ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ଜଣେ ଅଟକ

ଚଣ୍ଡିଖୋଲ, ୧୦।୮(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନସ୍ଥ ବନ୍ଦାଳ ପଞ୍ଚାୟତର ଡିହକରନ୍ଦା ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାର ତିନି ଜଣଙ୍କୁ ସେହିଗ୍ରାମର ଜଣେ ଯୁବକ ମରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (୧୭୮/୧୯)ରୁଜୁକରି ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଯୁବକ ଜଣଙ୍କ ହେଲେ ଅନନ୍ତ ମଲିକ। ପ୍ରକଶ ଯେ, ଡିହକରନ୍ଦା ଗ୍ରାମର ଅନନ୍ତ ପରିବାର ସହ ନକୁଳ ମଳିକଙ୍କ ପରିବାରର ପୂର୍ବରୁ ଶତ୍ରୁତା ରହିଥିଲା। ଗୁରୁବାର ରାତିିରେ ନକୂଳ ମଲିକଙ୍କ ପରିବାର ଲୋକେ ତାଙ୍କ ଘର ନିକଟରେ ଥିବା ନଳକୂଅ ପାଖରେ ବାସନକୂସନ ରଖି ସଫା କରୁଥିଲେ। ଅନନ୍ତ ସେହିବାଟରେ ବାଇକ୍‌ରେ ଯାଉଥିଲେ। ଗାଡିଟି ବାସନକୁସନ ଉପରେ ମାଡିଯାବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନନ୍ତ ଏକ ଫାର୍ସାରେ ନକୂଳ ଏବଂ ତାଙ୍କ ଦୁଇ ପୁଅକୁ ଆକ୍ରମଣ କରିଥିଲେ। ଫଳରେ ନକୂଳ ଓ ତାଙ୍କ ଦୁଇ ପୁଅ ଦେବରାଜ ଏବଂ କାଳନ୍ଦି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ନକୂଳଙ୍କୁ କଟକ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନେ ବଡ଼ଚଣାରେ ଚିକିତ୍ସିତ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଖେଳିବେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧ା୨:  ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri