Posted inଜାତୀୟ

ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍‌ରୁ ବିଭିନ୍ନ ସ୍ଲୋଗାନ୍‌ ଦେଇ ବିକ୍ଷୋଭ ଆରମ୍ଭକରିବା ସହ ପାର୍ଲାମେଣ୍ଟ ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି। ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଜାମିଆ ସମନ୍ବୟ କମିଟି ବ୍ୟାନର୍‌ରେ ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ରମାନେ ମିଶି ଜୋର୍‌ଦାର ବିକ୍ଷୋଭ କରିବା ସହ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିଥିଲେ। ପାର୍ଲାମେଣ୍ଟ ଆଡ଼କୁ ଯିବା ଲାଗି ବିକ୍ଷୋଭକାରୀଙ୍କୁ ଅନୁମତି ନାହିଁ ଓ ବିକ୍ଷୋଭ ବନ୍ଦକରିବା ଲାଗି ପୋଲିସ କହିଥିଲା। ହେଲେ ଅନେକ ବିକ୍ଷୋଭକାରୀ ବାରିକେଡ୍‌ ଡେଇଁଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ମୁସଲ୍‌ମାନଙ୍କୁ ଟାର୍ଗେଟ କରି ସରକାର ଏଭଳି ଧାର୍ମିକ ଭେଦଭାବ ସୃଷ୍ଟିକରୁଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ଦୁଇମାସ ଧରି ବିକ୍ଷୋଭ ଜାରି ରହିଥିବାବେଳେ ସରକାର ଏନେଇ ଆଲୋଚନା କରୁ ନ ଥିବାରୁ ଆମେ ସରକାରଙ୍କ ପାଖକୁ ଯାଉଛୁ ବୋଲି ବିକ୍ଷୋଭକାରୀ କହିଥିଲେ। ତେବେ ସରକାର ଏନେଇ ସଫେଇ ଦେଇସାରିଛନ୍ତି ଓ କୌଣସି ଭାରତୀୟ ନାଗରିକତା ପ୍ରତି କିଛି ଅସୁବିଧା ନ ଥିବା ପୋଲିସ କହିଥିଲା। ଏଭଳି ଯୁକ୍ତିତର୍କ ଓ ଧସ୍ତାଧସ୍ତି ପରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏବେ ପରସ୍ଥିତି ସୁଧୁରିଥିବାବେଳେ ଚାପା ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ...

କରୋନା ମାମଲା ହ୍ରାସ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୩: ଦେଶରେ ଗତ ୨ବର୍ଷ ହେଲା କରୋନା ତାଣ୍ଡବ ରଚୁଛି। କରୋନାକୁ ହରାଇବା ପାଇଁ କେନ୍ଦ୍ର ସରକାରକ ବିଭିନ୍ନ ପ୍ରତିବନ୍ଧ ଲାଗୁ କରିଛନ୍ତି। ସମୟକ୍ରମେ କେତେକ...

କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟକୁ ନେଇ ଲାଗି ରହିଛି ଅନିଶ୍ଚିତତା

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସମସ୍ତଙ୍କ ନଜର। କଂଗ୍ରେସ ଶାସିତ ମଧ୍ୟପ୍ରଦେଶର କମଲନାଥ ସରକାର ସୋମବାର ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଲାଲାଜି...

ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...

ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ: ୩୦ ମିନିଟ୍‌ ଯାଏ ଅଟକି ରହିଲା ଟ୍ରେନ୍‌

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ପୁଣି ଥରେ ସେମି ହାଇ ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ବଲସାଡର ଅତୁଲ ରେଲଓ୍ବେ ଷ୍ଟେସନ ନିକଟରେ...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ଉପରେ ଶୁଣାଣି ଟଳିଲା

ନୂଆଦିଲ୍ଲୀ, ୧୬।୮: ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଦାଏର ମାମଲାର ଶୁଣାଣି ଟଳିଛି। ଏମଏଲ ଶର୍ମାଙ୍କ ଦ୍ୱାରା ଦାଏର କରାଯାଇଥିବା ଏହି ମାମଲାରେ...

ମନ୍ତ୍ରୀଙ୍କ ଜିଲା ହସ୍ପିଟାଲ ଗସ୍ତ ସମୟରେ ମୃତ ମହିଳାଙ୍କ ଚିକିତ୍ସା କରୁଥିଲେ ଡାକ୍ତର…

ଚିତ୍ରକୂଟ, ୧।୫ : ଉତ୍ତରପ୍ରଦେଶରେ ଚିତ୍ରକୂଟ ମଣ୍ଡଳର ଦାୟିତ୍ୱରେ ଥିବା ମନ୍ତ୍ରୀ ଜୟବୀର ସିଂ ରବିବାର ସ୍ଥାନୀୟ ଜିଲା ହସ୍ପିଟାଲ ଅଚାନକ ଗସ୍ତ କରିଥିଲେ। ଏହି...

ଦଳଭେଦୀ ଅଜିତଙ୍କ ଉପରେ ବର୍ଷିଲେ ଶରଦ ପାଓ୍ବାର, କହିଲେ ଅସୁବିଧା ଥିଲା ଯଦି…

ମୁମ୍ବାଇ,୫।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ବୁଧବାର ଦିନ ଶରଦ ପାୱାର ପ୍ରଥମ ଥର ପାଇଁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସମଗ୍ର...

Advertisement
Archives

Model This Week