ପୋଲ ତଳେ ଫସିଲା ପ୍ଲେନ

ବେଜିଂ,୨୩।୧୦: ଚାଇନାର ହର୍ବିନ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଛନ୍ତି। ହର୍ବିନ୍‌ ସହରର ଏକ ପୋଲ ତଳେ ଟ୍ରକରେ ଯାଉଥିବା ବିମାନଟି ଫସି ଯାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଏକ ବିମାନକୁ ଏକ ଟ୍ରକରେ ଲଦି ଅନ୍ୟ ସ୍ଥାନକୁ ନିଆଯାଉଥିବା ସମୟରେ ଏହା ପୋଲ ତଳେ ଅଟକି ଯାଇଥିଲା। ଏହାପରେ ସମସ୍ତଙ୍କ ବୁଦ୍ଧି ବଣା ହୋଇଯାଇଥିଲା। କିପରି ଟ୍ରକକୁ ପୋଲ ତଳୁ ବାହାର କରାଯିବ ସେନେଇ ସମସ୍ତଙ୍କର ଭାଳେଣି ପଡ଼ିଯାଇଥିଲା। ତେବେ ଟ୍ରକ ଫସିଯିବାର କିଛି ସମୟ ପରେ ସେଠାରେ କାରିଗରମାନେ ପହଞ୍ଚିଥିଲେ। ଟ୍ରକ ଟାୟାରରୁ ପମ୍ପ ଖୋଲିଦେବା ପରେ ଏହାକୁ ପୋଲ ତଳୁ ଆରାମରେ ବାହାର କରାଯାଇଥିଲା। ପୁଣି ଟାୟାରରେ ପମ୍ପ ପୂରାଇ ଗନ୍ତବ୍ୟ ସ୍ଥଳକୁ ନିଆଯାଇଥିଲା। ଅନ୍ୟପଟେ ଏହି ସମସ୍ତ ଦୃଶ୍ୟକୁ ୨ଦିନ ପୂର୍ବରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଶେୟାର ହେବାର କିଛି ସମୟ ପରେ ଏହାକୁ ଲକ୍ଷାଧିକ ୟୁଜର୍ସ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲର ନୂଆ ଯୁଦ୍ଧ ଜାହାଜ ଦେଖି ଇରାନ ଛାନିଆ

ଜେରୁଜେଲମ,୩ା୧୨: ଇସ୍ରାଏଲକୁ ଏହାର ଆଧୁନିକ ଯୁଦ୍ଧ ଜାହାଜ ମିଳିଛି। ଏହା ଆସିବା ପରେ ଇରାନ ସବୁଠୁ ଭୟଭୀତ ଏବଂ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଇସ୍ରାଏଲ ଏହି ଯୁଦ୍ଧ...

ଦଳାଚକଟାରେ ୨୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୋନ୍‌ରୋଭିଆ,୨୦ା୧: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମୋନ୍‌ରୋଭିଆରେ ଗୁରୁବାର ଏକ ଧର୍ମୀୟ କାର୍ଯ୍ୟକ୍ରମ ବେଳେ ଦଳାଚକଟା ହୋଇଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା...

କଲ୍ଲୀ ପୁରୀଙ୍କୁ ମିଳିଲା ମିଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ସମ୍ମାନ

ଇଂଲଣ୍ଡ,୨୮।୯: ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ କଲ୍ଲୀ ପୁରୀଙ୍କୁ ‘ଇଣ୍ଡିଆଜ୍‌ ମୋଷ୍ଟ ପାଓ୍ବାରଫୁଲ ଓ୍ବିମେନ ଇନ୍‌ ମିଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶୁକ୍ରବାର ବ୍ରିଟିଶ...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

କ୍ଲିଣ୍ଟନ ଅସୁସ୍ଥ

ୱାଶିଂଟନ,୧୫ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଅସୁସ୍ଥ ହୋଇ ପଡିଛନ୍ତି । ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ...

ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା ଆର୍ମି: ୧୫ ସନ୍ଦିଗ୍ଧଙ୍କ ଏନ୍‌କାଉଣ୍ଟର

କଲମ୍ବୋ,୨୭।୪: ଶ୍ରୀଲଙ୍କା ଆର୍ମି ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କାର ପୂର୍ବପ୍ରାନ୍ତରେ ଥିବା ସମ୍ମନତୁରଇଠାରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କେତେକ ସନ୍ଦିଗ୍ଧଙ୍କ ସହିତ...

ମହାକାଶକୁ ଉପଗ୍ରହ ପ୍ରେରଣ କରିବ ନେପାଳ

କାଠମାଣ୍ଡୁ, ୩୧।୧:: ଏବେ ନେପାଳ ମହାକାଶ ଦୌଡ଼ରେ ସାମିଲ୍‌ ହେବାକୁ ଯାଉଛି। ୩୭ ବର୍ଷ ପରେ ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘ (ଆଇଟିୟୁ) ପକ୍ଷରୁ ମହାକାଶରେ ପୃଥିବୀ...

ବଢୁଛି ଓମିକ୍ରନ ଚିନ୍ତା, ହୋଇପାରେ ଲକ୍‌ଡାଉନ୍‌

ଆମଷ୍ଟରଡାମ୍‌,୧୮ା୧୨: କେତେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନେଦରଲ୍ୟାଣ୍ଡରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ। ନୂଆ...

Advertisement


Archives

Model This Week