ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା

ବନ୍ତଳା,୫।୧୧(ଡି.ଏନ.ଏ.)

ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ କମିଟି। ଜିଲାରେ ପ୍ରଥମ କରି ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ହାଇସ୍କୁଲରେ ଶିକ୍ଷା ପରିଚାଳନା ଉନ୍ନୟନ କମିଟି ପକ୍ଷରୁ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହି ସିସିଟିଭି ଲଗାଇବା ପାଇଁ ଶିକ୍ଷା ପରିଚାଳନା ଓ ଶିକ୍ଷା ପରିଚାଳନା ଉନ୍ନୟନ କମିଟିରେ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ଆଣିବା ପରେ କମିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟର ୫ଟି ଶ୍ରେଣୀଗୃହ, ଗେଟ୍‌, ଖେଳପଡିଆ, ସ୍କୁଲ ପରିସର, କମନ ରୁମ, ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଏହି କ୍ୟାମେରା ଲଗାଯାଇଛି। ବିଦ୍ୟାଳୟ ଅନୁଦାନ ପାଣ୍ଠି ଓ କମିଟି ସଦସ୍ୟମାନଙ୍କ ସହାୟତାରେ ଏଥିପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ଏହାକୁ ବିରୋଧ କରିଛନ୍ତି। ଫଳରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। କେତେକ ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ଠିକ୍‌ ଭାବରେ ପାଠ ପଢ଼ାଉ ନ ଥିବାରୁ ଆଗାମୀ ବାର୍ଷିକ ପରୀକ୍ଷାରେ ଛାତ୍ରୀଛାତ୍ରମାନେ ନୈରାଶ୍ୟଜନକ ପ୍ରଦର୍ଶନ କଲେ ସେଥିପାଇଁ ସେମାନେ ଦାୟୀ ରହିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ କମିଟି ଦ୍ୱାରା ବିଦ୍ୟାଳୟରେ ସିସିଟିଭି ଲଗାଯିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ସ୍ବାଗତଯୋଗ୍ୟ କରିଛନ୍ତି। ଶିକ୍ଷା ପରିଚାଳନା କମିଟି ସଭାପତି ଦିନେଶ ଦେହୁରୀ, ସରପଞ୍ଚ ରୀନାରାଣୀ ପ୍ରଧାନ, ବିଜୟ ମହାପାତ୍ର, ସୁରେଶ ସାହୁ, ତପସ୍ବିନୀ ସାହୁ, ସୁବାସିନୀ ସାହୁ, ତୀର୍ଥ ବେହେରା, ପ୍ରଦୀପ ପ୍ରଧାନ, ଅହଲ୍ୟା ଦେହୁରୀ, ରଞ୍ଜନ ସାହୁ, କଲ୍ୟାଣି ବେହେରା, ସୁଜାତା ବେହେରା, ଲିଲି ବେହେରାଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ସିସିଟିଭି କ୍ୟାମେରା ଲଗାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ମୁଦୁଲି କହିଛନ୍ତି, କମିଟିର ସହଯୋଗ ଯୋଗୁ ସିସିଟିଭି ଲାଗି ପାରିଛି। ଏଥିରେ ବିରୋଧ ନ କରି ସହଯୋଗ କରିବା ଆବଶ୍ୟକ। ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଶିକ୍ଷା କମିଟି ସହଯୋଗରେ ଯେଉଁ ସିସି କ୍ୟାମେରା ଲାଗିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ୟ ବିଦ୍ୟାଳୟ ଓ ଶିକ୍ଷା କମିଟି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହା ଠାରୁ କିଛି ଶିଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ ଦାବିନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଛାତ୍ରୀଛାତ୍ରମାନେ...

ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଫାଷ୍ଟଫୁଡ୍‌ ବିକିଲେ

ସାଲେପୁର,୧୫।୭(ଡି.ଏନ୍‌.ଏ.): ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଜଣେ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ନ ମାନି ଫାଷ୍ଟଫୁଡ୍‌ ବିକୁଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଉକ୍ତ...

ଉଚ୍ଛେଦ ପରେ ଉପେକ୍ଷା

ବଇଣ୍ଡା,୧୮।୭(ଡି.ଏନ.ଏ.) – ବର୍ଷାଦିନେ ପ୍ରାଣୀଧନଙ୍କ ଠାରେ ବ୍ୟାପୁଛି ବିଭିନ୍ନ ସଂକ୍ରାମକ ରୋଗ। ହେଲେ ଚିକିତ୍ସା ପାଇଁ ନା ଅଛନ୍ତି ଚିକିତ୍ସକ ନା ଅଛି ଚିକିତ୍ସାକେନ୍ଦ୍ର। ୫୫ନଂ....

ଭୋଜି ସାରି ଫେରୁଥିବାବେଳେ ପୋଲ ତଳକୁ ଖସି ପଡିଲା ବାଇକ: ୨ ମୃତ

ପରଜଙ୍ଗ,୫ା୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଳୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୋଲ ତଳକୁ ଏକ ବାଇକ୍‌ ଖସି ଶନିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

କମୁଛି ପାଣି, ଟଳିନି ବିପଦ

ବାରିପଦା ଅଫିସ,୨୮ା୮- ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ, ଜମ୍ଭୀରା ଓ ଗଙ୍ଗାହାର ନଦୀରେ ବୃଦ୍ଧି ପାଇଥିବା ବନ୍ୟାଜଳ ଗୁରୁବାର ଅପରାହ୍ନ...

ପୁଣି ୧୩ ପଇସା ବଢ଼ିଲା ପେଟ୍ରୋଲ ୯ ଦିନରେ ୮ ଥର ବୃଦ୍ଧି

ଭୁବନେଶ୍ୱର,୨୫।୮: ପେଟ୍ରୋଲ ଦର ବୃଦ୍ଧିରେ ବର୍ତ୍ତମାନ ବିରତି ଲାଗି ପାରୁନାହିଁ। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୮ଥର ବଢିଥିବା ଜଣାପଡିଛି। ବର୍ତ୍ତମାନ କରୋନା...

ରାସ୍ତା ନାହିଁ ତ ଭୋଟ ନାହିଁ

ବୁଗୁଡ଼ା,୪ା୯(କାଳି ଚରଣ ଦାଶ): ସ୍ବାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତରେ ନାହିଁ ନ...

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ...

Advertisement
Archives

Model This Week