Posted inଖେଳ

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼; ଓ୍ବାଟଲିଂଙ୍କ ଦ୍ୱିଶତକ, ସାଣ୍ଟନରଙ୍କ ଶତକ

ମାଉଣ୍ଟ ମାଉନଗାନୁଇ, ୨୫।୧୧(ଏଏଫ୍‌ପି)- ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ତା’ର ସ୍ଥିତ ଦୃଢ଼ କରିଛି। ଅନ୍ୟପଟେ ମ୍ୟାଚ୍‌ ବଞ୍ଚାଇବା ପାଇଁ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଉଇକେଟ କିପର ବିଜେ ଓ୍ବାଟଲିଂ ୨୦୫ ରନର ଦ୍ୱିଶତକ ଓ ମିଚେଲ ସାଣ୍ଟନର ୧୨୬ ରନର ଶତକ ହାସଲ କରି ନ୍ୟୁଜିଲାଣ୍ଡ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଛନ୍ତି।
ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୧୨୪ ଓଭରରେ ୩୫୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବାଟିଲିଂ ଓ ସାଣ୍ଟନରଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ୨୦୧ ଓଭରରେ ୯ ଉଇକେଟ ହରାଇ ୬୧୫ ରନ କରି ଇନିଂସ ଘୋଷଣା କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୨୬୨ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ରବିବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨୭.୪ ଓଭରରେ ୩ ଉଇକେଟ ହରାଇ ୫୫ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଇଂଲଣ୍ଡ ୭ ଉଇକେଟ ହାତରେ ରଖି ୨୦୭ ରନ ପଛରେ ପଡି ବ୍ୟାକ୍‌ ଫୁଟ୍‌କୁ ଚାଲିଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଜୋ ଡେନ୍‌ଲି ୭ ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ତରଫରୁ ରୋରି ବନର୍‌ସ ୩୧, ଡୋମ ସିବ୍‌ଲି ୧୨ରନ କରି ଆଉଟ ହୋଇଥିବାବେଳେ ଜ୍ୟାକ୍‌ ଲିଚ୍‌ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୩ଟି ଯାକ ଉଇକେଟ ହାସଲ କରିଛନ୍ତି ବାମହାତୀ ସ୍ପିନର ମିଚେଲ ସାଣ୍ଟନର।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୯୪/୬ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓ୍ବାଟଲିଂ ୧୧୯ ରନରୁ ଖେଳ ଆରମ୍ଭ କରି ଦ୍ୱିଶତକ ଅର୍ଜନ କରିଥିଲେ। ସେହିପରି ୩୧ ରନରୁ ଖେଳ ଆରମ୍ଭ କରି ସାଣ୍ଟନର ଶତକ ହାସଲ କରିଥିଲେ। ୪୭୩ ଟି ବଲର ସମ୍ମୁଖୀନ ହୋଇ ଓ୍ବାଟଲିଂ ୨୪ଟି ଚୌକା ଓ ଗୋଟିଏ ଛକା ସହ ୨୦୫ ରନର ଦ୍ୱିଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ସାଣ୍ଟନର ୨୬୯ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ୫ ଛକା ସହ ୧୨୬ ରନ କରି ଆଉଟ ହୋଇଥିଲେ। ଟିମ୍‌ ସୌଦି ୯ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ, ଜ୍ୟାକ ଲିଚ୍‌ ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ, ଜୋଫ୍ରା ଆର୍ଚର ଓ ଜୋ ରୁଟ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ-୧୨୪ ଓଭରରେ ୩୫୩ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୦୧ ଓଭରରେ ୬୧୫/୯ ଇନିଂସ ଘୋଷଣା
(ଓ୍ବାଟଲିଂ- ୨୦୫, ସାଣ୍ଟନର- ୧୨୬, ଗ୍ରାଣ୍ଡହୋମ- ୬୫, ଓ୍ବିଲିୟମସନ- ୫୧, କୁରାନ- ୩/୧୧୯, ଲିଚ୍‌- ୨/୧ ୫୩, ଷ୍ଟୋକ୍ସ- ୨/୭୪)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୨୭. ୪ ଓଭରରେ ୫୫/୩
(ବନର୍‌ସ- ୩୧, ସିବ୍‌ଲି- ୧୨, ସାଣ୍ଟନର- ୩/୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକ୍ଲିଂ: ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ ପାଇଁ ୪ର୍ଥ ଷ୍ଟେଜ୍‌ ରେସ୍‌ ବାତିଲ

ଓ୍ବାରସ, ୬ା୮ (ଏଏଫ୍‌ପି)- ବେଲଜିୟମର ରାଇଡର ବ୍ୟର୍ଗ ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ କାରଣରୁ ଚଳିତ ଆୟୋଜକମାନେ ଚଳିତ ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌କୁ...

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯: ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ...

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ...

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି।...

ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ

ସିଡ୍‌ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ...

ଧୋନୀ, ରାୟୁଡୁଙ୍କୁ ପଛରେ ପକାଇଲେ ରାହୁଲ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବିସ୍ଫୋରକ ୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଅବସରରେ ସେ...

୧୯ ବର୍ଷରୁ କମ୍‌ ଏସିଆ କପ୍‌: ହ୍ୟାଟ୍ରିକ ବିଜୟ ସେମିରେ ଭାରତ

କଲମ୍ବୋ, ୯।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ’ର ଖେଳାଯାଇଥିବା...

ଫେଲ୍‌ ମାରିଲା ଟପ୍‌ଅର୍ଡର

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

Ten Cric Info
Advertisement


Archives

Model This Week

Why Dharitri