Advertisement

ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ: ୩୦୦ ଗ୍ରାମ ବ୍ରାଉନସୁଗାର ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କମିଶନରେଟ ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା। ୫ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନ୍‌ସୁଗାର ଯୋଗାଉଥିବା ସନ୍ତୋଷଙ୍କୁ ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୩ଶହ ଗ୍ରାମର ବ୍ରାଉନ୍‌ସୁଗାର, ନଗଦ ୨ଲକ୍ଷ ୧୪ ହଜାର ଟଙ୍କା, ୫ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ଖଣ୍ଡଗିରି ଥାନାରେ ତାଙ୍କ ନାମରେ ମାମଲା (ନଂ.୪୯୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ର଼୍ୟାକେଟ ସମ୍ପର୍କରେ ପଚରାଉଚରା କରାଯାଉଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପଚରାଉଚରାବେଳେ ମିଳିଥିବା ତଥ୍ୟ ଆଧାରରେ ଡିସିପି ସାହୁ କହିଛନ୍ତି, ସନ୍ତୋଷଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ସେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲାରେ ତାଙ୍କ ର଼୍ୟାକେଟ ବେଶ୍‌ ସକ୍ରିୟ ରହିଛି। ତାଙ୍କ ନାମରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଖୋର୍ଦ୍ଧା ଥାନାରେ ରହିଥିବା ଏକ ହତ୍ୟା ମାମଲା (ନଂ. ୩୦୦/୧୧)ରେ ତାଙ୍କୁ ଦଣ୍ଡାଦେଶ ହୋଇଥିବାବେଳେ ୨୦୧୪ରେ ଜେଲରୁ ପାରୋଲରେ ଆସି ଫେରାର ହୋଇଯାଇଥବଲେ। ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ଖୋର୍ଦ୍ଧା, ଟାଙ୍କୀ ଓ ବଳଙ୍ଗା ଥାନାରେ ତାଙ୍କ ନାମରେ ୬ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବାବେଳେ ସେ ପୋଲିସ ଟାର୍ଗେଟରେ ଥିଲେ। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବ୍ୟାପୁଥିବା ଡ୍ରଗ୍ସ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ ମାସ ଧରି ସ୍ବତନ୍ତ୍ର ଚଢାଉ ଆରମ୍ଭ ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖୁଚୁରା ବେପାରିଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେମାନଙ୍କଠାରୁ ସନ୍ତୋଷଙ୍କ ବ୍ରାଉନସୁଗାର ସାମ୍ରାଜ୍ୟ ସମ୍ପର୍କରେ ସୁରାକ ପାଇଥିଲା ପୋଲିସ। ଟିକିନିଖି ତଥ୍ୟ ହାସଲ କରିବା ପରେ ସନ୍ତୋଷଙ୍କ ଉପରେ ପୂରା ନଜର ରଖାଯିବା ସହ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ସେ ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗରସ୍ଥିତ ବଗ ପାର୍କ ନିକଟରେ ଖୁଚୁରା ବେପାରିଙ୍କୁ ବ୍ରାଉନ୍‌ସୁଗାର ବିିକ୍ରି କରିବାର ଆଗୁଆ ସୂଚନା ପାଇ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସେଠାରେ ଜଗି ରହିଥିଲା। ସନ୍ତୋଷ ବ୍ରାଉନସୁଗାର ଧରି ବାଇକ୍‌ରେ ପହଞ୍ଚତ୍ବା ମାତ୍ରେ ତାଙ୍କୁ କାବୁ କରି ନିଆଯାଇଥିଲା। ବୁଧବାର ଅଭିଯୁକ୍ତ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ: ୭ ଯାଏ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏଥିସହିତ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ...

ଗମ୍ଭୀର ହୋଇପାରେ ମରୁଡ଼ି ସ୍ଥିତି

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ରାଜ୍ୟରେ ପାଣି ଅଭାବରୁ ବିଭିନ୍ନ ଜିଲାରେ ଜମି ଫାଟି ଆଁ ହୋଇଛି। ତଳି ଓ ରୁଆ ଶୁଖିବାରେ ଲାଗିଛି। ଆଗକୁ ମରୁଡ଼ି ସ୍ଥିତି...

ଏଟିଏମ୍‌ ତାଡ଼ି ଲୁଟିନେଲେ ୨୦ ଲକ୍ଷ

ସମ୍ବଲପୁର,୧୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌...

ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ...

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ...

ବର୍ଷାରେ କଟକ ଜଳମଗ୍ନ

କଟକ ଅଫିସ, ୭ା୭:ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷାଯୋଗୁ କଟକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପୂର୍ବରୁ ସହରରେ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ...

‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌ ୨୦୧୯’: ଶେଫାଳିଙ୍କ ସଫଳତା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍‌ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହେବାର ଗୌରବ...

କରୋନା ଭୟ: ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଧାରାବାହିକ ଶୁଟିଂକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ହାତ ମିଳାଇଛନ୍ତି ଇଣ୍ଡିଆନ୍‌ ମୋଶନ ପିକ୍‌ଚର...

Advertisement
Archives

Model This Week