ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ତିହିଡ଼ି, ୨୩।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ପଞ୍ଚାୟତ ରାଢ଼ଙ୍ଗ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଶୁକ୍ରବାର ପୋଲିସ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ନଁା ସଞ୍ଜୀବ ନାୟକ(୨୪)। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା (ନଂ. ୩୮/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଲ୍ଲେଖନୀୟ ଯେ, ଗତ ୨୧ ତାରିଖରୁ ସଞ୍ଜୀବ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ଶୁକ୍ରବାର ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ତେବେ ସଞ୍ଜୀବଙ୍କର କିପରି ମୃତ୍ୟୁ ଘଟିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ...

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି...

ଚୌଦ୍ୱାର ମଣ୍ଡଳକାରାଗାରରେ କରୋନା ସ୍ଥିତି ପରଖିଲେ ଜିଲା ଦୌରାଜଜ୍‌

ଚୌଦ୍ୱାର,୫ା୭(ଡି.ଏନ୍‌.ଏ.): ରବିବାର କଟକ ଜିଲା ଚୌଦ୍ୱାର ମଣ୍ଡଳକାରାଗାର ପରିଦର୍ଶନ କରିଛନ୍ତି ଏକ ଉଚ୍ଚସ୍ତରୀୟ ଟିମ୍‌। କଟକ ଜିଲା ଦୌରାଜଜ୍‌ଙ୍କ ମୁଖ୍ୟ ବିଚାରପତି ରାଜକୁମାର ସାହୁଙ୍କ ସମେତ...

ଗୋଟିଏ ଜମିକୁ ଦୁଇଥର ବିକ୍ରି

କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର...

ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ

କଣିହଁ।,୨୬ା୫(ଡି.ଏନ.ଏ.) କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ...

ଜୋର୍‌ ଧରିଲା ସରକାର ମୋତେ ରୋଜଗାର ଦିଅ ନାରା

ବାରିପଦା ଅଫିସ, ୨୪ା୨- ଜିଲାକୁ ବେକାରମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଗଲା। ହେଲେ କିଛି ବି ଫଳପ୍ରଦ ହେଲା ନାହିଁ।...

ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା: ପକ୍ଷଭୁକ୍ତ ହେଲା ମତ୍ସ୍ୟଜୀବୀ ସମବାୟ ସମିତି

କଟକ ଅଫିସ, ୭ା୧- ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ଆଦେଶ ହୋଇଛି। ଆସନ୍ତା ୨୭...

‘ଝିଅ ସହ ଦେଖି ସହିପାରିଲିନି, ରଡ୍‌ ଭୁସି ମାରିଦେଲି’

ଉଦଳା, ୪।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ଗ୍ରାମର ଛାତ୍ର ଶୁଭାଶିଷ ବାରିକଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ।...

Advertisement
Archives

Model This Week