ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଅଁାତରିକତା ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତରେ। ଇ ପଁଚେତ୍‌ର ପାଲିବୁଗବୁଗାନେ ଗଁାବାସୀକୁ ପିଇଲା ପାଏନ୍‌ ଯୁଗେଇ ଦେବାର ଉଧେ ବଛ୍‌ରେ ହେଲା ଗୁଟେ ଓଭରହେଡ଼ ଟ୍ୟାଙ୍କ ତିଆର ହେଇଛେ। ହେଲେ କାଯ୍‌କ୍ଷମ ନାଇଁ ହେଇପାରି।

ସୂଚନା ହିସାବେ ଝାଉଁଯୋର ପିଇଲା ପାଏନ୍‌ ପ୍ରକଳ୍ପରୁ ଆଗରୁ ବୁଗବୁଗା, ପାଲିବୁଗବୁଗା, ଗମ୍ଭାଟିକ୍ରା ଏନ୍‌ଥେଇ ୩ଖଁଡ଼ ଗଁାର ପାଖାପାଖି ୫ ହଜାର ଲୁକ୍‌କୁ ପାଇପ୍‌ ପାଏନ୍‌ ଯୁଗେଇ ଦିଆଯାଉଥିଲା। ହେଲେ ଗଲା ବଛର ଦୂଷିତ ପାଏନ୍‌ ବେଭାର ଲାଗି ପାଲିବୁଗବୁଗା ଗଁାରେ ଝାଡ଼ାବଁାତି ରୋଗ୍‌ ବହପିଥିଲା। ଇଥ୍‌ରେ ଶହ ଶହ ଲୋକ୍‌ ଆକ୍‌ରଁାତ ହେବାର ସଂଗେ ବିପିନ ରଣା(୪୫)କଁର ଜୀବନ୍‌ ଯାଇଥିଲା। ସେ ଦିନ୍‌ଠାନୁ ଇ ପ୍ରକଳ୍ପକେ ବଁଦ୍‌ କରିଦିଆଗଲା। ସେ ସମିଆରେ ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଗଁାକେ ସୁଆସ୍‌ତିଅ ବିଭାଗ କରମ୍‌ଚାରୀ ଆର ପରଶାସନିକ ଅଧ୍‌କାରୀକଁର ଧାର ଲମିଥିଲା। ଶେଷେ ପରଶାସନ ଇ ୩ ଖଁଡ଼ ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨୫ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ ନୂତନ ପାଏନ୍‌ ପ୍ରକଳ୍ପ ପାଲିବୁଗବୁଗାନେ ତିଆର କରବାର ନିଷପତି ନେଇଥିଲା। ଇ ପ୍ରକଳ୍ପ ତିଆରି ସରିଛେ, ନିରବାଚନ ଆଗରୁ ତତ୍‌କାଲିନ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରକଳ୍ପର ଉଦ୍‌ଘାଟନ ବି କରିଥିଲେ। ହେଲେ ଆଏଜ୍‌ତକ ଗଁାବାସୀ ପ୍ରକଳ୍ପରୁ ପାଏନ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ୩ ଖଁଡ଼ ଗଁାର ଲୋକ୍‌ ଇ ମୁଡ଼ଫଟା ଖରା ତାତିରେ ସିଝୁଥିଲା ବେଲେ ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ଏନ୍‌ତାଥି ଲୋକ୍‌ ଉପେ ଶୂଇନ୍‌ ହେଇ ଖୁଲା ଚୁଅଁା, ବଁଧ୍‌କଟାର ଦୂଷିତ ପାଏନ୍‌ ପିଇବା ଖାଏବାର ଲାଗି ବେଭାର କରୁଛନ୍‌। ଗଁାମାନକେ ଥିବାର ନଲ୍‌ଚୁଅଁାମାନକୁ ବି ଦୂଷିତ ପାଏନ୍‌ ବାହାରୁଥିବାର ଗଁାବାସୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଗଁାବାସୀକୁ ବହୁତ ଜଲଦି ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ଆରଡବ୍ଲୁଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ସାଇମନ ଟପ୍ପୋକୁଁ ପଚରାଲାରୁ ଦିନେ ଦୁଇଦିନ୍‌ ଭିତରେ ଗଁାମାନକେ ପାଏନ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri