ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ ମିଳିଥିଲା। ପ୍ରାୟ ଦେଢ଼ବର୍ଷ ପୂର୍ବେ ଗାଁରୁ ନିଖୋଜ ହୋଇଯାଇଥିବା ଯୁବକ କାଳୁ ପ୍ରଧାନଙ୍କ ସ୍ତ୍ରୀ ସୁଲଭ ଏ ନେଇ ଥାନାରେ ଏତଲା ଦେଇଥିଲେ। ଘଟଣା ପରଦିନ ପୋଲିସ ପୋଖରୀ ନିକଟରେ ପହଞ୍ଚତ୍ ଉକ୍ତ କଙ୍କାଳ ଜବତ କରଥିଲା। ଏ ନେଇ ଅପମୃତ୍ୟୁ ମାମଲା (ନଂ.୨/୧୯) ରୁଜୁ କରାଯାଇ ଜବତ ହାଡ଼ଗୁଡ଼ିକର ଫେରେନସିକ୍‌ ଯାଞ୍ଚ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ମେଡ଼ିକାଲ ରିପୋର୍ଟ ଆଧାରରେ ଉକ୍ତ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ପୋଲିସ ନିଜ ଆଡ଼ୁ ଏତଲା ଦେଇଛି। ଥାନା ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ଏତଲାକୁ ଭିତ୍ତିକରି ନଂ. ୧୮୨/୧୯ ଦଫା ୩୦୨/୧୦୧ ଅନୁଯାୟୀ ଆଇଆଇସି ବସନ୍ତ କୁମାର ସେଠୀ ମରମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ପୋଲିସ ସ୍କାନରରେ ଅଛନ୍ତି। କାଳୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଏକ ଆଖରେ ପୁରାଇ ସେଥିରେ ପଥରଖଣ୍ଡ ବାନ୍ଧି ଘର ନିକଟ ସୋଲ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
କାଳୁ ଗତ ପ୍ରାୟ ୩ ବର୍ଷ ପୂର୍ବେ ନଡ଼ିଆ ତୋଳିବା ବେଳେ ଅସାବଧାନତାରୁ ଗଛରୁ ଖସି ପଡ଼ି ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ଅପରେଶନ କରାଯାଇ ଷ୍ଟିଲ ରଡ ଲାଗିଥିଲା। ପୋଖରୀରୁ ଉଦ୍ଧାର କଙ୍କାଳରେ ଷ୍ଟିଲ ରଡ଼ ଥିବା ଓ ଅଖାରୁ ମିଳିଥିବା ସାର୍ଟଟି କାଳୁଙ୍କର ବୋଲି ତାଙ୍କ ବାପା କାଶୀ ପ୍ରଧାନ ଚିହ୍ନଟ କରିଥିଲେ। ପଚରାଉଚରା ପରେ ପରକୀୟା ପ୍ରୀତିରୁ କାଳୁଙ୍କୁ ହତ୍ୟା କରାଯାଇଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଜବତ ହାଡ଼ ଓ ଖପୁରୀର ଫୋରେନସିକ୍‌ ଯାଞ୍ଚ ପରେ କାଳୁଙ୍କ ବୟସ ଓ ଉଚ୍ଚତା ପ୍ରାୟତଃ ସାମଞ୍ଜସ୍ୟ ରହୁଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍‌ ଲାବ୍ରୋଟେରୀର ଡିଏନଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ହତ୍ୟକାଣ୍ଡର ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ବୁଧବାର ପୋଲିସ କାଳୁଙ୍କ ବାପା, ସ୍ତ୍ରୀ ଓ ପୁଅଙ୍କୁ ଥାନାକୁ ଡ଼କାଇ ପୃଥକ୍‌ ଭାବେ ପଚରାଉଚରା କରିଥିବା ବେଳେ ଗ୍ରାମର କେତେଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ବୈଷୟିକ ଟିମ୍‌

ଆରଡ଼ି, ୧୭।୭ (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ଶୁକ୍ରବାର ପୀଠରେ ପହଞ୍ଚିଥିଲା ବୈଷୟିକ...

ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ...

ଡମ୍ପର ଚକାତଳେ ମହିଳାଙ୍କ ଜୀବନ ଗଲା: ପ୍ରତିବାଦରେ ରାସ୍ତା ଅବରୋଧ

ଛତିଆ,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚମ୍ପାପୁର ରାସ୍ତାରେ ମଙ୍ଗଳବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ କଟକ ଜିଲା...

ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ

ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ...

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା...

ମା’ ସମଲେଇଙ୍କ ପୀଠରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ଅପରାହ୍ନ ୪ଟାରେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ପୂର୍ବ ଘୋଷଣା...

ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀଙ୍କୁ ମିଳିଲା ଜାମିନ

ଛତ୍ରପୁର,୨୮ା୯(ଡି.ଏନ.ଏ.)-ବଳାତ୍କାର ଉଦ୍ୟମ ମାମଲାରେ ଗିରଫ ହୋଇ ଛତ୍ରପୁର ସବ୍‌ ଜେଲରେ ଥିବା ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ...

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ...

Advertisement
Archives

Model This Week