ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାରେ ରହିଛନ୍ତି। କୃଷି ଶ୍ରମିକ ଓ ଗ୍ୟାସ କମ୍ପାନୀର ହେଲପର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଜିତେନ୍ଦ୍ର ଏବେ ଜେଏନୟୁରେ ପିଏଚ୍‌ଡି କରୁଛନ୍ତି। ତାଙ୍କର ଏହି ଦୀର୍ଘ ଛାତ୍ର ଜୀବନର ସଂଗ୍ରାମ ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପାଠପଢୁ ଥିବାବେଳେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା। ତାଙ୍କ ମା’ ଜଣେ ପନିପରିବା ବିକାଳି ଥିବା ବେଳେ ବାପା ଜଣେ କୃଷି ଶ୍ରମିକ। ମା’ଙ୍କ ମୃତ୍ୟୁ ପରେ ଜିତେନ୍ଦ୍ର ପାଠପଢା ସହିତ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ହାଇସ୍କୁଲ ପାଠପଢା ଶେଷ ହେବା ପରେ ସେ କାମ କରିବାକୁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ତାଙ୍କର ଜଣେ ଭାଇ ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡ (ଆଇଜିଏଲ) କାମ କରୁଥିଲେ। ଏଥିରେ ଜିତେନ୍ଦ୍ର ହେଲପର ଭାବେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଗାଁକୁ ଫେରି ଗ୍ରାଜୁଏଶନ ଶେଷ କଲେ। ପରେ ନାଗପୁରଠାରେ ଆମ୍ବେଡକର ଇଜମ ଓ ବୁଦ୍ଧିଇଜମ ଉପରେ ଏକ ଦଶ ମାସିଆ କୋର୍ସ କରିବା ପରେ ଅସ୍ପୃଶ୍ୟତା ଓ ଜାତିଆଣ ବିଭେଦ ଉପରେ ଅନେକ କଥା ଜାଣିପାରି ଥିଲେ। ଏହାପରେ ତାଙ୍କର ଇତିହାସ ପଢିବାକୁ ଇଚ୍ଛା ହୋଇଥିଲା। ୨୦୧୩ରେ ଇତିହାସରେ ଏମଏଏମଫିଲ କରିବା ପରେ ସେଠାରେ ହିଷ୍ଟରି ଅଫ୍‌ ଆଇଡେନାଟାଇଜ ଏଣ୍ଡ ଏକ୍ସକ୍ଲୁଶନ ଆମ୍ବେଡ଼କର ଆଣ୍ଡ ଦି ମାର୍ଜିନାଇଜ୍‌ରେ ପିଏଚଡି କରୁଛନ୍ତି। ବର୍ତ୍ତମାନ ସେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

ଶିକ୍ଷକଙ୍କ କ୍ୱାର୍ଟରରେ ପଶିଗଲା ନାଗ ସାପ, ସ୍ନେକ୍ ହେଲ୍‌ପଲାଇନ୍ ନ ଥାଇ ମଧ୍ୟ…

ବ୍ରାହ୍ମଣୀଗାଁ, ୨୮।୭(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଶିକ୍ଷକ କ୍ୱାର୍ଟରରୁ ଏକ ନାଗସାପ ଉଦ୍ଧାର କରାଯାଇଛି।…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri