ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ ବୋଲି ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୃଥିବୀର ୧୦ଟି ସହରରେ ଆଗାମୀ ଦିନରେ ପିଇବା ପାଣିର ଘୋର ଅଭାବ ଘଟିବ। ସେସବୁ ସହର ତାଲିକାର ୯ମ ସ୍ଥାନରେ ଭାରତର ବେଙ୍ଗାଲୁରୁ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର କେପ୍‌ ଟାଉନ୍‌ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ମେକ୍ସିକୋର ମେକ୍ସିକୋ ସହର, ତୃତୀୟରେ ମିଶରର କାହିରା ଏବଂ ଚତୁର୍ଥରେ ଜାପାନର ଟୋକିଓ ସହର ରହିଛି। ୨୦୨୫ ସୁଦ୍ଧା ପୃଥିବୀର ଶହେ ୮୦ କୋଟି ଜନସଂଖ୍ୟା ଜଳ ସଙ୍କଟରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତର ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଆଦି ସହରରେ ବର୍ଷସାରା ଜଳ ସଙ୍କଟ ଦୃଷ୍ଟି ଗୋଚର ହୋଇଥାଏ। ଏଭଳି ସ୍ଥିିତିର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଭଳି ସ୍ଥିିତି ଲାଗି ରହିଲେ ହୁଏତ ଆଗାମୀ ଦିନରେ ନିତି ଗାଧୋଇବା ଅସମ୍ଭବ ହେବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କଫ ଶିରପ ପିଇ ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ତାସକେଣ୍ଟ,୨୮।୧୨: ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କଫ ଶିରପ ପିଇ ଉଜବେକିସ୍ତାନରେ ୧୮ଜଣ ଶିଶୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି,...

‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’

ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍‌ ଚତୁରତାର ସହ ତାଇଓ୍ବାନ...

ସଳଖୁଛି ବିଟ୍‌କଏନ୍‌

ଗତ ତିନିଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଡଲାର ଉପରେ ରହି କାରବାର କରିଆସିଛି। ଏଥିସହ ସାମ୍‌ ବ୍ୟାଙ୍କମ୍ୟାନ୍‌-ଫ୍ରେଡ୍‌ଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫ୍‌ଟିଏକ୍ସ ଦେବାଳିଆ ଅବସ୍ଥାକୁ ଢଳିବା...

ନେପାଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

କାଠମାଣ୍ଡୁ,୧୧ ।୩: ନେପାଳରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଠାକାର ୩ ପ୍ରମୁଖ ରାଜନୈତିକ ଦଳର ୪ ଜଣ ପ୍ରାର୍ଥୀ ଶନିବାର...

କରୋନା ଭାଇରସ: ବ୍ରାଜିଲରେ ଗୋଟିଏ ପିପିଇକୁ ବାରମ୍ବାର ପିନ୍ଧୁଛନ୍ତି ସ୍ବାସ୍ଥ୍ୟକର୍ମୀ !

ବ୍ରସିଲିଆ,୨୧।୫: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଚାହୁଁ ଚାହୁଁ ସାରା ବିଶ୍ୱକୁ ବ୍ୟାପିଯାଇଛି। ପ୍ରଥମେ କରୋନାର ହଟ୍‌ସ୍ପଟ୍‌ ଉହାନ ହୋଇଥିବା ବେଳେ...

ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ...

କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।...

Advertisement
Archives

Model This Week