ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା

ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା ହେଉଥିବା ଅଭିଯୋଗ କରିଛନ୍ତି। ଯୋଡା ସହରର ବିପ୍ଳବ ଚାଟାର୍ଜୀ, ସମୀର ଦାସ, ମହମ୍ମଦ ଅଲୀ, ସୁଧାଂଶୁ ବାରିକ, ପୀତାମ୍ବର ସା, କାଠିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସମସ୍ତ ପୋଷ୍ଟ ଅଫିସ୍‌ରେ ଲୋକମାନଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏଣୁ ସାଧାରଣ ଲୋକେ ଆଧାର କାର୍ଯ୍ୟ କରାଇବା ପାଇଁ ପୋଷ୍ଟ ଅଫିସ୍‌ର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡ ସୁପର ମାର୍କେଟ ନିକଟସ୍ଥ ପୋଷ୍ଟ ଅଫିସରେ ଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ଦୀର୍ଘ ୨୦ ଦିନ ହେବ ବନ୍ଦହୋଇ ରହିଛି। ଫଳରେ ଲୋକେ ବାରମ୍ବାର ଏଠାକୁ ଆଧାର କାର୍ଡ କାର୍ଯ୍ୟ କରିବା ପାଇଁ ଆସୁଥିବା ବେଳେ ପୋଷ୍ଟ ଅଫିସ୍‌ ପକ୍ଷରୁ ଷ୍ଟାଫ ନାହାନ୍ତି, କାଲି ଆସନ୍ତୁ ଏପରି କହି ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ସେମାନେ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଆଧାର ତ୍ରୁଟି ଯୋଗୁ ସେମାନଙ୍କର ରାଶନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ ହୋଇ ପାରୁ ନ ଥିବାରୁ ପିଡିଏସ ସାମଗ୍ରୀରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ସୁଜିତ କୁମାର ପାଲଙ୍କୁ ପଚାରିବାରୁ ଦୈନିକ ୨ ଘଣ୍ଟା ପାଇଁ ଉକ୍ତ ପ୍ରକୋଷ୍ଠରେ ଜଣେ କର୍ମଚାରୀ ପାର୍ଟ ଟାଇମ୍‌ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଉକ୍ତ କର୍ମଚାରୀ ଜଣଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବାରୁ ସେ ଏହି କାର୍ଯ୍ୟ କରିପାରୁନାହାନ୍ତି। କର୍ମଚାରୀ ଅଭାବ ହେତୁ ପ୍ରକୋଷ୍ଠ ଖୋଲାଯାଇପାରୁନାହିଁ। ଏଥିପାଇଁ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ, ତାହା ପୂରଣ ହୋଇପାରୁନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ,...

ବାରଣ୍ଡାରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଝରିଗାଁ,୧୧।୭(ସ୍ବ.ପ୍ର)- ଗ୍ରାମାଞ୍ଚଳରେ ଗୁଣାମତ୍କ ଶିକ୍ଷାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଠିକ୍‌ ନଥିବାରୁ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ...

ପକ୍କା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବଇଣ୍ଡା,୧।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତ ବରପଦାଠାରୁ କରଡ଼ାବାହାଳି ୨ କିମି ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରାଯିବ। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ୨...

କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ।...

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ: ମିଳୁନାହିଁ ସର୍ବନିମ୍ନ ସହାୟକ ମୂଲ୍ୟ

ବଲାଙ୍ଗୀର ଅଫିସ, ୨୪ା୪ – ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଏକ ମୁଖ୍ୟ...

ଆଜି ଦିନକରେ ବରଗଡ଼ରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨ା୯: ବରଗଡ଼ରେ ଦିନକରେ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୦୯ ଜଣ ରହିଛନ୍ତି। ସେହିପରି...

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୭।୨ – ମହିମାଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ୩ଦିନ ଧରି ଆୟୋଜିତ ହେବାକୁ ଥିବା...

ନିଖୋଜ ଶିଶୁ ଉଦ୍ଧାର: ୩ ଅଟକ; ୩୦ ହଜାରରେ ହୋଇଥିଲା ବିକ୍ରି

ବ୍ରହ୍ମପୁର,୨୩ା୯-ବ୍ରହ୍ମପୁର ସହରରେ ଜଣେ ଶିଶୁକୁୁ ଅପହରଣ ପରେ ୩୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଚାଞ୍ଚଲ୍ୟକର ଘଟଣା ଦୃଷ୍ଟିକୁ ଆସିଛି। ଗୋଷାଇଁନୂଆଗଁା ପୋଲିସ ପାଟପରୁ ଅଞ୍ଚଳରୁ...

Coronavirus Update


Archives

Model This Week

Why Dharitri