Posted inଜାତୀୟ

ପ୍ରତିଶ୍ରୁତିରେ କୃଷକ ନିରାଶ

ନୂଆଦିଲ୍ଲୀ,୬ା୭(ପି.ଟି.): ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯିବ। ଏହି ଅବଧି ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ କୃଷକଙ୍କୁ ନିରାଶ କରିଛି। ବିଳମ୍ବିତ ମୌସୁମୀକୁ ନେଇ କୃଷକ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଶୁକ୍ରବାର ଲୋକ ସଭାରେ ଉପସ୍ଥାପିତ ବଜେଟରେ କୃଷି କ୍ଷେତ୍ର ପାଇଁ ବିଶେଷ ଫଳପ୍ରଦ ବ୍ୟବସ୍ଥା ବା ରୋଡ଼ମ୍ୟାପ୍‌ ଥିବା ଭଳି ମନେହେଉନାହିଁ। ଋଣଛାଡ ପାଇଁ ଆଶା ବାନ୍ଧିଥିବା ଚାଷୀକୁଳ କେବଳ ଶୁଖିଲା ପ୍ରତିଶ୍ରୁତିରେ ନିରାଶ ହୋଇଛି ।
ସେହିପରି ଗରିବ ଓ କୃଷକଙ୍କ ପାଇଁ କୌଣସି ବଡ଼ ଘୋଷଣା କରାଯାଇ ନ ଥିବାରୁ ବିରୋଧୀ ଦଳ ଗୁଡିକ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।
ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି, ସରକାର ‘ଗାଁ, ଗରିବ ଓ କିଷାନ’କୁ ଦୃଷ୍ଟିରେ ରଖି ଉଭୟ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାସହ ଖାଦ୍ୟ ପ୍ରକ୍ରିୟାକରଣରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ। ‘ବ୍ୟବସାୟରେ ସହଜତା’ ଓ ‘ସହଜ ଜୀବନ’ କୃଷକଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଅନ୍ନଦାତାଙ୍କୁ ଶକ୍ତିଦାତାରେ ପରିଣତ କରିବା ଲାଗି ସମବାୟ ଜରିଆରେ ଡାଏରିକୁ ପ୍ରୋତ୍ସାହନ ଦିଆଯିବ। ଏଥିସକାଶେ ଗୋଖାଦ୍ୟ ଉତ୍ପାଦନ ସହ ଦୁଗ୍ଧ କିଣିବା, ପ୍ରକ୍ରିୟାକରଣ ଓ ମାର୍କେଟିଂର ଭିତ୍ତିଭୂମି ପ୍ରତିଷ୍ଠା କରାଯିବ। ମତ୍ସ୍ୟ ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମ୍‌ଏମ୍‌ଏସ୍‌ଓ୍ବାଇ) କରିବାକୁ ଯାଉଛନ୍ତି। ଏହାଦ୍ୱାରା ମୂଲ୍ୟ ଶୃଙ୍ଖଳ (ଭାଲ୍ୟୁ ଚେନ୍‌)ରେ ଥିବା ବ୍ୟବଧାନକୁ ଏହା ପୂରଣ କରିବା ସହ ଭିତ୍ତିଭୂମି, ଆଧୁନିକୀକରଣ, ଠାବ କରିବାର କ୍ଷମତା (ଟ୍ରେସେବିଲିଟି), ଉତ୍ପାଦନ, ଉତ୍ପାଦନ କ୍ଷମତା, ଅମଳ ପର ପରିଚାଳନା ଓ ମାନ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ବୋଲି ସୀତାରାମନ କହିଛନ୍ତି।
ସେହିପରି ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତକୁ ଆମତ୍ନିର୍ଭରଶୀଳ କରିଥିବା କୃଷକମାନଙ୍କୁ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି, ଆଗକୁ ସେମାନେ ତୈଳବୀଜ ଅମଳ କ୍ଷେତ୍ରରେ ମଧ୍ୟ ଏହି ସଫଳତା ଦୋହରାଇବେ। ସେମାନଙ୍କ ସେବାରେ ଆମର ଆମଦାନି ବିଲ୍‌ ହ୍ରାସ ପାଇବ। ଆସନ୍ତା ୫ ବର୍ଷରେ ୧୦ ହଜାର ନୂଆ କୃଷକ ଉତ୍ପାଦକ ସଙ୍ଗଠନ (ଏଫ୍‌ପିଓ) ପ୍ରତିଷ୍ଠା କରି ଚାଷୀଙ୍କ ଅର୍ଥନୀତିକୁ ସୁଦୃଢ଼ କରାଯିବ। ୨୦୧୬ରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍‌ ଜାତୀୟ କୃଷି ବଜାର (ଇ-ନାମ୍‌) ଜରିଆରେ କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାରଗୁଡ଼ିକ ସହ ମିଶି କେନ୍ଦ୍ର କାମ କରିବ। କୃଷି ଉତ୍ପାଦ ବଜାର ସମବାୟ(ଏପିଏମ୍‌ସି) ଆଇନ ଏଥିରେ ସେମାନଙ୍କୁ ବାଧା ନ ଦେଇ ସହାୟତା ପ୍ରଦାନ କରିବା ଉଚିତ। ଏହି ଅବସରରେ ସେ ସାରା ଦେଶରେ ଜିରୋ ବଜେଟ୍‌ ଫାର୍ମିଂ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହି ନୂତନ ପ୍ରଣାଳୀକୁ ଅଳ୍ପ କେତେକ ରାଜ୍ୟ ଆପଣାଇଛନ୍ତି। ଜିରୋ ଫାର୍ମିଂ ବଜେଟକୁ ‘ମୂଳକୁ ଫେରିବା’ ଭାବେ ଅଭିହିତ କରି ଏହା କୃଷକଙ୍କୁ ଋଣ ଜାଲରୁ ମୁକ୍ତ କରିବ ବୋଲି ସୀତାରାମନ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫:ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ…

ସକାଳୁ ସକାଳୁ ବଡ଼ ଝଟକା! ପୁଣି ବଢ଼ିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୨୩।୫: ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri