ପ୍ରତିଶ୍ରୁତି କଥାରେ ଅଟକିଛି: ୨୩ ଦିନ ପରେ ବି ଖୋଲିଲାନି ଶିଶୁ ୱାର୍ଡ

ଚମ୍ପୁଆ, ୨୫ା୪(ଡି.ଏନ.ଏ.)-୨୦୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବା ପ୍ରଦାନରେ ପ୍ରମୁଖ ଭୂମିକା ନିଭାଉଥିବା ବେଳେ ଚିକିତ୍ସା ନଥିବା ଦେଖିବାକୁ ମଳୁଛି। ପୂର୍ବରୁ ଏହି ପ୍ରମୁଖ ସେବା ପାଇଁ ଗଣମାଧ୍ୟମରେ  ବାରମ୍ବାର ପ୍ରକାଶ ପରେ ଦାୟିତ୍ୱରେ ଥିବା ଚିକିତ୍ସା ଅଧିକାରୀ କର୍ଣ୍ଣରାମ ମହାନ୍ତ ଏହି ୱାର୍ଡକୁ ଏପ୍ରିଲ ୧ ତାରିଖରେ ଆନୁଷ୍ଠାନିକ ଭାବେ ଖୋଲାଯିବ ବୋଲି ପ୍ରକାଶ କରିଥିଲେ। କଥା କେବଳ କଥାରେ ରହିଗଲା ହେଲେ ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିଲା ନାହଁି।

ସୂଚନା ଯୋଗ୍ୟ କି ୪ବର୍ଷରୁ ଊର୍ଦ୍ଧ୍ୱ ହେବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଶିଶୁ ୱାର୍ଡ ନିର୍ମାଣ କରାଯାଇଥିଲା। ସ୍ବତନ୍ତ୍ର ୱାର୍ଡ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଶିଶୁ ମାନଙ୍କୁ ସାଧାରଣ ରୋଗୀଙ୍କ ସହ ରଖାଯାଇ ଚିକିତ୍ସା କରାଯାଉଛି। ଫଳରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଏହି ଚିକିତ୍ସାଳୟକୁ ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ ଓ ଝାଡଖଣ୍ଡ ରାଜ୍ୟରୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ଶିଶୁ ୱାର୍ଡ ଅଭାବରୁ ରୋଗୀମାନେ କେନ୍ଦୁଝର ଚିକିତ୍ସାଳୟକୁ ପଳାଉଛନ୍ତି। ଶିଶୁ ୱାର୍ଡ ଖୋଲିବା ନେଇ ଶିଶୁ ଡାକ୍ତର ସୁନାରାମ ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶିଶୁ ୱାର୍ଡର ପରିଚାଳନା ପାଇଁ ଆବଶ୍ୟକ ଷ୍ଟାଫ୍‌, ଅକ୍ସିଜେନ, ସାଲାଇନ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଭାରପ୍ରାପ୍ତ ଏସ୍‌ଡିଏମ୍‌ଓଙ୍କୁ ଲିଖିତ ଆକାରରେ ସୂଚନା ଦିଆଯାଇଥିଲେ ମଧ୍ୟ ତାର ବ୍ୟବସ୍ଥା ହୋଇ ନଥିବାରୁ ରୋଗୀ ରଖି ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଭାରପ୍ରାପ୍ତ ଚିକତ୍ସା ଅଧିକାରୀ ମହାନ୍ତ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରି ତୁରନ୍ତ ଶିଶୁ ୱାର୍ଡଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବଭଳି ପୁଣି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ତୁରନ୍ତ ଏହା କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି...

ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତା ଉଠି ମାରିଲା: ଫରେଷ୍ଟ ଗାର୍ଡ ଗୁରୁତର

ସଜନାଗଡ଼,୮।୩(ଡି.ଏନ୍‌.ଏ.): ହାତୀକୁ ଚିକିତ୍ସା କରିବାକୁ ଯାଇ ଅସୁସ୍ଥ ଦନ୍ତାର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୀଳଗିରି କୁଲଡିହା ଅଭୟାରଣ୍ୟରେ...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

ଚିକିତ୍ସାରେ ଅବହେଳା ଅଭିଯୋଗ: ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା

ସୋର, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ...

ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ...

ଗୋଳାବାରୁଦ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଖଡୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପକ୍ଷରୁ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା...

ଔପଦାରୁ ଚୋରି ଟ୍ରାକ୍ଟର ଯଶିପୁରରୁ ଉଦ୍ଧାର: ୪ ଜିଲାକୁ ଲମ୍ବିଛି ର଼୍ୟାକେଟ

ଔପଦା, ୫।୧୨-ବାଲେଶ୍ୱର ଜିଲା ଔପଦା ଥାନାରୁ ୧୪ ମାସ ତଳେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଔପଦା ପୋଲିସ ମୟୂରଭଞ୍ଜ ଜିଲାର ଯଶିପୁର ଥାନା ଟଙ୍ଗାବିଲା...

ଟ୍ରକ୍‌କୁ ପଛରୁ ପିଟିଲା ମାଛ ବୋଝେଇ ଟ୍ରକ୍‌: ଜଣେ ମୃତ, ତିନି ଗୁରୁତର

ବାଲେଶ୍ୱର ଅଫିସ ୧୨।୪: ବାଲେଶ୍ୱର ଜିଲା ୬୦ ନଂ. ଯାତୀୟ ରାଜପଥ ରୁପ୍‌ସା ଥାନା ଅନ୍ତର୍ଗତ ମିରିଗୀଗୁଣ୍ଡି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା...

Advertisement
Archives

Model This Week