Posted inଜାତୀୟ

‘ବଜେଟ ଗରିବଙ୍କୁ ସଶକ୍ତ କରିବ’

ନୂଆଦିଲ୍ଲୀ,୬ା୭(ପି.ଟି.): କେନ୍ଦ୍ର ବଜେଟ ନାଗରିକ ହିତୈଶୀ, ବିକାଶ ଅନୁକୂଳ ତଥା ଭବିଷ୍ୟତୋନ୍ମୁଖୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିବା ସହ ଏହା ଦେଶର ଗରିବଙ୍କୁ ସଶକ୍ତ କରିବ ଏବଂ ଯୁବପିଢ଼ିଙ୍କ ଲାଗି ଉନ୍ନତ ଭବିଷ୍ୟତ ଯୋଗାଇଦେବ ବୋଲି କହିଛନ୍ତି। ଜନସାଧାରଣଙ୍କ ଆଶାଆକାଂକ୍ଷା ପୂରଣ ହୋଇପାରିବା ସହ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ବଜେଟରୁ ପ୍ରତୀୟମାନ ହୋଇଛି। ସରକାରଙ୍କ ନୂତନ ନୀତି ଅବହେଳିତମାନଙ୍କୁ ସଶକ୍ତ କରିବା ସହ ଦେଶର ବିକାଶ ପାଇଁ ସେମାନଙ୍କ ହାତରେ କ୍ଷମତା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ପରେ ଏକ ଟେଲିଭିଜନ ବାର୍ତ୍ତାରେ ମୋଦି କହିଥିଲେ, ବଜେଟରେ ସ୍ବଚ୍ଛ ପରିବେଶ, ସ୍ବଚ୍ଛ ଇନ୍ଧନ ଏବଂ ପରିବହନ ଉପରେ ଗୁରୁତ୍ୱ ଦିଆଯାଇଛି। କୃଷି ସେକ୍ଟରରେ ଢାଞ୍ଚାଗତ ସଂସ୍କାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ସହ ଏହି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ। ବଜେଟକୁ ନୂତନ ଭାରତର ଦସ୍ତାବିଜ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଦେଶର ବିକାଶ ଧାରାକୁ ତ୍ୱରାନ୍ବିତ କରିବା ସହ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅଧିକ ଲାଭଦାୟକ ହେବ।
ବଜେଟରେ ଟିକସ ପ୍ରକ୍ରିୟାର ସରଳୀକରଣ କରାଯାଇଥିବାରୁ ଭିତ୍ତିଭୂମିର ଆଧୁନିକୀକରଣରେ ଏହା ସହାୟକ ହୋଇପାରିବ।

ଏହା ଉଭୟ ଉଦ୍ୟୋଗ ଏବଂ ବ୍ୟବସାୟୀ ଉଭୟଙ୍କୁ ସୁଦୃଢ଼ କରାଇବ। ଦେଶର ବିକାଶରେ ମହିଳାମାନଙ୍କ ଭାଗୀଦାରିତାକୁ ଅଧିକ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

‘ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି’: ସଂସଦରେ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଡାକିଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଶୁକ୍ରବାର (ଜୁଲାଇ 31, 2026) ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ଲୋକ ସଭା ଏବଂ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri