ପେଡିଆଟ୍ରିକ ହାଇପରଟେନ୍‌ସନ

ପିଲାମାନଙ୍କଠାରେ ଘଟୁଥିବା ହାଇପର ଟେନ୍‌ସନକୁ ପେଡିଆଟ୍ରିକ ହାଇପର ଟେନ୍‌ସନ କୁହାଯାଏ। ଏହା ସାଧାରଣତଃ ୧୨ ବର୍ଷରୁ ୧୯ବର୍ଷ ପିଲାମାନଙ୍କଠାରେ ଦେଖାଯାଏ। ପିଲାମାନଙ୍କର ହାଇପରଟେନ୍‌ସନ ବୟସ ଜାତି, ରଙ୍ଗ, ଜିନ, ରୂପ ଏବଂ ଶାରୀରିକ ଗଠନ ଉପରେ ନିର୍ଭର କରେ। ଏହା ପିଲାମାନଙ୍କର ଜୀବନଶୈଳୀ, ଖାଦ୍ୟ, ପରିବାର ଏବଂ ସାମାଜିକ ପରିବେଶ ଉପରେ ନିର୍ଭର କରିପାରେ। ଏଥିସହିତ ମୋଟାପଣରେ ପୀଡ଼ିତ ପିଲାମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ। ଦୁଇ ପ୍ରକାରର ପେଡିଆଟ୍ରିକ ହାଇପରଟେନ୍‌ସନ ରହିଛି।
ପିଲାମାନଙ୍କ ପେଡିଆଟ୍ରିକ ହାଇପରଟେନ୍‌ସନ ରୋଗ ସମ୍ବନ୍ଧରେ ଆଲୋଚନା କଲାବେଳେ ଆସନ୍ତୁ ସେମାନଙ୍କର ହୃଦ୍‌ରୋଗ ଏବଂ ହୃଦ୍‌ଜନିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ଜାଣିବା। ହୃତ୍‌ପିଣ୍ଡ ସାଧାରଣତଃ ବାମପାଖ ଛାତି ପିଞ୍ଜରାହାଡ଼ ତଳେ ଅବସ୍ଥିତ। ସମୟ ସମୟରେ ଏହା ଡାହାଣ ପାଖ ପିଞ୍ଜରା ହାଡ଼ ତଳେ ରହିପାରେ। ସେତେବେଳେ ଏହାକୁ ‘ଡେକସଟ୍ରୋକାଡ଼ିଆ’ କୁହାଯାଏ। ମାଆର ଗର୍ଭାଶୟରେ ଥିବା ଶିଶୁର ବୟସ ୮ ସପ୍ତାହ ବେଳକୁ ହୃତପଣ୍ଡର ପୂର୍ଣ୍ଣ ବିକାଶ ହୋଇଥାଏ। ଗର୍ଭାବସ୍ଥାର ୮ ସପ୍ତାହ ମଧ୍ୟରେ ମାଆ ଯଦି କୌଣସି ଔଷଧ ସେବନ କରିଥାଏ କିମ୍ବା ଭୂତାଣୁ ଦ୍ୱାରା ରୋଗାକ୍ରାନ୍ତ ହୋଇଥାଏ କିମ୍ବା ଏକ୍ସ-ରେ ସଂସ୍ପର୍ଶରେ ଆସିଥାଏ, ତେବେ ହୃତ୍‌ପିଣ୍ଡ ତିଆରି ହେବାରେ ତ୍ରୁଟି ଦେଖା ଦେଇପାରେ।
ହୃତ୍‌ପିଣ୍ଡ ଉପରିଭାଗରେ ଯୋଡ଼ିଏ କୋଠରି ଥାଏ, ଯାହାକୁ ବାମ ଏବଂ ଡାହାଣ ଅଳିନ୍ଦ କୁହାଯାଏ। ନିମ୍ନଭାଗରେ ଯୋଡ଼ିଏ କୋଠରି ଥାଏ, ଯାହାକୁ ଆମେ ବାମ ଏବଂ ଡାହାଣ ନିଳୟ କହୁ। ଶରୀରର ସମସ୍ତ ଅପରିଷ୍କାର ରକ୍ତ ସୁପେରିଅର ଏବଂ ଇନଫେରିଅର ଭେନାକାଭା ସାହାଯ୍ୟରେ ଆସି ଡାହାଣ ପାଖ ଅଳିନ୍ଦରେ ପହଞ୍ଚତ୍ଥାଏ। ତା’ପରେ ଏହି ରକ୍ତ ଡାହାଣ ନିଳୟକୁ ଯାଏ। ଏଠାରୁ ରକ୍ତ ପଲମୋନାରି ଧମନୀ ସାହାଯ୍ୟରେ ଫୁସଫୁସକୁ ବିଶୁଦ୍ଧ ହେବାକୁ ଯାଏ। ଫୁସଫୁସରେ ରକ୍ତ ଅକ୍ସିଜେନେଟେଡ ହେବାପରେ ପାଲମୋନାରି ଶିରା ଦ୍ୱାରା ବାମ ଅଳିନ୍ଦକୁ ଆସେ। ଏଠାରୁ ପୁଣି ବାମ ନିଳୟକୁ ଆସି ଏଇ ଅତଟା ସାହାଯ୍ୟରେ ବିଭିନ୍ନ ଶୀରାପ୍ରଶିରାକୁ ପମ୍ପ ହୋଇଥାଏ।
ଏହି ସମସ୍ୟା ଦୁଇ ପ୍ରକାରର। ପ୍ରାଇମେରୀ, ଯାହା ମୁଖ୍ୟତଃ ମେଦବହୁଳତା, ପାରିବାରିକ ଇତିହାସ, ଜିନ୍‌, ଗର୍ଭାବସ୍ଥାରେ ଧୂମପାନ ହେତୁ ଜନ୍ମ ହୋଇଥିବା ପିଲାମାନଙ୍କର ହୋଇଥାଏ। ସେହିପରି ଦ୍ୱିତୀୟଟି ହେଉଛି ସେକୋଣ୍ଡାରୀ, ଯେଉଁଥିରେ ଶୋଇବା ସମ୍ବନ୍ଧୀୟ ସମସ୍ୟା, କୁସିଂ ସିଣ୍ଡ୍ରୋମ, କିଡ୍‌ନୀ କିମ୍ବା ହାଇପରଥାଇଏଡିଜିମ ଆଦି ହୋଇଥାଏ। ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ପିଲାଟିର ଛାତି ଅସ୍ବାଭାବିକ ଭାବେ ଧଡ଼ ଧଡ଼ ହେବା, ଛାତି ଯନ୍ତ୍ରଣା ହେବା, ଲଗାତର ମୁଣ୍ଡ ବିନ୍ଧା ଯନ୍ତ୍ରଣା ରହିବା, ଖାଦ୍ୟ ଅରୁଚି ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଆଖିକୁ ଠିକ ଭାବେ ଦେଖା ନ ଯିବା ପ୍ରମୁଖ। କେତେକ କ୍ଷେତ୍ରରେ ପିଲାଟି ଅସ୍ତବ୍ୟସ୍ତ ହୋଇପଡ଼ି ତାହା ରୁଟିନ ବନ୍ଧା ସର୍ବନିମ୍ନ କାର୍ଯ୍ୟକ୍ରମ କିଛି କରିବାକୁ ସକ୍ଷମ ହୋଇନଥାଏ। ତେବେ ଏହି ସମସ୍ୟାରୁ କିପରି ପିଲାଟି ଉପଶମ ପାଇବ ସେ ସମ୍ବନ୍ଧରେ ଜାଣନ୍ତୁ। ପିଲାର ସୁସ୍ଥ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଧ୍ୟାନଦେବା ଜରୁରୀ। ଖାଦ୍ୟରେ ସୋଡିୟମର ମାତ୍ରା ସୀମିତ ରଖନ୍ତୁ। ଫାଷ୍ଟଫୁଡ଼ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ପିଲାକୁ ନିୟମିତ ଭାବେ ଫ୍ରିଜ ଖାଦ୍ୟ, ଥଣ୍ଡା ପାଣି, ବାସି ଖାଦ୍ୟ ପିଲାଟିକୁ ଦିଅନ୍ତୁ ନାହିଁ। ଆମିଷ ଦିଅନ୍ତୁ ନାହିଁ କିମ୍ବା ଫାଷ୍ଟଫୁଡ ନ ଦେବା ସବୁଠାରୁ ଭଲ। ପିଲାଟି ବିଶ୍ରାମ ନେଉଥିବା କୋଠରିରେ ଯେପରି ଉତ୍ତମ ବାୟୁ ଚଳାଚଳ କରୁଥାଏ ସେ ଦିଗଟିକୁ ଦେଖନ୍ତୁ। ପିଲାର ପିନ୍ଧା ବସ୍ତ୍ର ଯେପରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହେ ତାକୁ ଗୁରୁତ୍ୱ ଦିଅନ୍ତୁ। ଏବେ ବର୍ଷାଦିନ ଆସିଯାଇଥିବାରୁ ପିଲାଟି ଯେପରି ବର୍ଷାରେ ଅତ୍ୟଧିକ ଭାବେ ତିନ୍ତି ନ ଯାଏ ସେ ଦିଗକୁ ଅଣହେଳା କରନ୍ତୁ ନାହିଁ କାରଣ ଏହା ହାଇପରଟେନ୍‌ସନ ସମସ୍ୟା ସହ ପିଲାଟିର ଶରୀରରେ ଉତ୍ତାପ ବଢ଼ାଇବା ସହ ଜ୍ୱରର କାରଣ ମଧ୍ୟ ହୋଇଥାଏ। ଦୈନିକ ଏକ୍ସରସାଇଜ ଓ ଯୋଗ କରାନ୍ତୁ। ବୟସ ଅନୁସାରେ ପିଲାର ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜ୍ଞାତବ୍ୟ କଥା ହେଉଛି କୌଣସି ଦେଶୀୟ ଚିକିତ୍ସା ଗ୍ରହଣ କରନ୍ତୁ ନାହିଁ। ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ବା ସରକାରୀ ସ୍ତରରେ ମେଡିକାଲ ଯାଇ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ନିହାତି ଜରୁରୀ।
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri