ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳ ଦମ୍ପତି

ବାଲେଶ୍ୱର ଅଫିସ, ୨୩।୧- ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ୪ ବର୍ଷର କନ୍ୟାସନ୍ତାନକୁ ବୁଧବାର କେରଳର କେ.ବି. ସୁବାସ ଓ ରୀତା ସୁବାସ ନାମ୍ନୀ ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ଉକ୍ତ ଦମ୍ପତି ୩ବର୍ଷ ପୂର୍ବରୁ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସକାଶେ ଆଇନ ଅନୁଯାୟୀ ଅନ୍‌ଲାଇନ୍‌ରେ ଦରଖାସ୍ତ ଆଗତ କରି ସନ୍ତାନଟିଏ ପାଇବା ପାଇଁ ଅପେକ୍ଷା କରିଥିଲେ। ଜିଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ୍‌, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ ଘୋଷ୍‌, ଗଣେଶ୍ୱର ରାଉତ ତଥା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସତ୍ୟରଞ୍ଜନ ସ୍ବାଇଁ ଓ ସୌମେନ୍‌ ଗିରିଙ୍କ ଉପସ୍ଥିତିରେ ପୋଷ୍ୟ ମାତା ପିତା ଉପରୋକ୍ତ କନ୍ୟାକୁ ନିଜ ଘରକୁ ନେଇଥିଲେ। ପିଲାଟିର ଉପଯୁକ୍ତ ଯତ୍ନ, ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ଶିଶୁମଙ୍ଗଳ କମିଟି ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଅଫିସ୍‌ ସହାୟକ ଦେବାଶିଷ ବେହେରା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri