ପୋଲିସ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛି; ଜିଲା ପାଇଁ ମନଲଗାଇ କାମ କରିବେ: ଏସ୍‌ପି ଅଗ୍ରୱାଲ

ନୂଆପଡା ଅଫିସ,୨୬ା୮ : ଦିନେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବ୍ୟବଧାନ ରହିଥିଲା । ଲୋକେ ଏକ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ। ବତ୍ତମାନ ପୋଲିସ ଲୋକଙ୍କ ନିକଟତର ହୋଇ ସୁଖଦୁଃଖରେ ସାମିଲ ରହି ଆସ୍ଥା ଭାଜନ ହୋଇ ପାରିଛି ବୋଲି ରବିବାର ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଏସପିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଅତିଥିମାନେ ମତ ଦେଇଛନ୍ତି ।
ମଧ୍ୟାହ୍ନରେ ଏଏସ୍‌ପି ସୁନୀଲ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଏସ୍‌ପି ସ୍ମିତ ପରମାର ସପତ୍ନିକ ଯୋଗ ଦେଇଥିବାବେଳେ ନୂତନ ଏସ୍‌ପି ବିନୀତ ଅଗ୍ରୱାଲ ମଞ୍ଚାସୀନ ଥିଲେ। ବିଶେଷ ଅତିଥି ଭାବେ ଡ.ଶିବ ପ୍ରସାଦ ବେହେରା, ସିଆରପିଏଫ କମାଣ୍ଡାଣ୍ଟ ରାଜେଶ ବତ୍ସ, ନରେନ୍ଦ୍ର କୁମାର, ନୂଆପଡା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଖଡିଆଳ ଏସଡିପିଓ ବିରଞ୍ଚତ୍ ପ୍ରସାଦ ଦେହୁରୀ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ପୂର୍ବତନ ଏସପି ଏବଂ ବର୍ତ୍ତମାନ ଯୋଗଦେଇଥିବା ଏସପିଙ୍କୁ ରିଜର୍ଭ କାର୍ଯ୍ୟାଳୟରୁ ବାଜା, ନାଚରେ ସ୍ବାଗତ କରି କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଇଥିଲା। ଏଥିରେ ପୋଲିସ ବିଭାଗର ସମସ୍ତ ଅଧିକାରୀମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଏସପି ପରମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଏସ୍‌ପି ଅଗ୍ରୱାଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସିନାପାଲି ଥାନାଧିକାରୀ ଗୌଡବାବୁ ବିଦାୟ ଏବଂ ସ୍ବାଗତ ଗୀତ ପରିବେଷଣ କରି ସମସ୍ତଙ୍କୁ ମନମୋହିଥିଲେ। ଏହି ଅବସରରେ ବକ୍ତାମାନେ ପୋଲିସ ବିଭାଗର କାର୍ଯ୍ୟଧାରା ଉପରେ ଉପସ୍ଥାପନ କରିଥିବାବେଳେ ଜିଲାରେ କାର୍ଯ୍ୟ କଲାବେଳେ ପୂର୍ବତନ ଏସପି କିପରି ଶୃଙ୍ଖଳିତ ଢଙ୍ଗରେ କାମ କରିଥିଲେ ସେ ବିଷୟରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ ଆସି ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ। ନୂଆପଡା ଏକ ମାଓବାଦୀ ପ୍ରବଣ ଜିଲା । ଏଠାରେ ଲୋକଙ୍କ ଜୀବନ ଶୈଳୀ ପ୍ରଭାବିତ ହୋଇଥିଲା। ଏହାକୁ ପୋଲିସ ଅଧିକାରୀମାନେ ବିଭିନ୍ନ ସମୟରେ ଆସି ଲୋକଙ୍କ ସମସ୍ୟା, ଦୁଃଖସୁଖ ସହିତ ଜଡିତ ରହି ଦିନରାତି କାମ କରିଛନ୍ତି । ବର୍ତ୍ତମାନ ଜିଲାରେ ଏକ ବିପ୍ଲବ ଆସିପାରିଛି ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ପୂର୍ବତନ ଏସପି ପରମାର ଜିଲାବାସୀଙ୍କୁ ସାଧୁବାଦ ଦେଇଥିବାବେଳେ ଜିଲା ପାଇଁ ନିହାତି ଭାବେ ମନଲଗାଇ କାମ କରିବେ ବୋଲି ଏସ୍‌ପି ଅଗ୍ରୱାଲ ଉଦ୍‌ବୋଧନ ଦେଇଥିଲେ ା ଏହି ଅବସରରେ ବିଗତ ଦିନରେ କ୍ୟାଡର ମାଓବାଦୀମାନେ କ୍ୟାମ୍ପ ଛାଡି ଆସି ମୁଖ୍ୟ ସୋ୍ରତରେ ସାମିଲ ହୋଇଥିବାରୁ ସୁମିତ୍ରା ମାଝି, ଦୁର୍ବାଦଳ ବରିହାଙ୍କୁ ୩ ଲକ୍ଷ ୪୮ହଜାର ଟଙ୍କା ଏବଂ ପୂର୍ଣ୍ଣ ଚନ୍ଦ୍ର ମାଝି, ଡାଳମତି କମାର, ପରଶୁରାମ ଧରୁଆଙ୍କୁ ପ୍ରତ୍ୟେକେ ୨ଲକ୍ଷ ୪୮ ହଜାର ଲେଖାଏଁ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନୂଆପଡା ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ, ଦେବାଶିଷ ରାଉତ ପରିଚାଳନା କରିଥିବାବେଳେ ସମସ୍ତ ଅଧିକାରୀମାନେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri