ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍‌

ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ ପେଁକାଳି ବଜେଇଦେ’ ନାଟକର ସଂଳାପ। ନାତୁଣୀ ମିତାକୁ ନେଇ ତା’ ସ୍ବାମୀ ଶେଖର ଘର ଛାଡ଼ି ଚାଲିଯିବାକୁ ବସିଛି। ମିତାକୁ ଛାଡ଼ି ନାତି ଚିନ୍ମୟ ଘଡ଼ିଏ ରହିପାରିବନି। ରାଜା ସାହେବ ବିକ୍ରମ କେଶରୀ ଜଗଦ୍ଦେବ, ଯାହାଙ୍କର ମଥା କେବେ ନତ ହୁଏନା। ସେ ନାତିର ସୁଖ ପାଇଁ ନିଜ ମୁଣ୍ଡକୁ ତଳକୁ ନୁଅଁାଇ ଦେଇ ନାତୁଣୀଜ୍ୱାଇଁ ଶେଖର ନିକଟରେ ଭୁଲ୍‌ ମାଗୁଛନ୍ତି ଆଉ କହୁଛନ୍ତି : ”ଶେଖର! ମୁଁ ରାଜା ବିକ୍ରମ କେ ଶରୀ ଜଗଦ୍ଦେବ। ଏ ବଂଶର କେହି କେବେ କାହା ପାଖରେ ମୁଣ୍ଡ ନୁଅଁାଇ କଥା କୁହେନା। କାହିଁକିନା ଏ ମୁଣ୍ଡ ହେଉଛି ଏକ ରାଜାର ମୁଣ୍ଡ। କିନ୍ତୁ ଆଜି ଏ ରାଜାର ମୁଣ୍ଡଟାକୁ ନୁଅଁାଇ ଦେଇ ମୁଁ ତମକୁ ଭୁଲ୍‌ ମାଗୁଛି ଶେଖର। ମୋ ନାତୁଣୀକୁ ନେଇ ତମେ ଚାଲିଯାଅନା।“ ରାଜା ବିକ୍ରମ କେଶରୀଙ୍କ ଏହି ସଂଳାପ ସମସ୍ତଙ୍କୁ କିଛି ସମୟ ପାଇଁ ବିବାକ୍‌ ବିସ୍ମୟ କରିଦଉଛି। ଅନନ୍ତ ଓଝାଙ୍କ ପେଁକାଳି ନାଟକରେ ଜେଜେ ଭୂମିକାରେ ଅଭିନୟ କରିଥିବା କଳାକାର ଜଣକ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତା ବୈକୁଣ୍ଠ ବାରେକ୍‌। ତାଙ୍କ ଗମ୍ଭୀର ଗଳାର ସଂଳାପ ମଧ୍ୟ ‘ମୋ ପେଁକାଳି ବଜେଇଦେ’ ନାଟକର ସଫଳତା ପାଇଁ ବହୁଳାଂଶରେ ଦାବିଦାର ଥିଲା। ବୈକୁଣ୍ଠଙ୍କ ଘର କଟକ ଜିଲାର ଦାମୋଦରପୁର। ୧୯୭୭ ମସିହାରେ ସେ ଯାତ୍ରାକୁ ଆସିଲେ। ବାସ୍ତବରେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ବେଶ୍‌ ମଜାଦାର। ନା ସେ ଆଗରୁ ଅଭିନୟ କରିଥିଲେ ନା ତାଙ୍କର ଯାତ୍ରାକୁ ଆସିବାର ନିଶା ଥିଲା। ତାଙ୍କ ଗଁାରେ ହରପାର୍ବତୀ ଗଣନାଟ୍ୟ ଯାତ୍ରା କରୁଥାଏ। ପାର୍ଟିର ଆର୍ଥତ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ, ପାର୍ଟି ଭାଙ୍ଗିପଡ଼ିବା ସ୍ତରକୁ ଚାଲିଆସିଲା। ମାତ୍ର ବୈକୁଣ୍ଠବାବୁ ନିଜେ ଅର୍ଥ ନିବେଶ କରି ସେହି ପାର୍ଟିକୁ ବଞ୍ଚାଇଲେ ଆଉ ସେହି ପାର୍ଟିର ମାଲିକ ହୋଇଗଲେ। ସେଇଠି ମଧ୍ୟ ସେ ଅଭିନୟ କଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ଇତିମଧ୍ୟରେ ନାଟ୍ୟରୂପା, ପଲ୍ଲିଶ୍ରୀ କଳାନିକେତନ, ଶିବାନୀ, ତୁଳସୀ, ତ୍ରିରଙ୍ଗା, କଳିଙ୍ଗ, ତାରିଣୀ, ପାର୍ବତୀ, ଧଉଳି ଆଦିରେ ଅଭିନୟ କରି ସମ୍ପ୍ରତି ଆସି ପହଞ୍ଚତ୍ଛନ୍ତି ଯାତ୍ରା ମାୟା ନଗରୀରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଦିନ ଯାଏ ଚିହ୍ନ ରହେ, ମଇଳା କାଗଜ, ନାମ ଭୂମିକାରେ, ମୋ ପେଁକାଳି ବଜେଇଦେ, ବଉଳଲୋ ମୋର ବର ଆସୁଛି, ବାଜେ ଝିଅକୁ ବାହାହେବି, କାନିରେ ପଡ଼ିଲା ଗଣ୍ଠି, ବାଃ ବାଃରେ ଆମେରିକା, ନିଜେ ପୋଛିଦେଲି ନିଜ ସିନ୍ଦୂର, କନିଆ ଯାଉଛି କାଞ୍ଚନପୁର, ଓଢ଼ଣି ଖୋଲିବୁ ଧୀରେ ଧୀରେ, ରାତିର ରାଣୀ, ତ୍ରାହି ଲକ୍ଷ୍ମଣ, ବାଇଜୀ କୋଠି, କଳିଯୁଗର ରାମାୟଣ, କାହାରିକୁ ଆମେ ଡରିବୁ ନାହିଁ ଏବଂ ଆହୁରି ଅନେକ। ଯାତ୍ରା ମାୟାନଗରୀରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘କଥାଦିଅ ମତେ କରିବନି ପର, ନିଜ ନିଜର ରାମାୟଣ ଏବଂ ଦେଲେ ଧରା କଥା ସରେ।’


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆଚାର୍ଯ୍ୟ’ ଏବଂ ‘ସରକାରୁ ଭାରି ପଟ୍ଟା’

ମେଗାଷ୍ଟାର ଚିରଞ୍ଜୀବି ଏବଂ ରାମଚରଣଙ୍କ ଫିଲ୍ମ ‘ଆଚାର୍ଯ୍ୟ’ ଆସନ୍ତା ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଏହା ସହିତ ମହେଶ ବାବୁଙ୍କ ଅଭିନୀତ...

କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ...

ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌...

ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ...

ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ...

ଖୁସି ଖବର ଦେବାକୁ ଯାଉଛନ୍ତି ଦୀପିକା!

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ଫଟୋ ଲୋକଙ୍କୁ ଚିନ୍ତାରେ ପକାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଦୀପିକା ବହୁତ ଚୁଜି। ସେ...

ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ...

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର...

Advertisement
Archives

Model This Week