Posted inଜାତୀୟ

ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲ,୧୦୦ କୋଟି ଜରିମାନା

ମୁମ୍ବାଇ,୧ା୯(ପି.ଟି.): ମହାରାଷ୍ଟ୍ରର ବହୁକୋଟି ଟଙ୍କାର ଘରକୁଲ୍‌ ହାଉସିଂ ଦୁର୍ନୀତି ମାମଲାର ବିଚାର କରି ଧୁଲେ ଜିଲାର ସେସନ୍ସ କୋର୍ଟ ପୂର୍ବତନ ମନ୍ତ୍ରୀ ସୁରେଶ ଜୈନ ଏବଂ ଏନ୍‌ସିପି ନେତା ଗୁଲାବ୍ରାଓ ଦେଓକରଙ୍କ ସମେତ ୪୮ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ବିଭିନ୍ନ ଦଣ୍ଡାଦେଶ ଦେଇଛନ୍ତି। ସ୍ବତନ୍ତ୍ର ବିଚାରପତି ସୃଷ୍ଟି ନୀଳକଣ୍ଠ ପୂର୍ବତନ ମନ୍ତ୍ରୀ ଜୈନଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡାଦେଶ ସମେତ ୧୦୦ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଦେଓକରଙ୍କୁ ୫ ବର୍ଷ ଓ ଅନ୍ୟମାନଙ୍କୁ ୩ରୁ ୭ ବର୍ଷ ମଧ୍ୟରେ ଜେଲ୍‌ଦଣ୍ଡାଦେଶ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟିର କେତେଜଣ କାଉନସିଲର ଓ ଅଫିସର ଅଛନ୍ତି। କୋର୍ଟ ରାୟ ପ୍ରକାଶ ପାଇବା ପରେ ସେଠାରେ ଉପସ୍ଥିତ ଥିବା ଅପରାଧୀମାନଙ୍କୁ ଜେଲ୍‌ ପଠାଇଦିଆଯାଇଛି। ୯୦ ଦଶକରେ ଶିବସେନା ନେତା ଜୈନ ରାଜ୍ୟ ଗୃହମନ୍ତ୍ରୀ ଥିବାବେଳେ ୨୯ କୋଟି ଟଙ୍କାର ହାଉସିଂ ଦୁର୍ନୀତି ହୋଇଥିଲା। ଏହି ମାମଲାରେ ତାଙ୍କୁ ୨୦୧୨ ମାର୍ଚ୍ଚରେ ଗିରଫ କରାଯାଇଥିଲା। ବର୍ଷେ ପରେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ସେହିପରି ଏନ୍‌ସିପି ନେତା ଦେଓକରଙ୍କୁ ୨୦୧୨ ମେ’ରେ ଗିରଫ କରାଯାଇଥିଲା ଓ ସେ ୩ ବର୍ଷ ଜେଲ୍‌ କାଟିସାରିଛନ୍ତି। ଦୁର୍ନୀତି ସମୟରେ ସେ ଜଲଗାଓଁ ମ୍ୟୁନିସିପାଲିଟିର କାଉନସିଲର ଥିଲେ। ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି ଜଣେ ବିଲ୍ଡରଙ୍କୁ ଉକ୍ତ ହାଉସିଂ ପ୍ରୋଜେକ୍ଟ କାମ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri