ପୋଲିସଙ୍କୁ ମାସ୍କ ଦେଲେ ମସାବା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧରେ ସମସ୍ତେ ମିଳିମିଶି ଲଢ଼େଇ କରୁଛନ୍ତି। ବଲିଉଡ୍‌ ତାରକାମାନେ ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ନିଜ ହାତରେ ମାସ୍କ ପ୍ରସ୍ତୁତ କରି ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ଫ୍ୟାଶନ ଡିଜାଇନର ମସାବା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ମାସ୍କ ପ୍ରଦାନ ବେଳର ଫଟୋଗୁଡ଼ିକୁ ଶେୟାର କରିଛନ୍ତି। କ୍ୟାପ୍‌ଶନରେ ଲେଖିଛନ୍ତି ଯେ, ମୁଁ ଏହି ମାସ୍କ ପ୍ରଦାନ କରି ବହୁତ ଖୁସି। ଆଉ ମଧ୍ୟ କହିଛନ୍ତି ଯେ, ମୁଁ ବଲିଉଡ୍‌ ଅଭିନେତା ଅଭିନେତ୍ରୀଙ୍କ ପାଇଁ ବହୁତ ଡ୍ରେସ୍‌ ଡିଜାଇନ କରିଛି କିନ୍ତୁ ପୋଲିସ କର୍ମଚାରୀମାନଙ୍କ ପାଇଁ ମୁଁ ମୋ ଜୀବନରେ ପ୍ରଥମ ଥର କିଛି କରିଛି। ଏଥିପାଇଁ ମୁଁ ଖୁସି ଅନୁଭବ କରୁଛି। ଏହାକୁ ମୁଁ ସାରା ଜୀବନ ମନେରଖିବି। କାରଣ ସାରା ଦେଶ ଲକ୍‌ଡାଉନ୍‌ରେ ବନ୍ଦ ଥିବାବେଳେ ଆମମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିଃସ୍ବାର୍ଥପର ଭାବେ ପୋଲିସ କର୍ମଚାରୀମାନେ କାର୍ଯ୍ୟ କରିଚାଲିଛନ୍ତି। ଅଭିନେତ୍ରୀ ନିନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ, ମୁଁ ମୋ ଝିଅକୁ ନେଇ ସବୁବେଳେ ଗର୍ବିତ। ସୂଚନାଥାଉ କି, ନିନା ବର୍ତ୍ତମାନ ଲକ୍‌ଡାଉନ୍‌ ପାଇଁ ମୁକ୍ତେଶ୍ୱରରେ ସମୟ ବିତାଉଥିବାବେଳେ ତାଙ୍କ ଝିଅ ମସାବା ମୁମ୍ବାଇରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ।...

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୨୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୯।୯: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌...

ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।...

ନିରୀକ୍ଷଣରେ ୨୮ ସନ୍ଦିଗ୍ଧ

କେନ୍ଦୁଝର, ୨୩।୩(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବିଦେଶ ଫେରନ୍ତା ୩୪ଜଣଙ୍କ ସମେତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୯୯ ଜଣଙ୍କ ନାମ ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ କରାଯାଇଛି। ଏମାନଙ୍କ...

ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ...

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫...

ଛତିଶଗଡ଼ ପରେ ଏବେ ଏହି ରାଜ୍ୟରେ ଲକ୍‌ଡାଉନ ଘୋଷଣା

ଭୋପାଳ,୮।୪: ଦେଶରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକୋ ଲଗାଇବା ପାଇଁ...

ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ବିଟାଉନରେ ଚଳିତ ବର୍ଷ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ କିଡ୍ସ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ସମସ୍ତଙ୍କ ଆଗରେ ରହିଛନ୍ତି ବୋନି...

Advertisement
Archives

Model This Week