ପୋଲିସ ଇନ୍‌ଫର୍ମର ସନ୍ଦେହ : ସାପ୍ତାହିକ ବଜାରରେ ଠିକାଦାରଙ୍କୁ ହତ୍ୟା

ଲାଞ୍ଜିଗଡ଼,୨୨।୭(ଡି.ଏନ.ଏ.) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଜଣେ ଠିକାଦାରଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଛନ୍ତି। ମୃତକ ହେଲେ ବୋରପଦର ଗଁାର ଠିକାଦାର ରାଜେନ୍ଦ୍ର ସାହୁ। ଏହି ଘଟଣା ପରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦିନ ତମାମ ମୃତଦେହ ପଡି ରହିଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚତ୍ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ସାପ୍ତାହିକ ବଜାର ଥିବାରୁ ପ୍ରବଳ ଜନଗହଳି ହୋଇଥିଲା। ମଧ୍ୟାହ୍ନ ସାଢେ ୧୨ଟାରେ ବୋରପଦର କେନ୍ଦୁଝର ଗାଁର ଠିକାଦାର ସାହୁ ତାଙ୍କ ବାଇକରେ ପାହାଡ଼ପଦର ସାପ୍ତାହିକ ହାଟକୁ ଯାଇ ସଉଦା କିଣୁଥିଲେ। ଏହି ସମୟରେ ୨ ଜଣ ପୁରୁଷ ମାଓବାଦୀ ତାଙ୍କ ପାଖକୁ ଆସିଥିଲେ। ଛତା ଭିତରେ ଲୁଚାଇ ରଖିଥିବା ୯ ଏମ୍‌ଏମ୍‌ ପିସ୍ତଲରେ ଅତି ପାଖରୁ ତାଙ୍କୁ ଗୁଳି କରି ଚାଲିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପିଠି ଓ ପେଟ ତଥା ମୁଣ୍ଡରେ ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ପାଖରେ ଏକ ପୋଷ୍ଟର ଓ ୯ ଏମ୍‌ଏମ୍‌ ପିସ୍ତଲ ଗୁଳିର ଖୋଳ ପଡିଛି। ହଠାତ୍‌ ଗୁଳି ଶବ୍ଦ ଶୁଣି ସପ୍ତାହିକ ବଜାର କିଛି ସମୟ ମଧ୍ୟରେ ଜନଶୂନ୍ୟ ହୋଇଯାଇଥିଲା। ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହି ମାଓବାଦୀମାନେ ସେହି ଜାଗା ଛାଡ଼ି ଚାଲିଯାଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ପହଞ୍ଚତ୍ବାରେ ବିଳମ୍ବ ହୋଇଥିଲା। ଏହାପରେ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଘଟଣାର ତଦନ୍ତ ପାଇଁ ବିଜେପୁର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପହଞ୍ଚତ୍ଥିବା ଜଣାପଡିଛି। ପାଖରେ ପଡିଥିବା ପୋଷ୍ଟରରେ ମାଓବାଦୀ କମ୍ୟୁନିଷ୍ଟ ପାର୍ଟି ରାୟଗଡା ଏରିଆ କମିଟି ବୋଲି ଲେଖାଯାଇଛି। ବାରମ୍ବାର ଚେତାବନୀ ଓ ପ୍ରଜାକୋର୍ଟ୍‌ରେ ବିଚାର ପାଇଁ ହାଜର ନ ହେବାରୁ ପିଏଲ୍‌ଜିଏ ଦ୍ୱାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri