ପ୍ରତି ବ୍ଲକରେ ହେବ କୋଭିଡ୍‌ କେୟାର ସେଣ୍ଟର

ଭଞ୍ଜନଗର,୧୪।୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋଭିଡ୍‌ କେୟାର ସେଣ୍ଟର ସଂଖ୍ୟା ମଧ୍ୟ ବଢୁଛି। ଭଞ୍ଜନଗରରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ହେଉଛି। ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ହଷ୍ଟେଲରେ ୬୦ ଶଯ୍ୟା ଓ ନିକଟରେ ଥିବା ସିଟି ସ୍କୁଲ ହଷ୍ଟେଲରେ ୪୦ ଶଯ୍ୟା ରହିଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀ ଅସୁସ୍ଥ ହେଲେ ଏଠାରେ ଚିକିତ୍ସିତ ହେବେ। ସ୍ବାବ୍‌ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଆସିଲେ ପୁଣି କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଫେରିବେ। ଏଥିସହ ସାମାନ୍ୟ କରୋନା ଆକ୍ରାନ୍ତ ରୋଗୀମାନେ ମଧ୍ୟ ଏଠାରେ ଚିକିସତ୍ିତ ହେବେ। ଭଞ୍ଜନଗର କୋଭିଡ଼୍‌ କେୟାର ସେଣ୍ଟର ପାଇଁ ୯ଜଣ ଡ଼ାକ୍ତର, ୬ ନର୍ସ, ୨ ଫାର୍ମାସିଷ୍ଟ ସମେତ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ମେଡ଼ିକାଲ କର୍ମଚାରୀଙ୍କୁ କେଏସ୍‌ୟୁବି କଲେଜରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ରୋଗୀ ସଂଖ୍ୟା ବୃଦ୍ଧି ଓ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବାରୁ ପ୍ରତି ବ୍ଲକରେ ଗୋଟିଏ ଲେଖାଏ କୋଭିଡ୍‌ କେୟାର ସେଣ୍ଟର କରିବାକୁ ଯୋଜନା ରହିଥିବା ସେ କହିଥିଲେ। ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ ପ୍ରଧାନ, ଏନଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ମେଡ଼ିକାଲ ଅଧିକ୍ଷକ ଡ଼. ସିତାଶୁଂ ଶେଖର ଶତପଥୀ ପ୍ରମୁଖ ଜିଲାପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଳାବାଟ ଦେଇ ଚାଲିଛି ଆନ୍ତଃ ରାଜ୍ୟ ବସ୍‌, ଚାରିଚକିଆ ଯାନ

ଜଳେଶ୍ୱର,୨୦।୪(ଡି.ଏନ.ଏ.)-କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ସୋମବାରଠାରୁ ଆନ୍ତଃ ରାଜ୍ୟ ଯାନବାହନ ଚଳାଚଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଅନ୍ୟପକ୍ଷରେ...

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୩୦।୭: ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରେ ଖୋଲିବ। ଏନେଇ ରାଜନଗର ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କୁମ୍ଭୀର ପ୍ରଜନନ ଋତୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ...

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା।...

ପାଣିରେ ଭାସୁଚି ପାଚିଲା ଧାନ

ଗଞ୍ଜାମ,୧୦।୧୨(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପାଣି ଜମି ଧାନ ସବୁ ନଷ୍ଟ ହୋଇଯାଇଛି । ଏ ନେଇ ଗଞ୍ଜାମ ଏନ୍‌ଏସି...

ଗଞ୍ଜାମ ଜିଲାରେ ଖାତା ଖୋଲିନି କଂଗ୍ରେସ

ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ...

ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ

ରାଇରଙ୍ଗପୁର,୭ା୨(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର କଚେରୀ ପଡ଼ିଆ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି...

ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ...

Advertisement
Archives

Model This Week