ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରଥଯାତ୍ରା ହେବନାହିଁ। ଅର୍ଥାତ କେନ୍ଦୁଝରର ବଡଦାଣ୍ଡରେ ଏବର୍ଷ ଗଡିବନି ସର୍ବୋଚ୍ଚ ରଥ । ପୂର୍ବରୁ ବିଭିନ୍ନ କାରଣରୁ ଏଭଳି ଦୁଇ ଥର ରଥ ଟଣା ହୋଇ ନ ଥିବା କୁହାଯାଏ ।
ଏଠାକାର ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ଓ ରଥଯାତ୍ରା ସଂସ୍କୃତି ପ୍ରାୟ ୪୦୦ ବର୍ଷର ପୁରୁଣା । ‘ଏକଦା ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କୁ ରଙ୍ଗ ଦିଆଯାଇନଥିଲା ।
ସେ ସମୟରେ ଚିତ୍ରକାର ମାନେ ସଦର ବ୍ଲକର ମହାଦେଇଯୋଡାରେ ରହୁଥିଲେ ।  ଝଡତୋଫାନ ହେବାରୁ ଆସି ପାରିଲେନି ।  ଏଭଳି ଅବହେଳା ପାଇଁ ରାଜା ସେମାନଙ୍କୁ ବେତ ମାଡ କରି ଦଣ୍ଡିତ କଲେ  କାହିଁକି ବେତ ମାଡ କଲେ ବୋଲି ପ୍ରଶ୍ନ କରି ଚିତ୍ରକାରମାନେ କ୍ଷୁବ୍ଧ ହୋଇ ରଙ୍ଗ ଲଗାଇବାକୁ ଅରାଜି ହେଲେ ।  ଫଳରେ ରଥଯାତ୍ରାରେ ସମସ୍ୟା ଦେଖାଦେଇଥିଲା । ଶ୍ରୀଜୀଉମାନଙ୍କୁ ରଥ ଉପରକୁ ନିଆଯାଇଥିଲା କିନ୍ତୁ ରଥ ଟଣା ହୋଇ ପାରିନଥିଲା । ଏହା ପରେ ଏଭଳି ସମସ୍ୟା ଆଗକୁ ଯେପରି ନ ହୁଏ ସେଥିପାଇଁ ରାଜା ଛଅ ଚିତ୍ରକାର ପରିବାରକୁ ପୁରୁଣା ବଜାରକୁ ଆଣି ମନ୍ଦିର ନିକଟରେ ଥଇଥାନ କଲେ ବୋଲି ବୋଲି କୁହନ୍ତି ସଂଗ୍ରାହକ ସୁଜିତ ପଟ୍ଟନାୟକ । ଅପରପକ୍ଷରେ ଏଠାକାର ରଥଯାତ୍ରା ଭୂୟାଁ ଜନଜାତି ସଂସ୍କୃତି ସହିତ ଜଡିତ। ତେବେ ଏଠାରେ ଧରଣୀଧର ଭୂୟାଁଙ୍କ ମେଳି ହୋଇଥିବା ସମୟରେ ଗୋଟିଏ ବର୍ଷ ରଥ ଟଣା ବନ୍ଦ ରହିଥିଲା ବୋଲି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ମତ ଦିଅନ୍ତି।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ୨୦ ହଜାର ଦାନ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମକମିଟି ସଭାପତି ଗୋବର୍ଦ୍ଧନ...

ଲୋକଙ୍କ ସରକାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିନ୍ଦ୍ୱନ୍ଦୀ ନେତା । ଦୀର୍ଘ ୨୧ବର୍ଷ ଶାସନ ପରେ ମଧ୍ୟ ତାଙ୍କର ନିର୍ମଳ ଭାବମୂର୍ତ୍ତୀ ଏବେ ବି ଅମଳୀନ ରହିଛି।...

ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ

ଯାଜପୁର ଅଫିସ,୨୧ା୧୧: ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ।...

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି...

ଜେଲ ଗଲେ ବ୍ରାଉନସୁଗାର ବ୍ୟବସାୟୀ,୧୬.୬୦୦ ଗ୍ରାମ ବ୍ରାଉନସୁଗାର, ୩୦ହଜାର ୨ଶହ ଟଙ୍କା ଓ ମୋବଇ ଫୋନ ଜବତ

ଖୋର୍ଦ୍ଧା ଅଫିସ,୧୬।୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସୋମବାର ବ୍ୟବସାୟୀ ପ୍ରକାଶ ନାୟକ ଓରଫ ମୁନାଙ୍କୁ ଗିରଫ କରି କୋର୍ଟ ଚାଲଣ...

ଜୁନ୍‌ ୨୩ରେ ରଥଯାତ୍ରା: ପ୍ରସ୍ତୁତ ହେଲାଣି ୧୫ ଚକ

ପୁରୀ ଅଫିସ,୧୭।୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ବିଳମ୍ବରେ କାମ ଆରମ୍ଭ ହୋଇଥିବାରୁ କିପରି...

ଲୋକଙ୍କୁ ମାକ୍ସ ପିନ୍ଧାଇ ସଚେତନ କଲା ଗଞ୍ଜାମ ପୋଲିସ

ଗଞ୍ଜାମ,୨୯ା୪(ଡି.ଏନ୍‌.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ...

ଶ୍ୱଶୁର ଘରକୁ ଆସି ଚୋରି ଉଦ୍ୟମ: ଜ୍ୱାଇଁ ଗିରଫ

କଳିଙ୍ଗନଗର,୧୮।୮(ଡି.ଏନ.ଏ)- ଶ୍ୱଶୁର ଘରକୁ ବୁଲିବାକୁ ଆସି ଗାଡ଼ି ବ୍ୟାଟେରୀ ଓ ଯନ୍ତ୍ରାଂଶ ଚୋରି କରୁଥିବାବେଳେ ଧରାପଡ଼ି ଯଖପୁରା ପୋଲିସ ଦ୍ୱାରା କୋର୍ଟଚାଲାଣ ହୋଇଛନ୍ତି ଜ୍ୱାଇଁ। ଏଭଳି...

Advertisement


Archives

Model This Week