ପୋତି ହେଲାଣି ସାଗର

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜତ୍ୱ ସମୟରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଅନେକ ସାଗର ପ୍ରତିଷ୍ଠା ହୋଇଥିଲା। ଯାହାକୁ ନେଇ ଏହି ସହର ଦିନେ ସାଗରର ସହରଭାବେ ସମଗ୍ର ଓଡ଼ିଶାରେ ବେଶ୍‌ ପରିଚିତ ଥିଲା। ରାମ ସାଗର, ସୀତା ସାଗର, କୃଷ୍ଣ ସାଗର ସମେତ ୭ ବିରାଟକାୟ ସାଗର(ପୋଖରୀ) ରହିଥିଲା। ଜିଲାରେ କୃଷି କ୍ଷେତ୍ରରେ ଜନସେଚନର ସୁବିଧା ପାଇଁ ଏହି ଉତ୍ସଗୁଡ଼ିକୁ ରାଜା ପ୍ରତିଷ୍ଠା କରିଥିଲେ। ଏହାଦ୍ୱାରା କେବଳ ପାରଳା ସହର ସମେତ ଉପକଣ୍ଠ ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ପ୍ରମୁଖ ଉତ୍ସ ହୋଇଥିଲା। ରାମ ସାଗର, କୃଷ୍ଣ ସାଗରର ଜଳକୁ ଜଳସେଚନ ପାଇଁ ବ୍ୟବହାର କରି ଜିଲାର କେରାଣ୍ଡି, ପୁରୁଣାକେରାଣ୍ଡି, ଦେବିତୀ, ବି. ସୀତାପୁର, ଦୋନୁରୁ, ରାମଚନ୍ଦ୍ରପୁର, ଗଣ୍ଡାହାତୀ, ସିଙ୍ଗିପୁର, ଉପଲଡ଼ା, ମାଛମରା ଆଦି ଗ୍ରାମବାସୀ ନିର୍ଭର କରିଆସୁଥିଲେ। ସାଗରଗୁଡ଼ିକର ସଂଯୋଗୀକରଣ ମାଧ୍ୟମରେ ଅଞ୍ଚଳର ସମସ୍ତ ଚାଷୀ ଏଥିରୁ ଉପକୃତ ହେଉଥିଲେ। ଭଲ ଫସଲ ଅମଳ ଜିଲା ପାଇଁ ସମୃଦ୍ଧି ଆଣିବାରେ ସଫଳ ହୋଇଥିଲା। ସାଗର ଜଳ ଦ୍ୱାରା ଅଞ୍ଚଳର ମତ୍ସ୍ୟଜୀବୀ ମଧ୍ୟ ବେଶ୍‌ ଲାଭବାନ ହେଉଥିଲେ। ହେଲେ ଏବେ ସେଥିମଧ୍ୟରୁ ବହୁ ସାଗର ପୋତିହେବାକୁ ବସିଲାଣି। ଚାଷୀଙ୍କ ସୁନା ଫଳାଇବାର ସେହି ମାଧ୍ୟମ (ସାଗର)ଗୁଡ଼ିକ ଏବେ ବିଲୁପ୍ତ ଅବସ୍ଥାରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିରାଟକାୟ ସୀତା ସାଗର ସୀମାନ୍ତ ଆନ୍ଧ୍ର ପ୍ରଦେଶ ସହ ସଂଲଗ୍ନ ରହିଛି। ତାହା ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ ରହିଛି। ଏହି ସାଗରର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲରେ ରଖି ବ୍ୟବସାୟରେ ଲଗାଇଛନ୍ତି। ସେହିପରି ରାମ ସାଗରର ସୌନ୍ଦର୍ଯ୍ୟକରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟକରଣ କିମ୍ବା ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନି। ଏହା କେବଳ ନଥିପତ୍ରରେ ସୀମିତ ରହିଯାଉଛି। ସାଗରଗୁଡ଼ିକର ଅଧଃପତନ ଯୋଗୁ ଐତିହାସିକ ପାରଳାଖେମୁଣ୍ଡି ସହର ଏବେ ଶ୍ରୀହୀନ ହୋଇଛି। ଅଞ୍ଚଳର କୃଷକମାନେ ଏବେ ଜଳସେଚନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୃଷିକ୍ଷେତ୍ର ପାଇଁ ବର୍ଷାଜଳ ହିଁ ଏକମାତ୍ର ସାହା ହୋଇଛି। ତେଣୁ ଜିଲାରେ ରହିଥିବା ଏହି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇପାରିଲେ ପୁଣି ଜିଲାର ଚାଷ ଓ ଚାଷୀଙ୍କ ଉନ୍ନତି ଘଟିବା ସହ ଜିଲାର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।
– ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri