Posted inଫୁରସତ

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା ରହିଥାଏ। ଏକଥା ନିକଟରେ କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ସୂର୍ଯ୍ୟକିରଣ ପ୍ରଭାବରୁ ବାୟୁମଣ୍ଡଳର ଉତ୍ତାପ ଯେତେ ବଢୁନା କାହିଁକି ପ୍ରଜାପତିର ଡେଣା କିନ୍ତୁ ଥଣ୍ଡା ରହିବ ହିଁ ରହିବ। ଏହାର କାରଣ ଦର୍ଶାଇବାକୁ ଯାଇ ସେମାନେ କହନ୍ତି ଯେ, ପ୍ରଜାପତିର ଡେଣାରେ ରହଛି ଗୋଟିଏ ନିର୍ଦ୍ଦିଷ୍ଟ ଧରଣର ଭେନ୍‌, ଯାହା ତା’ ଦେହକୁ ଇନ୍‌ସେକ୍ଟ ବ୍ଲଡ ପ୍ରବାହିତ କରାଏ। ପୁଣି ତା’ ଡେଣାରେ ଅଛି ଲକ୍ଷ ଲକ୍ଷ ‘ସେଣ୍ଟ ପ୍ୟାଚ୍‌’। ‘ସେଣ୍ଟ ପ୍ୟାଚ୍‌’ର କାମ ହେଉଛି ଏହା ଶରୀର ତାପମାତ୍ରାକୁ ବଢ଼ାଇବା ଏବଂ କମେଇବା। ପ୍ରଜାପତି ସୂର୍ଯ୍ୟକିରଣର ଉତ୍ତାପ ଅନୁଯାୟୀ ‘ସେଣ୍ଟ ପ୍ୟାଚ୍‌’ ଜରିଆରେ ନିଜ ଦେହର ତାପମାତ୍ରାକୁ ବେଶି କମ୍‌ କରିଥାଏ। ଏକଥା ଜଣାଯାଇଛି ଯେ, ଏହା ସୂର୍ଯ୍ୟକିରଣର ତାପମାତ୍ର ଠାରୁ ବି ବେଶି ପରିମାଣର ଉତ୍ତାପ ନିଜ ଦେହରେ ସୃଷ୍ଟି କରିପାରେ। ତେଣୁ ସୂର୍ଯ୍ୟକିରଣର କୌଣସି ପ୍ରଭାବ ତା’ ଦେହରେ ପଡ଼େନାହିଁ। ଫଳରେ ସୂର୍ଯ୍ୟ ଏହା ନିଜର ଦେହର ତାପମାତ୍ରାକୁ ସନ୍ତୁଳିତ ରଖିପାରେ। ଯେତେବେଳେ ଉତ୍ତପ ସୂର୍ଯ୍ୟକିରଣରେ ସମଗ୍ର ପୃଥିବୀ ତାତୁଥାଏ ସେତେବେଳେ ପ୍ରଜାପତି ତା’ ଦେହର ଉତ୍ତାପକୁ ସନ୍ତୁଳିତ ରଖି ବେଶ୍‌ ଥଣ୍ଡାରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri