ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍‌

କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍‌.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲା ପ୍ରଶାସନ ସହାୟତାରେ ତାଙ୍କୁ କଟକ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି। ସୋମବାର ରାତିରେ ଆଳିର ଏହି ଗ୍ରାମକୁ ସିଲ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମ ନିକଟରୁ ୩ କିଲୋମିଟର ପରିଧି ମଧ୍ୟରେ ଥିବା ୧୧ଟି ଗ୍ରାମକୁ ପ୍ରଶାସନ ସିଲ୍‌ କରିଛି। ଆକ୍ରାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ, ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯିବା ସହିତ ପରିବାର ସଦସ୍ୟଙ୍କୁ ସଂଗରୋଧ ଗୃହରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ଯେ, ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ। ଗତ ୨୪ ତାରିଖରେ ସେ ଦୁବାଇରୁ ଫେରିବା ପରେ ନାମ ପଞ୍ଜିକୃତ କରିବା ସହ ସଂଗରୋଧ ନିୟମ ପାଳନ କରିଥିଲେ। ବିଦେଶରୁ ଫେରିବା ପରେ ସେ କୌଣସି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିନାହାନ୍ତି। ଆକ୍ରାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ସଂଗରୋଧ ଗୃହରେ ରଖାଯାଇଛି। ଉକ୍ତ ଗ୍ରାମଗୁଡିକୁ ଦମକାଳବାହିନୀ ସହାୟତାରେ ଗତ ରାତିରୁ ବିଶୋଧିତ କରାଯାଉଛି। ଏଥିସହ ଗ୍ରାମମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ଯୋଗାଣକାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ସେମାନଙ୍କ ରକ୍ତ, ସ୍ବାବ ନମୁନା ସଂଗ୍ରହ ହେବ। ଏଥିସହିତ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ବ୍ୟବସ୍ଥା କରାଯିବ। ଆକ୍ରାନ୍ତ ବ୍ୟକ୍ତି ସଂଗରୋଧ ନିୟମ ପାଳନ କରିଥିବାରୁ ଭୟ ନ କରିବା ପାଇଁ ଜିଲାବାସୀଙ୍କୁ ଜିଲାପାଳ ବର୍ମା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…

ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨…

ତ୍ରିନାଥ ଶବରଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା, ନୂଆ ଦାୟିତ୍ୱ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

କୋକସରା,୮।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲା ପାଇଁ ଏସଟି ମୋର୍ଚ୍ଚା ଜିଲା ସଭାପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri