ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭଦ୍ରକ ଅଫିସ,୯।୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୭୯ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ଦେହାନ୍ତ ଘଟିଛି। ଶିକ୍ଷକତାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅର୍ଜୁନ ପ୍ରଥମଥର ପାଇଁ ୧୯୭୧ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୮୦ରେ ପୁନର୍ବାର ଏମ୍‌ପି ହୋଇଥିଲେ। ପରେ ସେ ଜନତା ଦଳରେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ୧୯୯୦-୯୧ ଏବଂ ୧୯୯୫ରେ ପୁନଶ୍ଚ ନିର୍ବାଚିତ ହୋଇଥିଲେ। ତେବେ ୧୯୯୧ରେ ସେ ଭଦ୍ରକ ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ରେ ଲଗାତର ଲୋକସଭାକୁ ଯାଇଥିଲେ। ୨୦୦୦ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ଜଳସମ୍ପଦ ମନ୍ତ୍ରୀ ଥିଲେ। ଏଥିସହିତ ବିଜେଡି ସଂସଦୀୟ ଦଳର ନେତା ହୋଇଥିଲେ। ହେଲେ ୨୦୧୯ରେ ବିଜେଡିରୁ ଟିକେଟ ନ ପାଇବାରୁ ସେ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ। ତାଙ୍କ ପୁତ୍ର ଅଭିମନ୍ୟୁ ଭଦ୍ରକ ଲୋକସଭା ଆସନରୁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିଲେ।
ଅର୍ଜୁନ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ତତ୍କାଳୀନ ବାଲେଶ୍ୱର ଜିଲା( ଏବେ ଭଦ୍ରକ) ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପତ୍ନୀ ସୁଭଦ୍ରା, ୩ ପୁଅ ଓ ୨ଝିଅ ଅଛନ୍ତି। ଅର୍ଜୁନଙ୍କ ପରଲୋକରେ ବିଧାନସଭାରେ ଭାଜପା ଉପନେତା ବିଷ୍ଣୁ ଚରଣ ସେଠୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଅର୍ଜୁନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଅର୍ଜୁନ ଜଣେ ବର୍ଷୀୟାନ ରାଜନେତା ଥିଲେ। ଲୋକଙ୍କ ମଧ୍ୟରେ ତାଙ୍କର ସୁନାମ ଥିଲା। ସେ ତାଙ୍କ ଜୀବନ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ ରାଜନେତାଙ୍କୁ ହରାଇଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଅର୍ଜୁନଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନକୁ ଦୀର୍ଘବର୍ଷ ଧରି ପ୍ରଭାବିତ କରିଥିବା ଅର୍ଜୁନଙ୍କ ବିୟୋଗରେ ସେ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ...

ରାଜ୍ୟ ସଭାରେ ଏକାଧିକ ଦାବି ଉଠାଇଲେ ସସ୍ମିତ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ବ୍ରହ୍ମପୁର ରାଜ୍ୟର ଏକ ପ୍ରମୁଖ ସହର। ହେଲେ ଏଠାରେ ଆକାଶମାର୍ଗରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ତର ପ୍ରଦେଶର...

ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ ୧୪।୧: ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଶନିବାର ସମ୍ପନ୍ନ ହେବ ପର୍ବ। ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ସ୍ବତନ୍ତ୍ର ବେଶ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ...

ଆଜି ୧୪ ଜିଲାକୁ କୁଆପଥର ବର୍ଷା

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିସହ କୁଆପଥର ମାଡ଼ ହେଉଛି। ୧୫ ତାରିଖ ପର୍ଯ୍ୟନ୍ତ ଏହା...

ଠାଏ ଠାଏ ଜଳୁଛି କୁଲଡ଼ିହା : ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

ସଜନାଗଡ଼, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ନିଆଁ ବ୍ୟାପିବା ନେଇ ବନବିଭାଗ ଚିନ୍ତାରେ ପଡିଛି। ଫେବୃୟାରୀ ୪ ତାରିଖଠାରୁ ବନବିଭାଗ ନିଆଁକୁ...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ୱେ ମିଳୁନି ସହାୟତା

ଖୋର୍ଦ୍ଧା ଅଫିସ,୧୩ା୧୨: ଗରିବ ଲୋକଙ୍କ ଚିକିତ୍ସା ସୁବିଧା ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ଖୋର୍ଦ୍ଧା...

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ...

Advertisement
Archives

Model This Week