୨ ତାରିଖରେ କେନ୍ଦୁଝର ଜିଲା କାର୍ଯ୍ୟାଳୟରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ମୂଳ ଦରମା ଓ ମହଙ୍ଗା ଭତ୍ତା ମିଶି ପ୍ରାୟ ୧୯୫୦ ଟଙ୍କା ଦରମା ମୋତେ ମିଳିଥିଲା। ପ୍ରଥମ ଦରମାରେ ମୋ ମା’ଙ୍କ ପାଇଁ ଶାଢ଼ି, ଗ୍ରାମଦେବତୀ ମାତା ପାର୍ବତୀଙ୍କ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୂର କିଣିକି ନେଇଥିଲି। ତା’ସହିତ ଗ୍ରାମଦେବତୀଙ୍କ ପାଖରେ ଭୋଗ ମଧ୍ୟ କରିଥିଲି। ବର୍ଷେ ପାଖାପାଖି ଏହି ପଦବୀରେ ରହିବା ପରେ ଢେଙ୍କାନାଳ ଜିଲାକୁ ନିଜାରତ୍‌ ଅଫିସର ହୋଇ ଗଲି। ପୁଣି ବର୍ଷେ ପରେ ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ୍‌କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ମୋର ବଦଳି ହେଲା। ସେଠି ପାଖାପାଖି ୫ ବର୍ଷ ରହିଲି। ତା’ପରେ ଅତିରିକ୍ତ ତହସିଲ୍‌ଦାର ହୋଇ ତିର୍ତ୍ତୋଲ ଗଲି ଏବଂ ସେଠାରେ ଶାରଳା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ମଧ୍ୟ ସମ୍ଭାଳିଲି। ବର୍ଷେ ପରେ ତହସିଲ୍‌ଦାର ହୋଇ କେନ୍ଦ୍ରାପଡା ଜିଲା ରାଜକନିକା ତହସିଲ୍‌କୁ ଗଲି ଆଉ ସେଠି ୫ବର୍ଷ ରହିଲି। ଏହାପରେ ବେଗୁନିଆକୁ ମୋର ବିଡିଓ ଭାବେ ବଦଳି ହେଲା। ପୁଣି ବର୍ଷେ ପରେ ଢେଙ୍କାନାଳକୁ ଜିଲା ଉନ୍ନୟନ ଅଧିକାରୀ ହୋଇ ଗଲି। ସେଠାରେ ମୋତେ ବିଭିନ୍ନ ଦେବାଳୟର ଉନ୍ନତିମୂଳକ କାମ କରିବାର ସୁଯୋଗ ମିଳିଲା। ଏଠି ବି ମାତ୍ର ବର୍ଷେ ରହିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ, ତା’ପରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ କିଛି କିଛି ବର୍ଷ କାମ କରିବାର ମଉକା ମିଳିଥିଲା। ଆଉ ତାରି ଭିତରେ ମୁଁ ଆଇଏଏସ୍‌ ପରୀକ୍ଷା ଦେଇ ପାସ୍‌ କରିସାରିଥାଏ। ତେଣୁ ମୋତେ ସୁବର୍ଣ୍ଣପୁରରେ ଜିଲାପାଳ ଭାବେ ଅବସ୍ଥାପିତ କରାଗଲା। ଏଠାରେ ତିନି ବର୍ଷ ମୁଁ କାମ କରିଥିଲି, ଆଉ ତା’ ଭିତରେ କୃଷି କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲା ପ୍ରଥମ ପୁରସ୍କାର ଲାଭ କରିବା ସହ ଇନ୍‌ଫ୍ରାଷ୍ଟ୍ରକ୍‌ଚରରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବାଲ୍ୟବିବାହ ରୋକିବା ତଥା ଜିଲାକୁ ବାହ୍ୟ ମଳମୁକ୍ତ ଜିଲାର ପରିଚୟ ଦେବା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ସୁବର୍ଣ୍ଣପୁର ପରେ ଉପକୂଳବର୍ତ୍ତୀ ସମ୍ବେଦନଶୀଳ ଜିଲା କେନ୍ଦ୍ରାପଡ଼ାରେ ମଧ୍ୟ ଜିଲାପାଳ ଭାବେ କିଛିଦିନ କାମ କରିଥିଲି। ଆଉ ଏବେ ମୁଁ ଓଡ଼ିଶା ବିଧାନସଭାରେ ସଚିବ ଭାବେ ଅବସ୍ଥାପିତ। ତେବେ ବାସ୍ତବରେ ଯେତେ ଯାହା କାର୍ଯ୍ୟକ୍ରମ କଲେ ବି ଲୋକଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହିତ ସବୁ ସମୟରେ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ଚେଷ୍ଟା ମୋର ଜାରି ରହିଛି। ଅନ୍ୟପକ୍ଷେ ଫାଙ୍କା ସମୟରେ ପ୍ରକୃତି ଓ ପୁସ୍ତକକୁ ଜୀବନର ସଖା, ସହଚର ତଥା ବନ୍ଧୁ ଭାବେ ଗ୍ରହଣ ମଧ୍ୟ କରିନେଇଛି। ତେବେ ମୁଁ ଯେ କେବଳ ଜଣେ ପାଠକ ତାହା ନୁହେଁ, ସମୟ ମିଳିଲେ କବିତା, ପ୍ରବନ୍ଧ, ଲଳିତ ନିବନ୍ଧ ବି ଲେଖେ। ବିଶେଷକରି ଜଗନ୍ନାଥ ଦର୍ଶନ, ଜଗନ୍ନାଥ ତତ୍ତ୍ୱ, ପାତାଳି ଜଗନ୍ନାଥ ତଥା ଅନୁଭୂତିରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାର କରି ମୁଁ ଲେଖାମାନ ଲେଖିଥାଏ। ୟା’ ଭିତରେ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇସାରିଲାଣି। ତନ୍ମଧ୍ୟରୁ ପ୍ରାୟ ୧୭ଟି ଓଡ଼ିଆ ଭାଷାର ପ୍ରବନ୍ଧ ଏବଂ ଗୋଟିଏ ଇଂଲିଶ ଭାଷାର ପ୍ରବନ୍ଧ ହେଉଛି ଅନ୍ୟତମ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri