ପୋଖରୀରେ ପଶିଲା ଗାଡ଼ି: ୪ ବର୍ତ୍ତିଲେ

ଉଦଳା,୨୨ା୨(ଡ଼ି.ଏନ୍‌.ଏ.)- ଉଦଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଚାରି ଚକିଆ ଗାଡ଼ି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଗୋଟିଏ ପରିବାରର ୪ ସଦସ୍ୟ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉଦଳା ମଣିନାଗେଶ୍ୱର ମନ୍ଦିର ନିକଟରେ ରହୁଥିବା ସଞ୍ଜିତ କୁମାର ସାହୁ ଏକ ନୂଆ ଚାରି ଚକିଆ ଗାଡ଼ିରେ ପରିବାର ସହ ଯାଉଥିବା ବେଳେ ଗାଡ଼ିଟି ତାଙ୍କ ଘର ସାମ୍ନାରେ ଥିବା ପୋଖରୀ ଭିତରକୁ ଓଲଟି ପଡିଥିଲା । ନିକଟରେ ଥିବା ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ମିଶି ଗାଡିରେ ଫସି ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦଳା ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri