Posted inଜାତୀୟ

ପୂର୍ବତନ ଫୁଟବଲରଙ୍କ ମରଶରୀରକୁ ନେବାକୁ ୨ ପତ୍ନୀଙ୍କ ମଧ୍ୟରେ ଲାଗିଲା ଝଗଡ଼ା

ନୂଆଦିଲ୍ଲୀ,୨।୫: ଭାରତର ପୂର୍ବତନ ଫୁଟବଲର ପି. କନ୍ନନଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ନେବାକୁ ତାଙ୍କ ପୂର୍ବତନ ପତ୍ନୀ ଓ ଏବେକାର ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳି ପରିସ୍ଥିତି ଯୋଗୁ କନ୍ନନଙ୍କ ମୃତଦେହ ଶବଦାହ ଗୃହରେ ୩ ଦିନ ରହିବା ପରେ ବେଙ୍ଗାଲୁର ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଭାରତୀୟ ଦଳ ପାଇଁ ପ୍ରାୟ ୧୪ଟି ମ୍ୟାଚ ଖେଲିଥିବା ଏହି ଫରଓ୍ବାର୍ଡ ଫୁଟବଲର ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଜଣାପଡିଥିଲା କି ତାଙ୍କ ପରିବାରରେ କନ୍ନନଙ୍କ ପତ୍ନୀ ଏଣ୍ଟୋନେଟି ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ହେଲେ ଯେତେବେଳେ ମୃତଦେହ ନେବାର ସମୟ ଆସିଲା ସେତେବେଳେ ବେଙ୍ଗାଲୁରରେ ଥିବା ତାଙ୍କ ପ୍ରଥମ ପତ୍ନୀ ବିଜୟଲକ୍ଷ୍ମୀ ପହଞ୍ଚି ବିବାହ ପ୍ରମାଣ ପତ୍ର ଦେଖାଇ ମୃତଦେହ ନେବାକୁ ଦାବି କରିଥିଲେ। ଶେଷରେ ୩ ଦିନ ପରେ ମାମଲା ସମାଧାନ ହେବାରୁ କନ୍ନନଙ୍କ ପ୍ରଥମ ପତ୍ନୀ ତାଙ୍କ ମୃତଦେହକୁ ବେଙ୍ଗାଲୁର ନେଇଯାଇଥିଲେ ଓ ଦ୍ୱିତୀୟ ପତ୍ନୀ ଖାଲି ହାତରେ କୋଲକାତା ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍‌ରେ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ବୃଦ୍ଧି ଘଟିଛି…

ଶ୍ରୀନଗର,୧୩।୧୧ : ପଞ୍ଜାବ, ଜମ୍ମୁ-କଶ୍ମୀରର ଭାରତ ଏବଂ ପାକିସ୍ତାନ ସୀମାରେ ୨୦୨୨ ମସିହାରେ ସୀମା ଆରପାର୍ଶ୍ୱରୁ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ର ଚୋରା ମାମଲା...

୪ ହଜାର ମୁହାଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୬…

ନୂଆଦିଲ୍ଲୀ, ୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ତଳମୁହାଁ…

ନୂଆଦିଲ୍ଲୀ, ୧୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି...

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶବ୍ୟାପୀ ବିପୁଳ ସମର୍ଥନ

ନୂଆଦିଲ୍ଲୀ,୬ା୮(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା...

Advertisement
Archives

Model This Week