ପେସା ଇଞ୍ଜିନିୟରିଂ ନିଶା ଯାତ୍ରା

ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା ପରେ ମଞ୍ଚ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ସ୍କୁଲ ଡ୍ରାମା ‘ଦାନବୀର ହରିଶ୍ଚନ୍ଦ୍ର’ ଏବଂ ‘ମହାଯଜ୍ଞ’ ସହ ତା’ପରେ ପାଖାପାଖି ୫୦ଟି ମଞ୍ଚ ନାଟକରେ ଅଭିନୟ କରିସାରିଛନ୍ତି। ଆଉ ଏବେ ଜଲିଉଡ୍‌ରେ ସେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେ ହେଲେ ବଳରାମ ଦାସ। ଗତ ୫-୬ବର୍ଷ ଭିତରେ ସେ ଅପେରା ଜଗତରେ ପରିବେଷିତ ହୋଇଥିବା ପ୍ରତ୍ୟେକ ନାଟକକୁ ଦେଖିବାର ସୁଯୋଗ ହାତଛଡା କରିନାହାନ୍ତି। ଏ ସମ୍ପର୍କରେ ଭଦ୍ରକ ବନ୍ତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଜନ୍ମିତ ୨୮ବର୍ଷ ବୟସ୍କ ବଳରାମ କହନ୍ତି, ‘ପିଲାଦିନର ଅଭିନୟ ଆଉ ବର୍ତ୍ତମାନ ସହ ତୁଳନା କଲେ ମୁଁ ଏକରକମ ନାଟକ ମାୟାରେ ପଡିଯାଇଛି। ଜଣେ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅପେରା ନାଟକଟିଏ ନ ଦେଖିଲେ ମୋତେ ନିଦ ହୁଏନା। ହେଲେ ଅପେରା ନାଟକ ପ୍ରତି ଅଧିକ ଆକର୍ଷିତ ହେବା ପଛରେ ଆଗଧାଡିର ଯାତ୍ରା ପରିଚାଳକ ବଙ୍କିମ ସ୍ବାଇଁଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ। ଯାତ୍ରା ନାଟକର ଏକ ଅଲଗା ଚାର୍ମ ରହିଛି। ଏବେ ଅନେକ ନୂଆ କଳାକାର ଏଥିରେ ନିଜ କ୍ୟାରିୟର କରିବାକୁ ଆଗେଇ ଆସୁଛନ୍ତି। ଭବିଷ୍ୟତରେ ଯଦି ମୋତେ ଏପରି ସୁଯୋଗ ମିଳେ ତେବେ ସେ ନେଇ ଚିନ୍ତା କରିବି।’


Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି...

ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ...

ପାଚିକା ଜିତିଲେ ଏକ କୋଟି

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ଭାଗ ନେଇ ଜଣେ ପାଚିକା ଏକ...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବେଶ୍‌ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର...

ଦିନେ ବୁଲି ବୁଲି କଲମ ବିକ୍ରି କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜନି ଲିଭର ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଅଗଷ୍ଟ ୧୪ରେ ଆନ୍ଧ୍ରପ୍ରଦେଶର କାନିଗିରି ଜନ୍ମଗ୍ରହଣ କରିଥିଲେ ସେ। ଜନି...

ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ବେଶ୍‌ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି। ହେଲେ ନିକଟରେ ସେ ଏକ ସାକ୍ଷାତ୍‌କାର ମାଧ୍ୟମରେ...

ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ...

Coronavirus Update


Archives

Model This Week

Why Dharitri