ପୋଲିସ ପରିଚୟ ଦେଇ ଲୁଟିନେଲେ ସୁନାଚେନ, ମୁଦି

ବ୍ରହ୍ମପୁର ଅଫିସ,୬ା୭-ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କଠାରୁ ସୁନାଗହଣା ଲୁଟି ନେଉଛନ୍ତି। ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ। ନକଲି ପୋଲିସ ଏବେ ଅସଲକୁ ଖୋଲା ଚ୍ୟାଲେଞ୍ଜ ଦେଇ ତାଙ୍କ ମନ୍ଦ ଉଦ୍ଦେଶ୍ୟ ସଫଳ କରି ଚାଲିଛନ୍ତି। ଗୁରୁବାର ଏଭଳି ଏକ ଘଟଣା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି। ପୋଲିସ ପରିଚୟ ଦେଇ ଲୁଟେରାମାନେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସୁନାଚେନ ଓ ମୁଦି ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ପଣ୍ଡା ଏ ନେଇ ଗୋଷାଣି ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୬୯/୧୯ରେ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ପଣ୍ଡା ଗୁରୁବାର ଅପରାହ୍ନରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ ବାଇକରେ ୨ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ନିଜକୁ ପୋଲିସ ପରିଚୟ ଦେଇଥିଲେ। ଚେନ, ମୁଦି କାହିଁକି ପିନ୍ଧିଛ କହି ସେଗୁଡିକୁ ବାହାର କରିବାକୁ ତାଙ୍କୁ କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଜଣକ ଚେନ , ମୁଦି କାଢ଼ିବା ପରେ ନକଲି ପୋଲିସ ତାହା ଧରି ଚମ୍ପଟ ମାରିଥିଲେ।
କିଛିଦିନ ପୂର୍ବରୁ ଟାଉନା ଥାନା ଅନ୍ତର୍ଗତ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ନିକଟରୁ ନକଲି ପୋଲିସ ଭାଜପା ନେତା କାମନା ପାଢୀଙ୍କ ସ୍ତ୍ରୀଙ୍କୁ ଭୟଭୀତ କରି ୧୫ ଭରି ଗହଣା ନେଇ ଯାଇଥିଲେ। ସେହିପରି ଫେବୃୟାରୀ ୧୦ରେ ଭୁବନେଶ୍ୱରରୁ ଆସିଥିବା ଏକ ବୃଦ୍ଧ ଦମ୍ପତି ବ୍ରହ୍ମପୁର ଆସିଥିଲେ। ପୂର୍ବାହ୍ନ ୧୧ଟା ବେଳେ ସେମାନେ ଚାଲି ଚାଲି ଯାଉଥିବା ବେଳେ ଜୟପ୍ରକାଶ ନଗର ଛକରେ ୨ ଜଣ ଯୁବକ ସେଠାରେ ପହଞ୍ଚି ନିଜକୁ ସିବିଆଇ ଅଫିସର କହି ମହିଳାଙ୍କ ୮ ଭରି ଗହଣା ଧରି ଚମ୍ପଟ ମାରିଥିଲେ । ଏନେଇ ସେମାନେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ସେହିପରି ଫେବୃୟାରୀ ୨୪ରେ ନକଲି ପୋଲିସ ବଡବଜାର ଥାନା ଅନ୍ତର୍ଗତ ଖାସ୍ପା ସାହି ଦେଇ ବଜାରକୁ ଯାଉଥିବା ଜଣେ ବୃଦ୍ଧା ପାର୍ବତୀ ବେହେରାଙ୍କୁ ସୁନାଗହଣା କାହିଁକି ପିନ୍ଧିଛ କହି ଭୟଭୀତ କରି ସେ ପିନ୍ଧିଥିବା ୭ ଭରି ଗହଣା ଲୁଟି ନେଇଥିଲେ ।
ପୋଲିସ ସିସି ଟିଭି ଫୁଟେଜ ମଧ୍ୟ ପାଇଛି। କିନ୍ତୁ ସେଥିରେ ଲୁଟେରାଙ୍କ ଚେହେରା ସ୍ପଷ୍ଟ ହେଉନାହିଁ। ଏସବୁ ଲୁଟ ଘଟଣାରେ ଓଡିଶାର ଲୁଟେରା ସାମିଲ ଅଛନ୍ତି ନା ପଡୋଶୀ ରାଜ୍ୟର ଲୁଟେରା ଏଭଳି କାଣ୍ଡ ଘଟାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଘଟଣା ପଛରେ ଏକ ନିର୍ଦ୍ଦିଷ୍ଟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri