ପୌରାଞ୍ଚଳରେ ବୃଦ୍ଧି ପାଉଛି ମଶା ଉପଦ୍ରବ:  ନିରାକରଣ ଦିଗରେ ନିଆଯାଉନାହିଁ ପଦକ୍ଷେପ

ଯାଜପୁର ରୋଡ, ୭|୯(ନି.ପ୍ର.)- ବ୍ୟାସନଗର ପୌରାଞ୍ଚଳରେ ମଶାଙ୍କ ଉପଦ୍ରବ ବଢିବାରେ ଲାଗିଛି। ଏହାର ନିରାକରଣ ଦିଗରେ ପୌର ପରିଷଦ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏଭଳି ସ୍ଥିତିରେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ଭଳି ମାରାତ୍ମକ ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଡେଙ୍ଗୁ ସଚେତନତା ନେଇ ମଧ୍ୟ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ନାହିଁ । କିଛିଦିନ ତଳେ ଅଞ୍ଚଳରୁ ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିବା ଜଣାପଡିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପୌର ପରିଷଦ ଅଧୀନ ବିଭିନ୍ନ ଅଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରାଯାଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମଶାଙ୍କ ଉପଦ୍ରବରେ ସହରବାସୀ ଅତିଷ୍ଠ ହୋଇ ପଡିଲେଣି। ଏ ନେଇ ଅଭିଯୋଗ କରିଲେ କେବଳ ପ୍ରତିଶ୍ରୁତି ମିଳୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ପୌର ପରିଷଦର ପ୍ରଶାସକ ଦାୟିତ୍ୱରେ ଥିବା କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟ ନିକଟ ଡ୍ରେନ୍‌ରେ ଦୋକାନୀଙ୍କ ବର୍ଜ୍ୟବସ୍ତୁ ପଡିରହିବା ଫଳରେ ବର୍ଷାଜଳ ନିଷ୍କାସନରେ ବାଧକ ସାଜୁଛି। ଏହିପରି ଗୋପବନ୍ଧୁ ଛକଠାରୁ ଚୋରଦା ବାଇପାସ ଡ୍ରେନ୍‌ ଜଳ ନିଷ୍କାସନ ହୋଇପାରୁ ନାହିଁ। ବ୍ୟାସନଗର ପୌରାଞ୍ଚଳରେ ମଧ୍ୟ ସମରୂପ ପରିସ୍ଥିତି ଦେଖାଦେଉଛି। ଏଠାରେ ଡ୍ରେନ୍‌ଗୁଡିକ ସଫା କରାଯାଉ ନ ଥିବାରୁ ବର୍ଷାଜଳ ନିଷ୍କାସନ ନ ହୋଇ ଜମୁଛି। ଷ୍ଟେଶନ୍‌ ବଜାରଠାରୁ ପୌରପରିଷଦ ମଧ୍ୟ ଦେଇ ଯାଇଥିବା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ ଓ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଢେଉ ଭାଙ୍ଗୁଛି। ଦୀର୍ଘଦିନ ଧରି ପାଣି ନିଷ୍କାସନ ନ ହୋଇ ଜମି ରହିବାରୁ ମଶା, ମାଛି ସହ ବିଭିନ୍ନ ଜୀବାଣୁ କୀଟାଣୁଙ୍କ ଉତ୍ପତ୍ତି ସ୍ଥଳ ପାଲଟିଛି। ଏମାନଙ୍କ ବଂଶ ବୃଦ୍ଧି ରୋକିବାରେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବିଭିନ୍ନ ରୋଗ ବ୍ୟାପିବାରେ ଲଗିଛି। ବିଶେଷକରି ମଶାଙ୍କୁ ନିପାତ୍‌ ପାଇଁ ମଶା ତେଲ୍‌ ଓ ଧୂଆଁ ଦିଆଯାଉନାହିଁ । ପୌରପରିଷଦରେ ମଶା ଧୂଆଁ ପାଇଁ ଟିପା ମିଶିନିଗୁଡିକ ପଡି ରହିଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦଙ୍କୁ ପଚାରିବାରୁ, ପୌର ପରିଷଦ ପକ୍ଷରୁ ଡ୍ରେନ୍‌ଗୁଡିକ ସଫା କରାଯାଉଛି। କିନ୍ତୁ ପୂର୍ତ୍ତ ବିଭାଗ ଦ୍ୱାରା ଉନ୍ନତି ଯୋଜନାରେ ନିର୍ମାଣ ହୋଇଥିବା ଡ୍ରେନ୍‌ଗୁଡିକ ଅସମ୍ପୂର୍ଣ୍ଣ ହୋଇପଡିଥିବାରୁ ଜଳ ନିଷ୍କାସନରେ ବାଧକ ସାଜୁଛି। ଏ ଦିଗରେ ପଦକ୍ଷେପ ପାଇଁ ପୂର୍ତ୍ତ ବିଭାଗକୁ ଚିଠି କରିଥିବା ସେ କହିଛନ୍ତି। ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୌରପରିଷଦ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଏବଂ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri