Posted inଖେଳ

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ ଯୋଜନା ଓ ରଣନୀତି ରହିଛି। ୪ଟି ମ୍ୟାଚ୍‌ ଖେଳି ଭାରତ ଏପର୍ଯ୍ୟନ୍ତ ୮ ପଏଣ୍ଟ ହାସଲ କରିବା ସହ ତାଳିକାର ତୃତୀୟ ସ୍ଥାନରେ ରହିଛି। ଭାରତ ଏହି ସଫଳତା ପଛରେ ଅଭିଜ୍ଞ ମିଡ୍‌ଫିଲ୍ଡର ଚିଙ୍ଗଲେନସାନ ସିଂ କାଙ୍ଗୁଜାମଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଚିଙ୍ଗେଲେନସାନାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ମିଡ୍‌ଫିଲ୍ଡରେ ଆହୁରି ଦୃଢ଼ ହୋଇଛି। ତେବେ ଏହାପୂର୍ବରୁ ୨୮ ବର୍ଷୀୟ ଏହି ମିଡ୍‌ପିଲ୍ଡର ୨୦୧୮ ଡିସେମ୍ବରରେ ଶେଷଥର ପାଇଁ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଭାରତ ହକି ବିଶ୍ୱକପ୍‌ରେ ନେରଲାଣ୍ଡ୍ସଠାରୁ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା ଓ ସେ ଏହି ମ୍ୟାଚ୍‌ରେ ଖେଳିଥିଲେ। ଅଜୁର୍ନ ପୁରସ୍କାର ପ୍ରାପ୍ତ ଏହି ଖେଳାଳି ୨୦୧୯ରେ ଡାହାଣ ଗୋଇଠିରେ ଆଘାତ ପାଇବା ପରେ ସେ ଗତ ବର୍ଷ କୌଣସି ଟୁର୍ନାମେଣ୍ଟ ଖେଳିପାରି ନ ଥିଲେ।
୨୦୧୯ରେ ହକି ଇଣ୍ଡିଆ ସିନିୟର ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲା। ସେତେବେଳେ ଡାହାଣ ଗୋଇଠିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲି। ସ୍କାନ କଲାପରେ ଫାକ୍‌ଚର ହୋଇଥିବା ଜାଣିବାକୁ ପାଇଥିଲି। ସେତେବେଳେ କିଛି ସପ୍ତାହ ମୋ ପାଇଁ ବେଶ୍‌ କଷ୍ଟକର ଥିଲା। ପୁଣି ଥରେ ଦେଶ ପାଇଁ ଖେଳିବା ନେଇ ସନ୍ଦେହରେ ଥିଲି। କିନ୍ତୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଦୃଢ ନିଶ୍ଚିତ ଥିଲି। କିନ୍ତୁ ସେତେବେଳେ ସାଥୀ ଖେଳାଳି, ପରିବାର ଓ କୋଚ୍‌ମାଙ୍କଠାରୁ ସମର୍ଥନ ପାଇଥିଲି ବୋଲି ଚିଙ୍ଗଲେନସାନା କହିଛନ୍ତି।
ଯେତେବେଳେ ଚିକିତ୍ସାଧୀନ ଥିଲି ସେତେବେଳେ ପିଚ୍‌ରେ ସାଥୀ ଖେଳାଳିଙ୍କୁ ଖେଳୁଥିବାର ଦେଖୁଥିଲି। ଏହା ମୋତେ ଦୁଃଖ ଦେଇଥିଲା। କାରଣ ସାରା ଜୀବନ ହକି ଖେଳିବାକୁ ସବୁବେଳେ ଭଲ ପାଇଥାଏ। ତେବେ ଧୀରେଧୀରେ ଆଘାତ ସମସ୍ୟାରୁ ମୁକୁଳିଥିଲି। ଏହାପରେ ଗତ ନଭେମ୍ବରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ଖେଳିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ କେତେ ସମସ୍ୟା କାରଣରୁ ଏହା ହୋଇପାରି ନ ଥିଲା ବୋଲି ସେ କହିଛନ୍ତି। ଶେଷରେ ନେଦରଲାଣ୍ଡ୍ସ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଏହି ୨୮ ବର୍ଷୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲି। ଏହା ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା।
ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରୁ ଓ ଏଥିପାଇଁ ଦଳକୁ ସାହାଯ୍ୟ କରିବାକୁ ଚାହେଁ ବୋଲି ୨୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଚିଙ୍ଗେଲେନସାନା କହିଛନ୍ତି। ଯୁବ ଖେଳାଳିଙ୍କୁ ସହଯୋଗ କରିବାକୁ ମଧ୍ୟ ସବୁବେଳେ ଚାହିଁଥାଏ। ଦଳରେ ଏକାଧିକ ପ୍ରତିଭାସମ୍ପନ୍ନ ଯୁବ ଖେଳାଳି ରହିଛନ୍ତି। ଏଫ୍‌ଆଇଏଚ୍‌ ଉଦୀୟମାନ ଖେଳାଳି ବିବେକ, ରାଜକୁମାର ପଲ ଓ ହାର୍ଦ୍ଦିକ ସିଂ ଏବେ ବିଶ୍ୱହକିରେ କିଛି ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହି ଯୁବ ଖେଳାଳିଙ୍କୁ ସାହାଯ୍ୟ କରି ବହୁତ ଖୁସି ଅନୁଭବ କରୁଛି। ଏମାନଙ୍କ ବିଭିନ୍ନ ଟିପ୍ସ ଦେବା ସହ ହକି ସମ୍ପର୍କରେ ବିଭିନ୍ନ ଜ୍ଞାନ ପ୍ରଦାନ କରିଥାଏ ବୋଲି ମଣିପୁର ଜନ୍ମିତ ଏହ ଅଭିଜ୍ଞ ଖେଳାଳି କହିଛନ୍ତି।
ଗତଥରର ଚାମ୍ପିୟନ ତଥା ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଗତ କୋତୋଟି ମ୍ୟାଚ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚିଙ୍ଗଲେନସାନା ଦଳରେ ନିଜର ଗୁରୁତ୍ୱ ବଢାଇବାରେ ସକ୍ଷମ ହୋଇଛନ୍ତି। ନେଦରଲାଣ୍ଡ୍ସ ଓ ବେଲଜିୟମ ବିପକ୍ଷ ପ୍ରଦର୍ଶନ ସମସ୍ତଙ୍କ ପାଇଁ ସନ୍ତୋଷଜନକ ଥିଲା। ମୁଖ୍ୟ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ରଣନୀତି ଅନୁସାରେ ଆମେ ଖେଳି ସଫଳତା ପାଇଛୁ। ଏବେ ଅଷ୍ଟ୍ରେଲିଆ ଉପରେ ଆମେ ନଜର କେନ୍ଦ୍ରୀଭୂତ କରିଛୁ। ଅଷ୍ଟ୍ରେଲିଆ ଏକ ଚାମ୍ପିୟନ ଓ ବିଶ୍ୱସ୍ତରୀୟ ଦଳ। ଆକ୍ରମଣାତ୍ମକ ହକି ଖେଳିବାକୁ ଅଷ୍ଟ୍ରେଲିଆ ଖେଳାଳି ଭଲ ପାଆନ୍ତି। ତେବେ ଏହାକୁ ସାମ୍ନା କରିବାକୁ ଆମେ ପୂରା ପ୍ରସ୍ତୁତ ଅଛୁ। ଯୋଜନା ଅନୁସାରେ ଖେଳିଲେ ଆମେ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବାରେ ସମର୍ଥ ହେବୁ ବୋଲି ଚିଙ୍ଗଲେନସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ଖୁବ୍‌ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ...

ଢାକା ଟେଷ୍ଟ: ଟିମ୍‌ ଇଣ୍ଡିଆ ୩୧୪ରେ ଅଲଆଉଟ୍‌

ଢାକା,୨୩।୧୨: ଭାରତ-ବାଲାଂଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଏଠାରେ ଖେଳାଯାଉଛି। ଦ୍ୱିତୀୟ ଦିନରେ ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ୩୧୪ ରନ୍‌ କରି...

ଜାଡେଜାଙ୍କ ବିବାଦୀୟ ରନ ଆଉଟ

ଚେନ୍ନାଇ, ୧୬ା୧୨ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଯେପରି ଭାବେ ଆଉଟ ଦିଆଗଲା ସେଥିରେ...

ଡୁ’ପ୍ଲେସି ଚଳିତ ବର୍ଷର ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକାନ କ୍ରିକେଟର

ପ୍ରିଟୋରିଆ,୫ା୮- ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଲାଗି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ ଡୁ’ପ୍ଲେସିଙ୍କୁ ପୁରସ୍କୃତ କରାଯାଇଛି। ପ୍ରିଟୋରିଆଠାରେ ଆୟୋଜିତ ବାର୍ଷିକ ଉତ୍ସବରେ କ୍ରିକେଟ...

୨୦ ବଲରେ ଅର୍ଦ୍ଧଶତକ ହାସଲ କଲେ ଷ୍ଟୋଇନିସ

ଦୁବାଇ, ୨୦।୯: ଆଇପିଏଲ୍‌ ୧୩ତମ ସଂସ୍କରଣର ୨ୟ ମ୍ୟାଚ୍‌ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ...

ନ୍ୟୁଜିଲାଣ୍ଡ ୨୨୨/୩

ମାଉଣ୍ଟ ମଙ୍ଗାନୁଇ, ୨୭ା୧୨ (ଏପି)-ସ୍ଥାନୀୟ ବେ’ ଓଭାଲଠାରେ ଘରୋଇ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶନିବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ରେ...

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ...

ଲଭଲିନାଙ୍କ ଐତିହାସିକ ବିଜୟ: ଭାରତ ପାଇଁ ପଦକ ପକ୍କା

ଟୋକିଓ,୩୦।୭: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୬୯ କିଲୋଗ୍ରାମ କ୍ୱାର୍ଟରଫାଇନାଲରେ ଲଭଲିନା ତାଇପେଇର ନିନ ଚିନ ଚେନଙ୍କୁ...

Advertisement
Archives

Model This Week