Posted inଜାତୀୟ

ପୁଲଓ୍ବାମା ଆକ୍ରମଣକୁ ପୂରିଲା ବର୍ଷେ: ଶହୀଦଙ୍କୁ ସିଆରପିଏଫ୍‌ ପକ୍ଷରୁ ସଲାମ

ନୂଆଦିଲ୍ଲୀ,୧୪।୨: ୨୦୧୯ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣକୁ ପୂରିଛି ବର୍ଷେ। ଶହୀଦଙ୍କୁ ସିଆରପିଏଫ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ‘ଆମେ ଭୁଲିନୁ, ଆମେ ଛାଡିନାହୁଁ, ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କୁ ସଲାମ। ଆମେ ସର୍ବଦା ଶହୀଦଙ୍କ ପରିବାର ସହ ଅଛୁ’ ବୋଲି ସିଆରଏଫ ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ। ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ଗ୍ରହର ପରୀକ୍ଷା ପାଇଁ ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌

ଭୁଜ,୯।୩: ଗୁଜରାଟ ଭୁଜ ଅଞ୍ଚଳରେ ଥିବା ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ମୃତ୍ତିକା ମଙ୍ଗଳ...

କବାଟ ନବ୍‌-ମୋବାଇଲ୍‌-ଲାପଟପ୍‌ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ...

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ...

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ...

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ...

ନିଜେ ଉଦ୍‌ଘାଟନ କରିଥିବା କୋଠାରେ ରାତ୍ରିଯାପନ କଲେ

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌): ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ବୁଧବାର ରାତିରେ ସିବିଆଇ ମୁଖ୍ୟାଳୟ ଗେଷ୍ଟ୍‌ହାଉସ୍‌ର ଲକ୍‌-ଅପ୍‌ ସୁଟ୍‌ ୩ରେ ରାତି...

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

୧.୭କୋଟି ଟଙ୍କାର ତିମି ବାନ୍ତି ନେଇଯାଉଥିବା ବ୍ୟକ୍ତି ଗିରଫ

ମୁମ୍ବାଇ, ୧୯।୬: ତିମି ମାଛ ବାନ୍ତି(ଏମ୍ବରଗ୍ରିସ୍‌) ନେଇଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହି ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ତିମିର ୧.୩ କିଲୋଗ୍ରାମ...

Coronavirus Update


Archives

Model This Week

Why Dharitri