ପ୍ରଚୁର ଜଳ ଉତ୍ସ ସତ୍ତ୍ୱେ ହେଉନି ସଂରକ୍ଷଣ : ଜାରି ରହିଛି ମହାନଦୀ ଜଳ ବିବାଦ

ଖଣ୍ଡପଡ଼ା,୨୯ା୭-ଦେଶ ସ୍ବାଧୀନ ହେବାର ୧ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହାରୁ ଓଡିଶାରେ କୃଷିର ଉନ୍ନତି ପାଇଁ ଜଳସେଚନ ଏବଂ ବିଦ୍ୟୁତ୍‌ ଦେଖାଦେଇଛି। ଉତ୍ପାଦନ ଲକ୍ଷ୍ୟରେ ମହାନଦୀର ଉପର ମୁଣ୍ଡରେ ହିରାକୁଦ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ହିରାକୁଦ ତଥା ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ରାଜ୍ୟ ଇତିମଧ୍ୟରେ ଅନେକ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଛି । ଇତିମଧ୍ୟରେ ଦୀର୍ଘ ୬୨ ବର୍ଷ ବିତିଯାଇଥିଲେ ଅନ୍ୟ କୌଣସି ପ୍ରକଳ୍ପ ଆରମ୍ଭ ହୋଇପାରିନି ଏବଂ ମହାନଦୀକୁ ନେଇ ଜାରି ରହିଛି ଆନ୍ତଃରାଜ୍ୟ ବିବାଦ । ସୂଚନାଯୋଗ୍ୟ କି, ଟିକରପଡ଼ା, ମଣିଭଦ୍ରା ଓ ପଦ୍ମାବତୀଠାରେ ବ୍ୟାରେଜ୍‌ ନିର୍ମାଣ ସର୍ଭେ କରାଯାଇଥିଲେ ସୁଦ୍ଧା ଏହାର ନିର୍ମାଣ ଫାଇଲ୍‌ ମଧ୍ୟରେ ଲୁଚିଯାଇଛି। ରାଜ୍ୟରେ ମହାନଦୀ ଭଳି ଏକ ବୃହତ୍‌ ଜଳ ସମ୍ପଦର ଉତ୍ସ ରହିଥିବାବେଳେ ଏହାର ସୁବିନିଯୋଗ ଏବଂ ସଂରକ୍ଷଣର ବ୍ୟବସ୍ଥା ନ ଥିବାରୁ ଆଜି ରାଜ୍ୟବାସୀ ଏହାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରାଜ୍ୟ ସରକାର ଯଦି ଏହାର ଛୋଟବଡ଼ ଶାଖା ନଦୀଗୁଡିକରେ ପ୍ରବାହିତ ଜଳକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସଂରକ୍ଷିତ କରି କୃଷି, ଶିଳ୍ପ, ମତ୍ସ୍ୟଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିପାରିଥାନ୍ତେ ତେବେ ଆମର ବିକାଶ ତ୍ୱରାନ୍ବିତ ହୋଇପାରନ୍ତା। କିନ୍ତୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। କିଛି ବର୍ଷ ହେବ ବୃତ୍ତଙ୍ଗ ସେତୁ ପ୍ରକଳ୍ପର କାର୍ଯ୍ୟ ବିବାଦୀୟ ଘେରରେ ଓ କାଗଜପତ୍ର ମଧ୍ୟରେ ସୀମିତ ରହିଛି। ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଅନ୍ତା ତେବେ ଆମେ କୃଷିକ୍ଷେତ୍ରରେ ଉନ୍ନତି କରିପାରିଥାନ୍ତୁ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣକୁ ନେଇ ରାଜନୈତିକ ବିବାଦ, ପ୍ରତିବାଦ, ଆନ୍ଦୋଳନ ଏପରିକି ମହିଳାମାନେ କଳସରେ ଜଳ ଆଣି ବିରୋଧ କରିଥିଲେ। ଖଣ୍ଡପଡ଼ା ଅନ୍ତର୍ଗତ ପଥରଚକଡ଼ା ପଞ୍ଚାୟତର ମାଧପୁର ପାଟ ଓ କଣ୍ଟେଇ ନାଳ, ବରକୋଳିପାଟ, ମଣିପୁରପାଟ, ସଢ଼େଇପାଟ, ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭୋକିଲାପଡ଼ାଠାରେ କୁସୁମୀ ନଦୀରେ ମିଶିଥିବା ନାଳ, ଗୁଣ୍ଠୁଣୀ ଓ ଅଁଳାମୋଡାଠାରେ ଥିବା ଲୁଣିଝରା ନଦୀ, କୁସୁମୀ ଓ କୁଆଁରିଆ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ନିର୍ମାଣ କରାଯାଇ ସ୍ଲୁଇସ୍‌ ଗେଟ୍‌ କରାଯାଇ ଜଳ ସଂରକ୍ଷଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଏହାକୁ ବ୍ୟକ୍ତି ବିଶେଷଙ୍କ ମତାମତ
କଣ୍ଟିଲୋ-ଭୁବନେଶ୍ୱର ରାଜପଥ କାଳିଗିରି ପୋଲଠାରୁ ମାତ୍ର ୨ କିମି ଦୂର ଭାପୁର ବ୍ଲକ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ମଣିପୁର ଗାଁ ଲୋକେ କୁହନ୍ତି, ବେଙ୍ଗ ମୁତିଲେ ମଣିପୁର ଗାଁରେ ପାଣି। ଅର୍ଥାତ୍‌ ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ଏହି ଗାଁ ପାଣି ଘେରରେ ରୁହେ। ଗ୍ରାମର ୧୩୩ ଏକର ପରିମିତ କାଚେରା ପାଟରେ ବନ୍ୟା ପାଣି ଜମା ହୋଇ ରହେ। ଏହି ପାଟରେ ଜଳ ସଂରକ୍ଷଣ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ପାଟ ଚତୁପାର୍ଶ୍ୱସ୍ଥ ପ୍ରାୟ ୧୧ଶହ ଏକର ଜମିରେ ସବୁଦିନିଆ ଫସଲ ହୋଇପାରିଥାନ୍ତା, ଯାହାଦ୍ୱାରା ଚାଷୀ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ଆଦାୟ ବୃଦ୍ଧି ପାଇପାରନ୍ତା।
ଗଣେଶ୍ୱର ଖଟେଇ, ବଡଚାଷୀ(ମଣିପୁର)
ଯଦି କେବେ ୩ୟ ବିଶ୍ୱଯୁଦ୍ଧ ହୁଏ, ବିଭିନ୍ନ ଦେଶ ମଧ୍ୟରେ ଜଳ ବିବାଦକୁ ନେଇ ଏହି ଯୁଦ୍ଧ ହେବ। କାରଣ ସମଗ୍ର ପୃଥିବୀରେ ଏବେ ଜଳ ସଙ୍କଟ ତୀବ୍ର ହେବାରେ ଲାଗିଛି। ଅତ୍ୟନ୍ତ ଦୁଃଖର କଥା, ଯେଉଁ ପରିମାଣର ଜଳ ମହାନଦୀର ତଳ ମୁଣ୍ଡରେ ପ୍ରବାହିତ ହେଉଛି, ତାହାର ସିଂହ ଭାଗ ସମୁଦ୍ରକୁ ବହିଯାଉଛି। ଓଡିଶାରେ ୯୫,୫୪୦ ନିୟୁତ ଘନ ମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ନିୟୁତ ଘନ ମିଟର ଜଳ ସମୁଦ୍ରରେ ମିଶୁଛି। ଜଳ ସମ୍ପଦର ସଂରକ୍ଷଣ ଅଭାବରୁ ଓଡିଶାରେ ଜଳ ସଙ୍କଟ ଦେଖାଦେଇଛି।

ଡ. ପବିତ୍ର କୁମାର ସୁବୁଦ୍ଧି, ଶିକ୍ଷାବିତ୍‌ (ପଦ୍ମାବତୀ)
ମହାନଦୀରେ ଜମା ହେଉଥିବା ପାଣିରୁ ଗାଁ ମୁଣ୍ଡରେ ଥିବା ଅକୁରାସରନାଳ ସୃଷ୍ଟି ହୋଇଛି ବୋଲି ଉଭୟ ମିଶ୍ର ଓ ଲେଙ୍କା କହିଥିଲେ। ପ୍ରାୟ ୩୦ ଏକର ପରିମିତ ଏହି ନାଳକୁ ଯଦି ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ଜଳ ସଂରକ୍ଷଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇପାରନ୍ତା ତେବେ ବଳରାମପ୍ରସାଦ ସମେତ ସିଧାମୂଳା, ଦୁଆରଗାଁ, ଗଣିଆ ବ୍ଲକ ଅନ୍ତର୍ଗତ ପତୁରିଆ, ଖଲିସରା ଆଦି ୫ ମୌଜାର ପ୍ରାୟ ଏକ ହଜାର ଏକର ଜମିରେ ବର୍ଷ ସାରା ଧାନ ଫସଲ ସହିତ ରବିି ଫସଲ ଉପତ୍ାଦିତ ହୋଇପାରନ୍ତା ବୋଲି ଭୟ ମତ ଦେଇଥିଲେ। ଜଳସେଚନର ବ୍ୟବସ୍ଥା କରିପାରିଲେ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ହଜାର ହଜାର ଏକର ଜମିରେ ସୁନାର ଫସଲ ଉତ୍ପାଦନ ହୋଇପାରନ୍ତା।
ଘନଶ୍ୟାମ ମିଶ୍ର ଓ ସନାତନ ଲେଙ୍କା(ବଳରାମ ପ୍ରସାଦ ଗ୍ରାମବାସୀ)
ଖଣ୍ଡପଡ଼ା-ପଦ୍ମାବତୀ-କରବର ମଧ୍ୟରେ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଯଦି ଏହା ଗ୍ରହଣୀୟ ହୁଏ ତେବେ ସମ୍ପୂର୍ଣ୍ଣ ଭାପୁର ବ୍ଲକର କୃଷକ ଓ କୃଷିର ଉନ୍ନତି ହୋଇପାରିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏତେ ଅର୍ଥ ବ୍ୟୟ କରିବା ପାଇଁ ସରକାରଙ୍କ ପାଖରେ ସମ୍ବଳ ନାହିଁ। ପ୍ରାୟ ଅର୍ଥ କାଳିଆ ଯୋଜନାରେ ବିନିଯୋଗ ହୋଇଛି। ତେଣୁ ଏହି ଯୋଜନା କରିବା ସମ୍ଭବ ନୁହେଁ। ଯଦି ମହାନଦୀର ବିଭିନ୍ନ ସ୍ଥାନରେ ୫/୬ଟି ବ୍ୟାରେଜ୍‌ ନିର୍ମାଣ କରାଯାଆନ୍ତା ତେବେ ମହାନଦୀର ଜଳ ସମୁଦ୍ରକୁ ଯାଇ ପାରନ୍ତା ନାହିଁ। ଜଳ ସଂରକ୍ଷଣ ଫଳରେ ଜଳସେଚନର ସୁବିଧା ହୋଇପାରନ୍ତା।
ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ(ଖଣ୍ଡପଡ଼ା)
କୁସୁମୀ ନଦୀରୁ ସୃଷ୍ଟି ହୋଇଥିବା ନାଳ ଦୀର୍ଘ ୮/୧୦ କିମିରୁ ଊର୍ଦ୍ଧ୍ୱ ଜଗନ୍ନାଥ ପ୍ରସାଦ ଓ ବୋଲଗଡ଼ ଅଞ୍ଚଳର କିଛ ଅଂଶକୁ ପରିବ୍ୟାପ୍ତ। ଏହାର ଦୁଇ ପାର୍ଶ୍ୱରେ ପ୍ରାୟ ୫ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ନାଳରେ ବନ୍ଧବାନ୍ଧି ଜଳସେଚନର ସୁବିଧା କରାଗଲେ କୃଷି ଓ କୃଷକର ଉନ୍ନତି ହୋଇପାରନ୍ତା। ଏହାଛଡ଼ା ବୋରଗାଁଠାରେ ଅବସ୍ଥିତ ସଢ଼େଇପାଟକୁ ଖନନ କରାଯାଇ ଜଳସେଚନର ସୁବିଧା କରାଗଲେ ଏହାର ଚାରିପାଖସ୍ଥିତ ୩ ପଞ୍ଚାୟତର ଚାଷୀ ଉପକୃତ ହୋଇପାରନ୍ତେ।
ବିକ୍ରମ ସାହୁ, ଆଡଭୋକେଟ୍‌ ( ଖଣ୍ଡପଡ଼ା ଅଞ୍ଚଳ)

ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri