ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)-
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା ଅଂଚଲ ଗଠିତ୍‌। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ ବାଘନଦୀ ଆର ମେହେରୁଣୀ ନଦୀ ରହିଛେ। ତିନ୍‌ଟା ନଦୀ ଘେରାର ମଝିଥି ରହିଥିବାର ସରସା ଜଂଗଲ ଜମି ଅଂଚଲଟା ହେଉଛେ ପଁଚ୍‌ରା। ୫ଟା କଁଧ୍‌ ଜମିଦାରୀକେ ନେଇ ଇ ଅଂଚଲ ଗଠିତ୍‌ ହେଇଥିବାର ପୁରାତନ ଲୋକ୍‌ କହେସନ୍‌। ସେନ୍‌ତା ଇତିହାସ ଅନ୍‌ସାରେ ପଁଚ୍‌ରା ଅଂଚଲ ପୁରାତନ କାଲୁ ବୌଦ୍ଧ ରାଏଜର ଅଧୀନରେ ଥିଲା। ବୌଦ୍ଧର ଭଞ୍ଜ ରଜା ବିଶ୍ୱମ୍ବର ଦେବକଁର ରାଜୁତି ସମିଆରେ ବୌଦ୍ଧ ରାଜକୁମାରୀ ସୁବର୍ଣ୍ଣପୁର ଚୌହାନ ବଉଁଶର ରଜାକଁୁ ବିହା ହେଇଥିଲେ। ବିହାବେଲେ କାଠିପାନି, ସେଁଦୁର ଟିକା ହିସାବେ ଇ ସରସା ଜଂଗଲ ଜମି ପଁଚ୍‌ରା ଅଂଚଲକେ ସୁବର୍ଣ୍ଣପୁର ରଜାକୁଁ ଉପହାର ଦେଇଥିଲେ। ପଁଚ୍‌ରା ଅଂଚଲରେ ପୁରାତନ କାଲୁ ଅନେକ ଜାନିଯାତ୍‌ରା ପାଲିତ ହେଇ ଆସୁଛେ। ସେ ଭିତ୍‌ରୁ ଚୁରାଖାଇ ଯାତ୍‌ରା ଅଲଗ୍‌ ଆଏ। ଇ ଯାତ୍‌ରାଟା ମଗ୍‌ଶୀର ଶେଷ ଗୁରୁବାରନୁ ଆରମ୍‌ ହେଇ ଅଷ୍ଟମଙ୍ଗଳା ତକ୍‌ ପାଲିନ ହେସି। ଅଂଚଲର ମୂଲ ଅଧିବାସୀ କଁଧ୍‌ ସମାଜର ଦେଖ୍‌ରେଖ୍‌ ଇ ଯାତ୍‌ରା ପୁରାତନ କାଲୁ ଆୟୋଜନ ହେଇଆସୁଛେ। ପଁଚ୍‌ରା ଅଂଚଲର ଲୋକମାନେ ମା’ମାହେଶ୍ୱରୀ ଦେବୀକଁର ପୂଜା କରବାର ସଂଗେ ଯାତ୍‌ର ଜଂଗଲକେ ଯାଏସନ। ଇ ଯାତ୍‌ରାକେ ଅଂଚଲର କୁଲଦେବୀ ମା’ମାହେଶ୍ୱରୀକଁର ବିହା ଯାତ୍‌ରା ବଲି କୁହାଯାଏସି। ଇ ସମିଆରେ ଇଠାନେ ନୂଅଁାଚୁରା, ଝଁଟା ବି ନୂଅଁା ଲଗାଯାଏସି। ଇ ବଛର ବି ଜାକ୍‌ଜମକରେ ଆଏବାର ୫ ତାରିଖରୁ ଯାତ୍‌ରା ଆରମ୍‌ ହେବା ବଲି କମିଟି ତରଫୁ କୁହାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

୩୧ରେ +୨ ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,୨୮।୭: ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ପାଟକୁରାରେ ବିଜେଡି: ୧୭,୯୨୦ ଖଣ୍ଡ ଭୋଟରେ ବିଜୟଙ୍କୁ ହରାଇଲେ ସାବିତ୍ରୀ, କଂଗ୍ରେସକୁ ଗଲା ମାତ୍ର ୨,୧୦୪ ଭୋଟ

କେନ୍ଦ୍ରାପଡ଼ା ଅଫିସ,୨୪।୭: ପାଟକୁରା ବିଧାନସଭା ଆସନଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି। ଶେଷ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଏବଂ...

ଖିଲାପୀ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୬।୪ (ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷ ଆରମ୍ଭରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱ ଦେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଗତ ୨୦୨୧-୨୨ ଆର୍ଥତ୍କ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

୨୬ରେ ଭାଜପାର ସତ୍ୟାଗ୍ରହ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶାନ୍ତିପ୍ରିୟ ରାଜ୍ୟ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଛି। ମାତ୍ର ଗତ ୨୩ ବର୍ଷରେ ବିଜେଡି ଶାସନରେ ଓଡ଼ିଶା ରାଜନୈତିକ ଅପରାଧୀଙ୍କ ଚରାଭୂଇଁ...

ବର୍ଷା ବିତ୍ପାତ: ଫୁଲୁଛି ନଦୀ

ଭୁବନେଶ୍ୱର,୨୧ା୮(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ବର୍ଷା ବିପତ୍ାତ ସୃଷ୍ଟି କରିଛି। ଫଳରେ ରାଜ୍ୟର ଅଧିକାଂଶ ନଦୀ ଫୁଲିବାରେ ଲାଗିଛି। ଗତ ଦୁଇଦିନ...

ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ, ଗଣପ୍ୟାରେଡ୍‌ ବନ୍ଦ ନିଷ୍ପତ୍ତି ଦୁର୍ଭାଗ୍ୟଜନକ; କାରଣ କ’ଣ ଉତ୍ତର ରଖନ୍ତୁ: ଭାଜପା

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ...

Advertisement
Archives

Model This Week