Posted inଖେଳ

ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ

ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ। ସେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେହ୍ବେଦରଙ୍କ ଅଙ୍କଲ ଥିଲେ। ରିଙ୍ଗ ବାହରେ ହେଉ କି ଭିତରେ ମୋ ଜୀବନରେ ଅଙ୍କଲଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଜଣେ ଚାମ୍ପିୟନ ଓ ଶ୍ରେଷ୍ଠ ଟେନର ଥିଲେ। ଦୁର୍ଭାଗ୍ୟବଶତଃ, କିଛି ବର୍ଷ ହେଲା ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିଲା ବୋଲି ଫ୍ଲଏଡ କହିଛନ୍ତି। ଫ୍ଲଏଡଙ୍କ ଟ୍ରେନର ଥିଲେ ରୋଜର। ତାଙ୍କ ନେତୃତ୍ୱରେ ଫ୍ଲଏଡ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ବହୁ ସଫଳତା ପାଇଛନ୍ତି। ରୋଜରଙ୍କ ଡାଇବେଟିସ ସମସ୍ୟା ଥିଲା। ସେ ସୁପର ଓ୍ବେଟ ଓ ସୁପର ଲାଇଟଓ୍ବେଟ ଟାଇଟଲ ହାସଲ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୫୯ ମ୍ୟାଚ୍‌ ଜିତିଥିଲେ। ଜୁଲିଓ ସିଜର ଚାଭେଜ ଓ ପରନେଲ ହ୍ବିଟେକରଙ୍କୁ ହରାଇବା ତାଙ୍କ କ୍ୟାରିୟର ଉଲ୍ଲେଖନୀୟ ଘଟଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟ -ମୁମ୍ବାଇ ଉଦ୍‌ଘାଟନୀ ମୁକାବିଲା

ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ...

ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ

କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ...

ହରିୟାଣାକୁ ହରାଇଲା ଓଡ଼ିଶା

ପୁରୀ ଅଫିସ, ୬ା୨ : ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିିପ୍‌ ଆରମ୍ଭ ହୋଇଛି। ଏହା ୯...

ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି

ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ...

ବେଙ୍ଗାଲୁରୁରେ ଟିମ୍‌ ଇଣ୍ଡିଆର ଧମାକା: ୨-୧ରେ ଜିତିଲା ସିରିଜ୍‌

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବ୍ଜା କରିଛି ଭାରତ।...

ପନ୍ତ ଏବେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଉଇକେଟ କିପର

ଦୁବାଇ, ୨୧।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍‌ବେନ୍‌ ଟେଷ୍ଟରେ ୮୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ପରେ ଭାରତର ରିଷଭ ପନ୍ତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର...

ଜାଣନ୍ତି ଶତକ ହାସଲ ପରେ କାହିଁକି ଜିଭ କାଢନ୍ତି ରସ୍‌ ଟେଲର

ହାମିଲଟନ, ୭।୨: ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି...

Advertisement
Archives

Model This Week