Posted inଜାତୀୟ

ପୋଲିସ ପିତାଙ୍କୁ ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବନାତ୍ମକ ଭିଡ଼ିଓ ଶେୟାର କଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୪: କର୍ତ୍ତବ୍ୟ ଆଗରେ ସ୍ନେହ ମମତା ତୁଛ। ଏବେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ ହୋଇଛି। ଏହାକୁ ଅପଲୋଡ୍‌ କରିଛନ୍ତି ଓଡ଼ିଶାର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ୍‌ ମହାନିରୀକ୍ଷକ ଅରୁଣ ବୋଥ୍ରା। ଏଥିରେ ପିଲାଟି ପିତାଙ୍କ ଗୋଡକୁ ଛନ୍ଦି ଯିବାକୁ ଦେଉନି। ପିତା ଶୀଘ୍ର ଆସିବା ପାଇଁ କହୁଥିଲେ ମଧ୍ୟ ପିଲାଟି ରାହାଧରି କାନ୍ଦୁଛି। ଏହା ଦେଖଣାହାରୀଙ୍କୁ ବେଶ୍‌ ଭାବାତ୍ମକ କରୁଛି। ପ୍ରାୟ ୧ ମିନିଟ୍‌ ୨୫ ସେକେଣ୍ଡର ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଅରୁଣ ଲେଖିଛନ୍ତି ପୋଲିସ କର୍ମଚାରୀଙ୍କ ପାଇଁ ଏଭଳି ଘଟଣା ଅତି ସମ୍ବେଦନଶୀଳ ପରିବାରକୁ ପଛରେ ଛାଡି ସେମାନେ କର୍ତ୍ତବ୍ୟକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। କର୍ତ୍ତବ୍ୟ ଆଗରେ ସେମାନଙ୍କ ଲାଗି ସମ୍ପର୍କର ସେତୁ ମଧ୍ୟ ଭାଙ୍ଗିଯାଇଥାଏ। ଏହା କେବଳ ଜଣେ ପୋଲିସ କର୍ମଚାରୀ ହିଁ ମର୍ମେ ମର୍ମେ ଅନୁଭବ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

ଅଭିଷେକ ବାନାର୍ଜୀଙ୍କ ଘରେ ବେଙ୍ଗଲ ପୋଲିସର ଚଢାଉ, ଚିନ୍ତାରେ ମମତା!

କୋଲକାତା,୧୩।୬: ଶନିବାର ସକାଳେ ସାଲବୋନି ପୋଲିସ ଷ୍ଟେଶନର କର୍ମଚାରୀ ଏବଂ କୋଲକାତା ପୋଲିସର ଏକ ବଡ଼ ଦଳ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ…

ପାକିସ୍ତାନକୁ ରାଜନାଥଙ୍କ ଖୋଲା ଚେତାବନୀ

ନୂଆଦିଲ୍ଲୀ,୧୩।୬: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସିନ୍ଧୁ ନଦୀର ଜଳ ଆତଙ୍କବାଦର ପୃଷ୍ଠପୋଷକଙ୍କ ପାଖରେ ପହଞ୍ଚିବାକୁ ଦିଆଯିବ ନାହିଁ।…

ଭୟଙ୍କର ଦୁର୍ଘଟଣା: ଲ୍ୟାଣ୍ଡିଂ ସମୟରେ ଭାରତୀୟ ବାୟୁସେନାର AN-32 ବିମାନ କ୍ରାସ

ଗୁଆହାଟି,୧୩।୬: ଶନିବାର ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା (IAF) ବାୟୁସେନାର ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ AN-32 ପରିବହନ ବିମାନ…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଜୀବନ ରକ୍ଷାକାରୀ ମେଡିସିନ ଦର ୫୦% ବଢ଼ାଇଲେ ସରକାର: କ୍ୟାନ୍‌ସର ଔଷଧ, ଟିଟାନସ୍‌ ମହଙ୍ଗା

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ରନ୍ଧନ ଗ୍ୟାସ (ଏଲ୍‌ପିଜି), ପେଟ୍ରୋଲ ଓ ଡିଜେଲ ପରେ ଏବେ ଜୀବନ ରକ୍ଷାକାରୀ ଜରୁରିକାଳୀନ ଔଷଧ ଉପରେ ପଶ୍ଚିମ ଏସିଆ ଯୁଦ୍ଧର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri