ପୁସ୍ତକ ବିନା ମାନବ ସମାଜର ବିକାଶ ଅସମ୍ଭବ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)
ପୁସ୍ତକ ପୂର୍ବରୁ ଥିଲା, ବର୍ତ୍ତମାନ ରହିଛି ଏବଂ ଭବିଷ୍ୟତରେ ରହିବ। ଏବେ ଆମେ ପେପରଲେସ୍‌ନେସ୍‌ ବା କାଗଜହୀନତା ଆଡକୁ ଗତି କରୁଛେ। ଯେଉଁ ରୂପରେ ହେଉ ନା କାହିଁକି ବହି ପୁସ୍ତକ ନିଶ୍ଚୟ ତିଷ୍ଠି ରହିବ। ଜ୍ଞାନ, ବିଜ୍ଞାନ, ସାହିତ୍ୟ, ସଙ୍ଗୀତ ଓ କାରିଗରିର ଗନ୍ତାଘର ହେଉଛି ପୁସ୍ତକ। ଏହା ବିନା ମାନବ ସମାଜର ବିକାଶ ଅସମ୍ଭବ। ମାନବସମାଜ ଥିବା ପର୍ଯ୍ୟନ୍ତ ବହି ହିଁ ରହିଥିବ। ତେଣୁ ପୁସ୍ତକ ପ୍ରତି ସମସ୍ତଙ୍କର ଆଗ୍ରହ ରହିବା ଉଚିତ ବୋଲି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ମତପ୍ରକାଶ ପାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ପୁସ୍ତକ ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ଦିବସ। ସନ୍ଧ୍ୟାରେ ପୁସ୍ତକମେଳା ମୁଖ୍ୟ ମଞ୍ଚରେ ସାରସ୍ବତ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସିଂହଳୀ ଲେଖକ ପ୍ରଫେସର ଦୟା ଦିଶାନାଏକେ, ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହରିହର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ସମ୍ପାଦକ ଭାସ୍କର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଇଂଲିଶ ଉପନ୍ୟାସ ‘ଟି ପାର୍ଟି’ର ଓଡ଼ିଆ ଅନୁବାଦ ‘ଚା ଭୋଜି’ ଉନ୍ମୋଚିତ ହୋଇଥିଲା। ଏହା ଅନୁବାଦ କରିଛନ୍ତି ଡ. ଶକୁନ୍ତଳା ବଳିଆରସିଂ। ସେହିପରି ଦୟା ଦିଶାନାଏକେଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ‘ହୁ ୱାଜ୍‌ ଅଶୋକା’, ସଚ୍ଚିନ୍ଦାନଦ ମିଶ୍ରଙ୍କ ସମ୍ପାଦିତ ‘ବିଚିତ୍ର ରାମାୟଣ’, ‘ସମକାଳ କାବ୍ୟ ତ୍ବ’, ପ୍ରଫେସର ଅରୁଣ ଚନ୍ଦ୍ର ସାହୁଙ୍କ ବୈଜ୍ଞାନିକ ଉପନ୍ୟାସ ‘ମଙ୍ଗଳପଥେ’ ସମେତ ୧୧ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ସାହିତି୍ୟକ, ଲେଖକ ଓ କବି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏଠାରେ ୫୦୦ ଷ୍ଟଲରେ ପାଠକଙ୍କ ରୁଚିକୁ ନେଇ ପୁସ୍ତକ ଉପଲବ୍ଧ ରହିଛି। ମେଳା ପରିସର ମୁଖ୍ୟ ମଞ୍ଚରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ବିଏ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଛାତ୍ରୀଛାତ୍ରମାନେ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ...

ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ...

ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣଙ୍କୁ ଏନ୍‌ସିବି ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମହାନିର୍ଦ୍ଦେଶକ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୁରୁବାର ଆଇପିଏସ୍‌...

ଆସନ୍ତା ୩୧ରେ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୭।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ମଙ୍ଗଳବାର ଥିଲା ଶେଷ ତାରିଖ। ଏହି ଦିନ ୩ ଜଣ...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ...

ଅଜଣା ବ୍ୟାଧି

ଅଜଣା ବ୍ୟାଧି ଗ୍ରାସ କରିଛି ଜିଲାକୁ। ସଚେତନତା ହେଉଛି ଏହାର ଏକମାତ୍ର ମହୌଷଧି। ହେଲେ ଏହା ପହଞ୍ଚିପାରୁନି ଦୁର୍ନୀତି କବଳିତ ବ୍ୟକ୍ତିବିଶେଷଙ୍କ ପାଖରେ। ଫଳସ୍ବରୂପ ଡିଅଁ।ରୋଗ...

ଜିଏସ୍‌ଟି କମିଲେ କାର୍‌ ବିକ୍ରି ବଢ଼ିବ

କୋଭିଡ୍‌-୧୯ ଅଟୋ ଉଦ୍ୟୋଗ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ମହାମାରୀ ଆସିବାର ବର୍ଷକ ପରେ ଏବେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମନେହୁଏ।...

ମହିଳା ସଶକ୍ତୀକରଣ ନେଇ ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ମହିଳା ସଶକ୍ତୀରଣ ପ୍ରସଙ୍ଗରେ ବିଜେଡି-ଭାଜପା ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗରେ ଉଭୟ ଦଳର ନେତାଙ୍କ ଭିତରେ ବର୍ତ୍ତମାନ ଟୁଇଟ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି।...

Advertisement
Archives

Model This Week