ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୪ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ଭଞ୍ଜନଗର ଉପଖଣ୍ଡର ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ତହସିଲଦାର ଆଲୋକ ପ୍ରଧାନ, ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀ, ଭଞ୍ଜନଗର ଏସ୍‌ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ ସାହୁ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁଙ୍କ ସମେତ ୮୮ଜଣ ପୋଲିସ କର୍ମଚାରୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । କରୋନା ମୁକାବିଲା କରିବାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ । ଏତେ ବଡ଼ ଜାତୀୟ ବିପତ୍ତି ସମୟରେ ପୋଲିସ ଆନ୍ତରିକତାର ସହ କାମ କରୁଛି । ଏହିଭଳି ସେବା ମୁଁ କେବେ ଦେଖି ନ ଥିଲି । ସେମାନଙ୍କ ପ୍ରତି ସାଧାରଣ ଜନତାଙ୍କ ସ୍ନେହ ଶ୍ରଦ୍ଧା ରହିଛି । ଆଗାମୀ ଦିନରେ କରୋନା ହାରିବ ଓଡ଼ିଶା ଓ ଦେଶ ଜିତିବ ବୋଲି ମନ୍ତ୍ରୀ କହିଥିଲେ। ଶୁଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବାଉଁଶଲୁଣ୍ଡି ବିଜୁ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ଇଂ.ଲିଙ୍ଗରାଜ ପ୍ରଧାନ, ପଞ୍ଚାନନ ପାଳ, ପ୍ରମୋଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନରସିଂହପୁରରେ ମେଣ୍ଢା ମଡ଼କ

କୁକୁଡାଖଣ୍ଡି,୩ା୧୨ (ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତର ନରସିଂହପୁରରେ ଗତ କିଛିଦିନ ମଧ୍ୟରେ ୮୧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ମେଣ୍ଢା ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି।...

ସନ୍ଥବାବାଙ୍କୁ ହତ୍ୟା ଘଟଣା: ଅର୍ଥଲୋଭରେ ମାରିଥିଲେ ଅଭିଯୁକ୍ତ

ଅତାବିରା,୫।୩: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ଜଣେ ସନ୍ଥବାବା ସ୍ବାମୀ ଦାମୋଦର...

ବିଦ୍ୟାଳୟ ଛାତ ପ୍ଲାଷ୍ଟର ଖସି ୭ ଛାତ୍ରୀଛାତ୍ର ଆହତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଜଣ ଆଦିବାସୀ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଶ୍ରେଣୀରେ ପାଠ ପଢୁଥିବାବେଳେ...

ମାର୍ଚ୍ଚ ୪ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ ଅଫିସ,୧୫।୨:ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବ। ମଙ୍ଗଳବାରଠାରୁ...

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

କରୋନା ସଂକ୍ରମଣ ନିରୋଧ ପାଇଁ ନିରତାରରେ ଗଠନହେଲା ସ୍ବତନ୍ତ୍ର କମିଟି

କଣ୍ଟାପଡ଼ା, ୧୪।୪(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ

କୋକସରା,୪ା୩(ଡି.ଏନ୍‌.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ...

Advertisement
Archives

Model This Week