ପୌରାଞ୍ଚଳରେ ବୃଦ୍ଧି ପାଉଛି ମଶା ଉପଦ୍ରବ:  ନିରାକରଣ ଦିଗରେ ନିଆଯାଉନାହିଁ ପଦକ୍ଷେପ

ଯାଜପୁର ରୋଡ, ୭|୯(ନି.ପ୍ର.)- ବ୍ୟାସନଗର ପୌରାଞ୍ଚଳରେ ମଶାଙ୍କ ଉପଦ୍ରବ ବଢିବାରେ ଲାଗିଛି। ଏହାର ନିରାକରଣ ଦିଗରେ ପୌର ପରିଷଦ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏଭଳି ସ୍ଥିତିରେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ଭଳି ମାରାତ୍ମକ ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଡେଙ୍ଗୁ ସଚେତନତା ନେଇ ମଧ୍ୟ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ନାହିଁ । କିଛିଦିନ ତଳେ ଅଞ୍ଚଳରୁ ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିବା ଜଣାପଡିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପୌର ପରିଷଦ ଅଧୀନ ବିଭିନ୍ନ ଅଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରାଯାଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମଶାଙ୍କ ଉପଦ୍ରବରେ ସହରବାସୀ ଅତିଷ୍ଠ ହୋଇ ପଡିଲେଣି। ଏ ନେଇ ଅଭିଯୋଗ କରିଲେ କେବଳ ପ୍ରତିଶ୍ରୁତି ମିଳୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ପୌର ପରିଷଦର ପ୍ରଶାସକ ଦାୟିତ୍ୱରେ ଥିବା କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ନିକଟ ଡ୍ରେନ୍‌ରେ ଦୋକାନୀଙ୍କ ବର୍ଜ୍ୟବସ୍ତୁ ପଡିରହିବା ଫଳରେ ବର୍ଷାଜଳ ନିଷ୍କାସନରେ ବାଧକ ସାଜୁଛି। ଏହିପରି ଗୋପବନ୍ଧୁ ଛକଠାରୁ ଚୋରଦା ବାଇପାସ ଡ୍ରେନ୍‌ ଜଳ ନିଷ୍କାସନ ହୋଇପାରୁ ନାହିଁ। ବ୍ୟାସନଗର ପୌରାଞ୍ଚଳରେ ମଧ୍ୟ ସମରୂପ ପରିସ୍ଥିତି ଦେଖାଦେଉଛି। ଏଠାରେ ଡ୍ରେନ୍‌ଗୁଡିକ ସଫା କରାଯାଉ ନ ଥିବାରୁ ବର୍ଷାଜଳ ନିଷ୍କାସନ ନ ହୋଇ ଜମୁଛି। ଷ୍ଟେଶନ୍‌ ବଜାରଠାରୁ ପୌରପରିଷଦ ମଧ୍ୟ ଦେଇ ଯାଇଥିବା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ ଓ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଢେଉ ଭାଙ୍ଗୁଛି। ଦୀର୍ଘଦିନ ଧରି ପାଣି ନିଷ୍କାସନ ନ ହୋଇ ଜମି ରହିବାରୁ ମଶା, ମାଛି ସହ ବିଭିନ୍ନ ଜୀବାଣୁ କୀଟାଣୁଙ୍କ ଉତ୍ପତ୍ତି ସ୍ଥଳ ପାଲଟିଛି। ଏମାନଙ୍କ ବଂଶ ବୃଦ୍ଧି ରୋକିବାରେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବିଭିନ୍ନ ରୋଗ ବ୍ୟାପିବାରେ ଲଗିଛି। ବିଶେଷକରି ମଶାଙ୍କୁ ନିପାତ୍‌ ପାଇଁ ମଶା ତେଲ୍‌ ଓ ଧୂଆଁ ଦିଆଯାଉନାହିଁ । ପୌରପରିଷଦରେ ମଶା ଧୂଆଁ ପାଇଁ ଟିପା ମିଶିନିଗୁଡିକ ପଡି ରହିଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦଙ୍କୁ ପଚାରିବାରୁ, ପୌର ପରିଷଦ ପକ୍ଷରୁ ଡ୍ରେନ୍‌ଗୁଡିକ ସଫା କରାଯାଉଛି। କିନ୍ତୁ ପୂର୍ତ୍ତ ବିଭାଗ ଦ୍ୱାରା ଉନ୍ନତି ଯୋଜନାରେ ନିର୍ମାଣ ହୋଇଥିବା ଡ୍ରେନ୍‌ଗୁଡିକ ଅସମ୍ପୂର୍ଣ୍ଣ ହୋଇପଡିଥିବାରୁ ଜଳ ନିଷ୍କାସନରେ ବାଧକ ସାଜୁଛି। ଏ ଦିଗରେ ପଦକ୍ଷେପ ପାଇଁ ପୂର୍ତ୍ତ ବିଭାଗକୁ ଚିଠି କରିଥିବା ସେ କହିଛନ୍ତି। ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୌରପରିଷଦ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଏବଂ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

ବରୀରେ କଂଗ୍ରେସରୁ ଲଢ଼ିବେ ଆରତି ଦେଓ

ବରୀ,୧୪ା୪(ମହେନ୍ଦ୍ର ସ୍ବାଇଁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ରବିବାର କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀ...

ଭାଜପାର ପ୍ରଚାର ଜୋର, ପ୍ରାର୍ଥୀ ଖୋଜୁଛି ବିଜେଡି

ଯାଜପୁର,୧୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ଭାଜପାର ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ବିଭିନ୍ନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ...

ତୁଟୁନି ଭାଜପା କନ୍ଦଳ, ସୁବିଧା ସ୍ଥିତିରେ ବିଜେଡି

ରସୁଲପୁର,(ରଞ୍ଜିତ ରାଉତ)/ ଯାଜପୁର, (ହର୍ଷବର୍ଦ୍ଧନ ବେହେରା) ୧୪ା୪ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପା ସ୍ଥିତି ବିବାଦୀୟ ହୋଇପଡୁଛି। ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲାଣି...

ମାଟି ଉପରେ ଦିଶୁଛି ପାଣି ପାଇପ୍‌

ଯାଜପୁର,୧୩ା୪(ହର୍ଷବର୍ଦ୍ଧନ ବେହେରା): ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳର ୫୨ ଗ୍ରାମକୁ ପାଇପ୍‌ ଯୋଗେ ଜଳଯୋଗାଣ ଲକ୍ଷ୍ୟ ପଥଚ୍ୟୁତ ହୋଇଛି। ଏହା ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri