Posted inଖେଳ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ୩୫୩ରେ ଅଲଆଉଟ

ମାଉଣ୍ଟ ମାଉନଗାନୁଇ, ୨୩।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩ ରନ କରି ଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଘରୋଇ ନ୍ୟୁଜିଲାଣ୍ଡ ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫୧ ଓଭରରେ ୪ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହାତରେ ରଖି ୨୦୯ ରନରେ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୨୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୬ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ କେନ୍‌ ଓ୍ବିଲିୟମସନ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅଭିଜ୍ଞ ରସ୍‌ ଟେଲର ୨୫, ଜିତ୍‌ ରାଭାଲ ୧୯, ଟମ୍‌ ଲାଥମ ୮ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ୨, ଜ୍ୟାକ ଲିଚ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୪୧/୪ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଷ୍ଟୋକ୍ସ ୬୭ରୁ ଖେଳ ଆରମ୍ଭ କରି ୯୧ ରନ କରି ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେହିପରି ଓଲି ପୋପ୍‌ ୧୮ ରନରୁ ଖେଳ ଆରମ୍ଭ କରି ୨୯ ରନ କରି ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୪୩ ରନ କରଆଉଟ ହୋଇଥିବା ବେଳେ ଲିଚ୍‌ ୧୮ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟିମ୍‌ ସୌଦି ସର୍ବାଧିକ ୪, ନିଲ ଓ୍ବାଗନର ୩, କଲିନ୍‌ ଡି ଗ୍ରାଣ୍ଡହୋମ ୨, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୨୪ ଓଭରରେ ୩୫୩ ଅଲଆଉଟ୍‌
(ଷ୍ଟୋକ୍ସ- ୯୧, ଡେନ୍‌ଲି- ୭୪, ବନର୍‌ସ- ୫୨, ବଟଲର- ୪୩, ସୌଦି- ୪/୮୮, ଓ୍ବାଗନର- ୩/୯୦, ଗ୍ରାଣ୍ଡହୋମ- ୨/୪୧, ବୋଲ୍ଟ- ୧/୯୭)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୧ ଓଭରରେ ୧୪୪/୪
(ଓ୍ବିଲିୟମସନ- ୫୧, ଟେଲର- ୨୫, ରାଭାଲ- ୧୯, ନିକୋଲ୍ସ- ୨୬*, କୁରାନ- ୨/୨୮, ଲିଚ୍‌- ୧/୨୯, ଷ୍ଟୋକ୍ସ- ୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri