Posted inଜାତୀୟ

ପ୍ରତିଶ୍ରୁତିରେ କୃଷକ ନିରାଶ

ନୂଆଦିଲ୍ଲୀ,୬ା୭(ପି.ଟି.): ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯିବ। ଏହି ଅବଧି ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ କୃଷକଙ୍କୁ ନିରାଶ କରିଛି। ବିଳମ୍ବିତ ମୌସୁମୀକୁ ନେଇ କୃଷକ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଶୁକ୍ରବାର ଲୋକ ସଭାରେ ଉପସ୍ଥାପିତ ବଜେଟରେ କୃଷି କ୍ଷେତ୍ର ପାଇଁ ବିଶେଷ ଫଳପ୍ରଦ ବ୍ୟବସ୍ଥା ବା ରୋଡ଼ମ୍ୟାପ୍‌ ଥିବା ଭଳି ମନେହେଉନାହିଁ। ଋଣଛାଡ ପାଇଁ ଆଶା ବାନ୍ଧିଥିବା ଚାଷୀକୁଳ କେବଳ ଶୁଖିଲା ପ୍ରତିଶ୍ରୁତିରେ ନିରାଶ ହୋଇଛି ।
ସେହିପରି ଗରିବ ଓ କୃଷକଙ୍କ ପାଇଁ କୌଣସି ବଡ଼ ଘୋଷଣା କରାଯାଇ ନ ଥିବାରୁ ବିରୋଧୀ ଦଳ ଗୁଡିକ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।
ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି, ସରକାର ‘ଗାଁ, ଗରିବ ଓ କିଷାନ’କୁ ଦୃଷ୍ଟିରେ ରଖି ଉଭୟ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାସହ ଖାଦ୍ୟ ପ୍ରକ୍ରିୟାକରଣରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ। ‘ବ୍ୟବସାୟରେ ସହଜତା’ ଓ ‘ସହଜ ଜୀବନ’ କୃଷକଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଅନ୍ନଦାତାଙ୍କୁ ଶକ୍ତିଦାତାରେ ପରିଣତ କରିବା ଲାଗି ସମବାୟ ଜରିଆରେ ଡାଏରିକୁ ପ୍ରୋତ୍ସାହନ ଦିଆଯିବ। ଏଥିସକାଶେ ଗୋଖାଦ୍ୟ ଉତ୍ପାଦନ ସହ ଦୁଗ୍ଧ କିଣିବା, ପ୍ରକ୍ରିୟାକରଣ ଓ ମାର୍କେଟିଂର ଭିତ୍ତିଭୂମି ପ୍ରତିଷ୍ଠା କରାଯିବ। ମତ୍ସ୍ୟ ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମ୍‌ଏମ୍‌ଏସ୍‌ଓ୍ବାଇ) କରିବାକୁ ଯାଉଛନ୍ତି। ଏହାଦ୍ୱାରା ମୂଲ୍ୟ ଶୃଙ୍ଖଳ (ଭାଲ୍ୟୁ ଚେନ୍‌)ରେ ଥିବା ବ୍ୟବଧାନକୁ ଏହା ପୂରଣ କରିବା ସହ ଭିତ୍ତିଭୂମି, ଆଧୁନିକୀକରଣ, ଠାବ କରିବାର କ୍ଷମତା (ଟ୍ରେସେବିଲିଟି), ଉତ୍ପାଦନ, ଉତ୍ପାଦନ କ୍ଷମତା, ଅମଳ ପର ପରିଚାଳନା ଓ ମାନ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ବୋଲି ସୀତାରାମନ କହିଛନ୍ତି।
ସେହିପରି ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତକୁ ଆମତ୍ନିର୍ଭରଶୀଳ କରିଥିବା କୃଷକମାନଙ୍କୁ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି, ଆଗକୁ ସେମାନେ ତୈଳବୀଜ ଅମଳ କ୍ଷେତ୍ରରେ ମଧ୍ୟ ଏହି ସଫଳତା ଦୋହରାଇବେ। ସେମାନଙ୍କ ସେବାରେ ଆମର ଆମଦାନି ବିଲ୍‌ ହ୍ରାସ ପାଇବ। ଆସନ୍ତା ୫ ବର୍ଷରେ ୧୦ ହଜାର ନୂଆ କୃଷକ ଉତ୍ପାଦକ ସଙ୍ଗଠନ (ଏଫ୍‌ପିଓ) ପ୍ରତିଷ୍ଠା କରି ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରାଯିବ। ୨୦୧୬ରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍‌ ଜାତୀୟ କୃଷି ବଜାର (ଇ-ନାମ୍‌) ଜରିଆରେ କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାରଗୁଡ଼ିକ ସହ ମିଶି କେନ୍ଦ୍ର କାମ କରିବ। କୃଷି ଉତ୍ପାଦ ବଜାର ସମବାୟ(ଏପିଏମ୍‌ସି) ଆଇନ ଏଥିରେ ସେମାନଙ୍କୁ ବାଧା ନ ଦେଇ ସହାୟତା ପ୍ରଦାନ କରିବା ଉଚିତ। ଏହି ଅବସରରେ ସେ ସାରା ଦେଶରେ ଜିରୋ ବଜେଟ୍‌ ଫାର୍ମିଂ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହି ନୂତନ ପ୍ରଣାଳୀକୁ ଅଳ୍ପ କେତେକ ରାଜ୍ୟ ଆପଣାଇଛନ୍ତି। ଜିରୋ ଫାର୍ମିଂ ବଜେଟକୁ ‘ମୂଳକୁ ଫେରିବା’ ଭାବେ ଅଭିହିତ କରି ଏହା କୃଷକଙ୍କୁ ଋଣ ଜାଲରୁ ମୁକ୍ତ କରିବ ବୋଲି ସୀତାରାମନ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri