Posted inଜାତୀୟ

ପୋଲିସର ବର୍ବରତା: ଆହତଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଦଙ୍ଗାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଜାତୀୟ ସଙ୍ଗୀତ ଗାଇବା ପାଇଁ ବାଧ୍ୟ କରାଯାଇଥିଲା। ଏଭଳି ଏକ ଭିଡ଼ିଓ ସାମନାକୁ ଆସିଛି। ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ କର୍ଦମପୁରୀ ଅଞ୍ଚଳର ଫୈଜାନ ନାମକ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି। ଓ୍ବେବ୍‌ସାଇଟ ଅଲ୍ଟନ୍ୟୁଜ୍‌ ଯାଞ୍ଚରୁ ଜଣାପଡିଛି ୫ ଜଣ ଆହତ ଯୁବକ ରାସ୍ତାରେ ପଡ଼ି ଜାତୀୟ ସଙ୍ଗୀତ ଗାଉଥିଲେ। ସେମାନଙ୍କୁ କେହିଜଣେ ଏଥିପାଇଁ ବାଧ୍ୟ କରୁଥିଲା। ସେମାନଙ୍କ ପାଖରେ ପୋଲିସ ଛିଡ଼ାହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଆହତ ଯୁବକଙ୍କ ମୁହଁ ପାଖରେ ଲାଠି ଦେଖାଇ ‘ଭଲ ଭାବରେ ଗାଅ’ ବୋଲି କହୁଥିବା ଦେଖାଯାଇଛି। ଜିଟିବି ହସ୍ପିଟାଲରେ ଫୈଜାନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଓ ଅନ୍ୟମାନଙ୍କୁ ପୋଲିସ ହାଜତକୁ ନେଇ ମାଡ଼ ମାରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲୁହା ରଡ୍‌ରେ ମାଡ଼ ଯୋଗୁ ଫୈଜାନଙ୍କର ଗୋଡ଼ ଭାଙ୍ଗିବା ସହ ଦେହ କଳା ପଡ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ

ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ...

ଅମୃତପାଲ ସିଂ ପଳାତକ ଘୋଷିତ, ପଞ୍ଜାବ ପୋଲିସ ଆରମ୍ଭ କଲା ରାଜ୍ୟ ସ୍ତରୀୟ ଅଭିଯାନ

ଚଣ୍ଡିଗଡ଼,୧୯ ।୩: ଖଲିସ୍ତାନ ସମର୍ଥକ ତଥା କଟ୍ଟରପନ୍ଥି ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅମୃତପାଲଙ୍କୁ ପଳାତକ...

ଘର ଭଡା ଦେଇନାହାନ୍ତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୦।୨: ସର୍ବପୁରାତନ ଦଳ କଂଗ୍ରେସକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅନେକ କଂଗ୍ରେସ ନେତା ସରକାରୀ ଭବନ ପାଇଁ ଭଡା ଦେଉନାହାଁନ୍ତି। ଏହି ନେତାଙ୍କ...

ମୁମ୍ବାଇରେ ସିଏଏ ବିରୋଧରେ ବିଶାଳ ରାଲି

ମୁମ୍ବାଇ,୧୬ା୨: ମୁମ୍ବାଇର ଆଜାଦ ମଇଦାନରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ବିରୋଧ କରି...

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ...

ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ

ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି...

ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…

ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ...

ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଇଜ ହେବ, ହାଇଡ୍ରୋଜେନ ମିଶନ ପାଇଁ ସରକାର ୧୯୭୦୦ କୋଟି ଟଙ୍କା ଆବଣ୍ଟନ, ଯୁବବର୍ଗଙ୍କ ପାଇଁ ୩୦ ସ୍କିଲ ଇଣ୍ଡିଆ ସେଣ୍ଟର…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଆର୍ଥିକ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେ ଓ୍ବାଇସି ପ୍ରକ୍ରିୟା  ସହଜ ହେବ...

Advertisement
Archives

Model This Week